ସିରିଜ ଚୋରି ଘଟଣାର ପର୍ଦ୍ଦାଫାସ, ତିନି ଗିରଫ
ଯାଜପୁର ଟାଉନ : ଯାଜପୁର ଥାନା ବୈଦ୍ୟନାଥନଗରରେ ହୋଇଥିବା ସିରିଜ ଚୋରି ଘଟଣାର ପର୍ଦ୍ଦାଫାଶ କଲା ଯାଜପୁର ପୋଲିସ। ଏହି ଚୋରି ଘଟଣାରେ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ବହୁ ଚୋରି ସାମଗ୍ରୀ ଉଦ୍ଧାର କରିଛି ପୋଲିସ । ଚଳିତ ମାସ ୧୦ତାରିଖ ରେ ବୈଦ୍ୟନାଥନଗରର ତିନିଜଣଙ୍କ ଘରେ ଚୋରି ହୋଇଥିବା ଯାଜପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ଯାଜପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର […] The post ସିରିଜ ଚୋରି ଘଟଣାର ପର୍ଦ୍ଦାଫାସ, ତିନି ଗିରଫ appeared first on KNews Odisha.

ଯାଜପୁର ଟାଉନ : ଯାଜପୁର ଥାନା ବୈଦ୍ୟନାଥନଗରରେ ହୋଇଥିବା ସିରିଜ ଚୋରି ଘଟଣାର ପର୍ଦ୍ଦାଫାଶ କଲା ଯାଜପୁର ପୋଲିସ। ଏହି ଚୋରି ଘଟଣାରେ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ବହୁ ଚୋରି ସାମଗ୍ରୀ ଉଦ୍ଧାର କରିଛି ପୋଲିସ । ଚଳିତ ମାସ ୧୦ତାରିଖ ରେ ବୈଦ୍ୟନାଥନଗରର ତିନିଜଣଙ୍କ ଘରେ ଚୋରି ହୋଇଥିବା ଯାଜପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ।
ଅଭିଯୋଗକୁ ଭିତ୍ତି କରି ଯାଜପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର ଏକ ସ୍ଵତନ୍ତ୍ର ଟିମ ଗଠନ କରି କେନ୍ଦ୍ରାପଡା ଜିଲ୍ଲାର ଦୁଇ ଜଣ ଏବଂ ଯାଜପୁର ଅକରପଡ଼ା ଗ୍ରାମର ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିସହ ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନା, ନଗଦ ଟଙ୍କା, ଦୁଇଟି ମଟର ସାଇକେଲ ସମେତ ୪ଟି ମୋବାଇଲ ଜବତ ହୋଇଥିବା ପୋଲିସ ଯାଜପୁର ଥାନାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛି।
The post ସିରିଜ ଚୋରି ଘଟଣାର ପର୍ଦ୍ଦାଫାସ, ତିନି ଗିରଫ appeared first on KNews Odisha.