ସିରିୟାରେ ଏପରି କଟିଥିଲା ବଶର ଅଲ-ଅସଦଙ୍କ ଶେଷ କିଛି ଘଣ୍ଟା, ସାନ ଭାଇ ବି ଜାଣିନଥିଲେ ପଳାୟନ କଥା!
ନୂଆଦିଲ୍ଲୀ ୧୫।୧୨: ସିରିୟାର ପୂର୍ବତନ ରାଷ୍ଟ୍ରପତି ବଶର ଅଲ-ଅସଦଙ୍କ ପରିଚୟ ଏବେ ଋଷିଆ ଶରଣାର୍ଥୀ। ତେବେ ସେ କେଉଁଭଳି ପରିସ୍ଥିତିରେ ଋଷିଆ ପଳାୟନ କଲେ ତାହା ଏବେ ସାମ୍ନାକୁ ଆସୁଛି। ତାଙ୍କ ପଳୟାନ ସମ୍ପର୍କରେ କର୍ମଚାରୀ ଏପରିକି ସାନ ଭାଇ ମଧ୍ୟ ଅଜ୍ଞାତ ଥିଲେ। ସେ କାର୍ଯ୍ୟାଳୟରୁ ଘରକୁ ଯାଉଛି କହି ସିଧା ଏୟାରପୋର୍ଟ ପହଞ୍ଚିଥିଲେ ଓ ରାଡାରରେ ଧରା ନପଡିବା ପାଇଁ ବିମାନର ଟ୍ରାନସପୋଣ୍ଡର ବନ୍ଦ କରି ଉଡାଣ କରିଥିଲେ। ଅସଦଙ୍କୁ ନେଇ ଏବେବି ଅନେକ ପ୍ରଶ୍ନ ରହିଛି, ଯେପରି ସେ ଦେଶ ଛାଡିବାକୁ ନିଷ୍ପତ୍ତି କେତେବେଳେ ନେଲେ, କିଏ ତାଙ୍କୁ ଏପରି ପରାମର୍ଶ ଦେଲା, କେବେ ଓ କେମିତି ଦେଶରୁ ଗଲେ ଓ ପୁରା ଏଗଜିଟ୍ ପ୍ଲାନ୍ କେବେ ପ୍ରସ୍ତୁତ ହେଲା ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଯାହା ଜଣାପଡିଛି ବଶର ଅଲ-ଅସଦ ସିରିୟା ଛାଡିବା ପାଇଁ ତାଙ୍କ ଯୋଜନା ସମ୍ପର୍କରେ କାହାରିକୁ ଜଣାଇ ନଥିଲେ। ତାଙ୍କ ଶାସନ ଭୁଶୁଡୁଥିବା ବେଳେ ସେ ସହଯୋଗୀ, ଅଧିକାରୀ ଏପରିକି ପାରିବାରିକ ସମ୍ପର୍କୀୟଙ୍କୁ ବି ଅନ୍ଧାରରେ ରଖିଥିଲେ। ମସ୍କୋ ପଳାୟନ କରିବାର ମାତ୍ର କିଛି ଘଣ୍ଟା ପୂର୍ବରୁ ସେ ତାଙ୍କ କାର୍ଯ୍ୟାଳୟରେ ୩୦ ସେନା ଓ ସୁରକ୍ଷା ମୁଖ୍ୟଙ୍କ ବୈଠକ କରିଥିଲେ। ସୈନ୍ୟ ସହାୟତା ଖୁବ୍ ଶୀଘ୍ର ପହଞ୍ଚୁଛି ବୋଲି ଅଶଦ ନିଜ ଅଧିକାରୀମାନଙ୍କୁ ଆଶ୍ୱସ୍ତ କରିଥିଲେ। ଅସଦଙ୍କ ଜନୈକ ସହଯୋଗୀ କହିଛନ୍ତି ଯେ ଶନିବାର ସେ ତାଙ୍କ ପ୍ରେସିଡେନ
ନୂଆଦିଲ୍ଲୀ ୧୫।୧୨: ସିରିୟାର ପୂର୍ବତନ ରାଷ୍ଟ୍ରପତି ବଶର ଅଲ-ଅସଦଙ୍କ ପରିଚୟ ଏବେ ଋଷିଆ ଶରଣାର୍ଥୀ। ତେବେ ସେ କେଉଁଭଳି ପରିସ୍ଥିତିରେ ଋଷିଆ ପଳାୟନ କଲେ ତାହା ଏବେ ସାମ୍ନାକୁ ଆସୁଛି। ତାଙ୍କ ପଳୟାନ ସମ୍ପର୍କରେ କର୍ମଚାରୀ ଏପରିକି ସାନ ଭାଇ ମଧ୍ୟ ଅଜ୍ଞାତ ଥିଲେ। ସେ କାର୍ଯ୍ୟାଳୟରୁ ଘରକୁ ଯାଉଛି କହି ସିଧା ଏୟାରପୋର୍ଟ ପହଞ୍ଚିଥିଲେ ଓ ରାଡାରରେ ଧରା ନପଡିବା ପାଇଁ ବିମାନର ଟ୍ରାନସପୋଣ୍ଡର ବନ୍ଦ କରି ଉଡାଣ କରିଥିଲେ।
