ସିରିଆରେ ସଂଖ୍ୟାଲଘୁ ଗୋଷ୍ଠୀଙ୍କୁ ନରସଂହାର, ସାହାଯ୍ୟ ଲାଗି ଭାରତକୁ ଗୁହାରୀ କଲେ ସଂଖ୍ୟାଲଘୁ
ନନ୍ଦିଘୋଷ ବ୍ୟୁରୋ : ସିରିଆରେ ସଂଖ୍ୟାଲଘୁ ଗୋଷ୍ଠୀଙ୍କୁ ନରସଂହାର। ବର୍ତ୍ତମାନ ସୁଦ୍ଧ ହଜାରେରୁ ଅଧିକ ନାଗରିକଙ୍କ ମୃତ୍ୟୁେ ହୋଇସାରିଲାଣି। ସିରିଆ... The post ସିରିଆରେ ସଂଖ୍ୟାଲଘୁ ଗୋଷ୍ଠୀଙ୍କୁ ନରସଂହାର, ସାହାଯ୍ୟ ଲାଗି ଭାରତକୁ ଗୁହାରୀ କଲେ ସଂଖ୍ୟାଲଘୁ appeared first on .
ନନ୍ଦିଘୋଷ ବ୍ୟୁରୋ : ସିରିଆରେ ସଂଖ୍ୟାଲଘୁ ଗୋଷ୍ଠୀଙ୍କୁ ନରସଂହାର। ବର୍ତ୍ତମାନ ସୁଦ୍ଧ ହଜାରେରୁ ଅଧିକ ନାଗରିକଙ୍କ ମୃତ୍ୟୁେ ହୋଇସାରିଲାଣି। ସିରିଆ ସେନା ଓ ପୂର୍ବତନ ରାଷ୍ଟ୍ରପତି ବଶର ଅଲ ଅସଦଙ୍କ ସମର୍ଥକଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ଜାରି ରହିଛି। ୨୦୧୧ ଗୃହଯୁଦ୍ଧ ପରେ ସିରିଆରେ ସର୍ବାଧିକ ସଂଖ୍ଯକ ସଂଖ୍ଯାଲଘୁ ଲୋକଙ୍କ ମୃତ୍ୟୁ। ଲୋକଙ୍କ ଉପରେ ଅତ୍ଯାଚାର ବଢିଚାଲିଥିବାରୁ ସାହାଯ୍ୟ ଲାଗି ଭାରତକୁ ଗୁହାରୀ କରିଛନ୍ତି ସିରିଆରେ ଥିବା ସଂଖ୍ଯାଲଘୁ ଗୋଷ୍ଠୀ। ସିରିଆ ସେନା ଓ ପୂର୍ବତନ ରାଷ୍ଟ୍ରପତି ବଶାର ଅଲ୍ ଅସଦଙ୍କ ସମର୍ଥକଙ୍କ ମଧ୍ୟରେ ଏବେ ଭୀଷଣ ସଂଘର୍ଷ ଜାରି ରହିଛି। ଏହି ହିଂସାକାଣ୍ଡରେ ହଜାରେରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଦୁଇ ଦିନ ମଧ୍ୟରେ ସୁରକ୍ଷାବାହିନୀ ସହ ସଂଖ୍ୟାଲଘୁ ଅଲାଭି ମୁସଲମାନ ସମ୍ପ୍ରଦାୟର ୭୪୫ରୁ ଅଧିକ ଲୋକଙ୍କୁ ହତ୍ୟା କରିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଫାଶୀ ଦିଆଯାଇଛି। ଏହାବ୍ୟତୀତ ୧୪୮ ଜଣ ଅସଦ ସମର୍ଥକ ଯୋଦ୍ଧା ମଧ୍ୟ ନିହତ ହୋଇଛନ୍ତି। ଅନ୍ୟପକ୍ଷରେ ଅସଦ ସମର୍ଥକଙ୍କ ଆକ୍ରମଣରେ ୧୨୫ ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି।ଅସଦଙ୍କ ସମର୍ଥକ ଯୋଦ୍ଧାମାନେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିବା ପରେ ହିଂସାକାଣ୍ଡ ଘଟିଥିଲା। ସେପଟେ ଆବାସିକ ଅଂଚଳରେ ସୁରକ୍ଷା ବାହିନୀ ବୋମାମାଡ଼ କରିବା ପରେ ପରିସ୍ଥିତି ଭୟାନକ ରୂପ ନେଇଥିଲା। ସୁରକ୍ଷାବାହିନୀ କେତେକ ଅସଦ ସମର୍ଥକଙ୍କୁ ଗିରଫ କରିବାକୁ ଚେଷ୍ଟା କରିବାରୁ ସଂଘର୍ଷ ଆରମ୍ଭ ହୋଇଥିଲା। ଏହାପରେ ସରକାର ଲାଟାକିଆ ଓ ଟାର୍ଟାସରେ ବହୁ ସଂଖ୍ୟକ ସୈନ୍ୟ ମୁତୟନ କରିଛନ୍ତି। ଏଥିସହ ହିଂସା ନିୟନ୍ତ୍ରଣ ପାଇଁ କର୍ଫ୍ୟୁ ମଧ୍ୟ ଲାଗୁ ହୋଇଛି।
The post ସିରିଆରେ ସଂଖ୍ୟାଲଘୁ ଗୋଷ୍ଠୀଙ୍କୁ ନରସଂହାର, ସାହାଯ୍ୟ ଲାଗି ଭାରତକୁ ଗୁହାରୀ କଲେ ସଂଖ୍ୟାଲଘୁ appeared first on .