ସିରିଆଲ-ଫିଲ୍ମରେ ଶିଶୁଙ୍କ ନିୟୋଜନ ନେଇ କଟକଣା
ଭୁବନେଶ୍ୱର,୮ା୮(ଶର୍ମିଷ୍ଠା ପାଣିଗ୍ରାହୀ): ମନୋରଞ୍ଜନ ଶିଳ୍ପ ଓ ବ୍ୟବସାୟିକ ମନୋରଞ୍ଜନ କାର୍ଯ୍ୟକ୍ରମରେ ଶିଶୁ ଏବଂ କିଶୋରଙ୍କୁ ନିୟୋଜନ ନେଇ କେତେକ କଟକଣା ଲଗାଯାଇଛି। ଏନେଇ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଓଏସ୍ସିପିସିଆର୍) ପକ୍ଷରୁ ଏକ ଆଡଭାଇଜରି ଜାରି କରାଯାଇଛି। ପୋକ୍ସୋ ଆକ୍ଟ, ଜୁଭେନାଇଲ ଦେୟମୁକ୍ତ ଓ ବାଧ୍ୟତାମୂଳକ ଶିକ୍ଷା ଆକ୍ଟକୁ ଶିଶୁଙ୍କ କ୍ଷେତ୍ରରେ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଡଭାଇଜରି ଅନୁସାରେ, ଯଦି କୌଣସି ଟେଲିଭିଜନ ବା ସିନେମା ପ୍ରଯୋଜକ ତାଙ୍କ କାର୍ଯ୍ୟ ପାଇଁ ଶିଶୁମାନଙ୍କୁ […] The post ସିରିଆଲ-ଫିଲ୍ମରେ ଶିଶୁଙ୍କ ନିୟୋଜନ ନେଇ କଟକଣା appeared first on Dharitri Odia News.
ଭୁବନେଶ୍ୱର,୮ା୮(ଶର୍ମିଷ୍ଠା ପାଣିଗ୍ରାହୀ): ମନୋରଞ୍ଜନ ଶିଳ୍ପ ଓ ବ୍ୟବସାୟିକ ମନୋରଞ୍ଜନ କାର୍ଯ୍ୟକ୍ରମରେ ଶିଶୁ ଏବଂ କିଶୋରଙ୍କୁ ନିୟୋଜନ ନେଇ କେତେକ କଟକଣା ଲଗାଯାଇଛି। ଏନେଇ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଓଏସ୍ସିପିସିଆର୍) ପକ୍ଷରୁ ଏକ ଆଡଭାଇଜରି ଜାରି କରାଯାଇଛି। ପୋକ୍ସୋ ଆକ୍ଟ, ଜୁଭେନାଇଲ ଦେୟମୁକ୍ତ ଓ ବାଧ୍ୟତାମୂଳକ ଶିକ୍ଷା ଆକ୍ଟକୁ ଶିଶୁଙ୍କ କ୍ଷେତ୍ରରେ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଡଭାଇଜରି ଅନୁସାରେ, ଯଦି କୌଣସି ଟେଲିଭିଜନ ବା ସିନେମା ପ୍ରଯୋଜକ ତାଙ୍କ କାର୍ଯ୍ୟ ପାଇଁ ଶିଶୁମାନଙ୍କୁ ଅନ୍ତର୍ଭୁକ୍ତ କରାଉଛନ୍ତି ତା’ହେଲେ ପ୍ରଥମେ ତାଙ୍କୁ ଜିଲାପାଳଙ୍କଠାରୁ ଅନୁମତି ନେବାକୁ ପଡ଼ିବ। ଅଣ୍ଡରଟେକିଂ ଲେଖିବା ସହ ସବିଶେଷ ସୂଚନା ପ୍ରଦାନ କରିବାକୁ ପଡ଼ିବ। ସେହିପରି ଲାଇଭ ଶୋ’ ବେଳେ ପିଲାଟିକୁ ଯେଭଳି ଅବହେଳା କି ନିର୍ଯାତନା ଦିଆଯିବ ନାହିଁ ସେ ନେଇ ମଧ୍ୟ ଆବଶ୍ୟକ ପଦକ୍ଷେପ ନେଇ ଆଗୁଆ ସୁନିଶ୍ଚିତ କରିବାକୁ ହେବ। ପିଲାଙ୍କୁ ନେଇ ହେଉଥିବା ଚଳଚ୍ଚିତ୍ର, ଟେଲିଭିଜନ ଧାରାବାହିକ, ରିୟାଲିଟି ଶୋ’, ସୋସିଆଲ ମିଡିଆ କଣ୍ଟେଣ୍ଟ ପ୍ରସାରଣ ଆଗରୁ ଡିସ୍କ୍ଲେମାର ଡିସ୍ପ୍ଲେରେ ପ୍ରଦର୍ଶନ କରିବାକୁ ହେବ। ସେହିପରି ବୟସ, ପରିପକ୍ୱତା, ମାନସିକ ତଥା ଶାରୀରିକ ବିକାଶକୁ ଦେଖି କିଶୋର ତଥା ଶିଶୁଙ୍କୁ କାଷ୍ଟ କରିବାକୁ ଦିଆଯିବ। ନିଶାଦ୍ରବ୍ୟ, ନଗ୍ନତା, ସେକ୍ସୁଆଲ ଆକ୍ଟିଂ ଆଦିରେ ସେମାନଙ୍କୁ ସାମିଲ କରାଯିବନାହିଁ। ଅତି ଅବଶ୍ୟକ ପଡିଲେ ବିଷୟବସ୍ତୁକୁ ନଜରରେ ରଖି ଉପଯୁକ୍ତ ଯତ୍ନର ସହକାରେ ଏହା କରାଯିବ। ସେମାନଙ୍କ ଇଚ୍ଛା ବିରୋଧରେ କୌଣସି କାର୍ଯ୍ୟ ବାଧ୍ୟତାମୂଳକ ଭାବେ କରାଯାଇପାରିବ ନାହିଁ। କେବଳ ସ୍ତନ୍ୟପାନ କିମ୍ବା ଟିକାକରଣକୁ ଛାଡ଼ି ଦେଲେ ୩ମାସ ପୂର୍ବର ଶିଶୁଙ୍କୁ କୌଣସି କାର୍ଯ୍ୟରେ ନିଆଯିବ ନାହିଁ। ୬ବର୍ଷରୁ କମ୍ ପିଲାଙ୍କ ପାଖରେ ପରିବାରର କେହି ସଦସ୍ୟ ଉପସ୍ଥିତ ରହିବା ନିହାତି ଆବଶ୍ୟକ। ଏଥିସହ ଯାତ୍ରା କରିବା ସମୟରେ ସେମାନଙ୍କ ପାଇଁ ସମସ୍ତ ବନ୍ଦୋବସ୍ତ କରାଯିବା ସହ ସେମାନଙ୍କ ସହ ଅଭିଭାବକ ମଧ୍ୟ ରହିବେ। ପୋଷଣଯୁକ୍ତ ଖାଦ୍ୟ, ମେଡିକାଲ ସୁବିଧା ଓ ଶୁଟିଂ ସେଟ୍ରେ ସେମାନଙ୍କ ପୋଷାକ ପରିବର୍ତ୍ତନ କଲାବେଳେ ଭିନ୍ନ କୋଠରିର ବ୍ୟବସ୍ଥା ରହିବ। ବିପରୀତ ଲିଙ୍ଗର ଯେଭଳି କେହି ଉପସ୍ଥିତ ନ ରୁହନ୍ତି ସେ ପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୋଟିଏ ଦିନରେ ୫ଘଣ୍ଟାରୁ ଅଧିକ କାମ ନ କରାଇବା ଓ ସମସ୍ତ ଆବଶ୍ୟକ ସୁବିଧା ପ୍ରଦାନକୁ ଆଡ୍ଭାଇଜରିରେ ଗୁରୁତ୍ୱ ଦିଆଯାଇଛି। ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ଓଏସ୍ସିପିସିଆର୍ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି।
The post ସିରିଆଲ-ଫିଲ୍ମରେ ଶିଶୁଙ୍କ ନିୟୋଜନ ନେଇ କଟକଣା appeared first on Dharitri Odia News.