ଅସଦଙ୍କୁ ନେଇ ଏବେବି ଅନେକ ପ୍ରଶ୍ନ ରହିଛି, ଯେପରି ସେ ଦେଶ ଛାଡିବାକୁ ନିଷ୍ପତ୍ତି କେତେବେଳେ ନେଲେ, କିଏ ତାଙ୍କୁ ଏପରି ପରାମର୍ଶ ଦେଲା, କେବେ ଓ କେମିତି ଦେଶରୁ ଗଲେ ଓ ପୁରା ଏଗଜିଟ୍ ପ୍ଲାନ୍ କେବେ ପ୍ରସ୍ତୁତ ହେଲା ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଯାହା ଜଣାପଡିଛି ବଶର ଅଲ-ଅସଦ ସିରିୟା ଛାଡିବା ପାଇଁ ତାଙ୍କ ଯୋଜନା ସମ୍ପର୍କରେ କାହାରିକୁ ଜଣାଇ ନଥିଲେ। ତାଙ୍କ ଶାସନ ଭୁଶୁଡୁଥିବା ବେଳେ ସେ ସହଯୋଗୀ, ଅଧିକାରୀ ଏପରିକି ପାରିବାରିକ ସମ୍ପର୍କୀୟଙ୍କୁ ବି ଅନ୍ଧାରରେ ରଖିଥିଲେ।
ମସ୍କୋ ପଳାୟନ କରିବାର ମାତ୍ର କିଛି ଘଣ୍ଟା ପୂର୍ବରୁ ସେ ତାଙ୍କ କାର୍ଯ୍ୟାଳୟରେ ୩୦ ସେନା ଓ ସୁରକ୍ଷା ମୁଖ୍ୟଙ୍କ ବୈଠକ କରିଥିଲେ। ସୈନ୍ୟ ସହାୟତା ଖୁବ୍ ଶୀଘ୍ର ପହଞ୍ଚୁଛି ବୋଲି ଅଶଦ ନିଜ ଅଧିକାରୀମାନଙ୍କୁ ଆଶ୍ୱସ୍ତ କରିଥିଲେ। ଅସଦଙ୍କ ଜନୈକ ସହଯୋଗୀ କହିଛନ୍ତି ଯେ ଶନିବାର ସେ ତାଙ୍କ ପ୍ରେସିଡେନ୍ସିଆଲ ଅଫିସ ମ୍ୟାନେଜରଙ୍କୁ ଘରକୁ ଯାଉଥିବା କହି ବାହାରିଥିଲେ ଓ ସିଧା ବିମାନବନ୍ଦରରେ ପହଞ୍ଚିଥିଲେ। ସେ ତାଙ୍କ ମିଡିଆ ପରାମର୍ଶଦାତା ବୁଶେନା ଶାବାନଙ୍କୁ ଫୋନ କରିଥିଲେ ଓ ତାଙ୍କୁ ଭାଷଣ ପ୍ରସ୍ତୁତ କରିବାକୁ ଘରକୁ ଡାକିଥିଲେ।
ବୁଶାନା ତାଙ୍କ ଘରେ ପହଞ୍ଚିବା ବେଳେକୁ ଘର ଖାଲିପଡିଥିଲା। ବଶର ଅଲ-ଅସଦ ତାଙ୍କ ଶେଷ ଲଢେଇ ଲଢିବାକୁ ମଧ୍ୟ ଉଦ୍ୟମ କରି ନଥିଲେ। ଆରବ ରିଫର୍ମ ଇନିସିଏଟିଭର ନିର୍ଦ୍ଦଶକ ନଦୀମ ହୌରୀ କହିଛନ୍ତି ଯେ ସେ ତାଙ୍କ ସମର୍ଥକଙ୍କୁ ନିଜ ହାଲ ଉପରେ ଛାଡି ଚାଲି ଯାଇଛନ୍ତି। ଅସଦ ପ୍ରଥମେ ୟୁଏଇରେ ଶରଣ ନେବାକୁ ଉଦ୍ୟମ କରିଥିଲେ, ତେବେ ତାଙ୍କୁ ନିରାଶ ହେବାକୁ ପଡିଥିଲା। ୟୁଏଇ ସରକାର ତାଙ୍କୁ ଶରଣ ଦେବାକୁ ମନା କରିଦେଇଥିଲେ। ତେବେ ଅସଦଙ୍କୁ ଦେଶରୁ ସୁରକ୍ଷିତ ବାହାର କରିବା ପାଇଁ ଋଷିଆ ଉଦ୍ୟମ କରିଥିବା ଏବେ ଜଣାପଡିଛି।
ଅସଦଙ୍କୁ ଦେଶରୁ ବାହାର କରିବା ପାଇଁ ଋଷିଆ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ କତାର ଓ ତୁର୍କିୟେ ସହିତ କୁଟନୈତିକ ପ୍ରୟାସ କରିଥିଲେ। ଅସଦ ଡିସେମ୍ବର ୮ ତାରିଖ ଦିନ ଡାମାସକସରୁ ବିମାନ ଯୋଗେ ଉଡାଣ କରିଥିଲେ ଓ ଏଥିରେ ସେ ସିରିୟା ଉପକୂଳର ଲଟାକିଆରେ ଥିବା ଋଷିଆର ହମିମ ବାୟୁସେନା ଘାଟିରେ ଅବତରଣ କରିଥିଲେ ଓ ସେଠାରୁ ସିଧା ମସ୍କୋ ଚାଲି ଯାଇଥିଲେ। ତାଙ୍କ ପରିବାର ସଦସ୍ୟ ପୂର୍ବରୁ ମସ୍କୋରେ ପହଞ୍ଚି ତାଙ୍କୁ ଅପେକ୍ଷା କରିଥିଲେ।