ସିରିୟାରେ କାହିଁକି ହେଉଛି ବିଦ୍ରୋହ ? ବିଦ୍ରୋହୀ ଏଚଟିଏସର କ’ଣ ରହିଛି ଉଦ୍ଦେଶ୍ୟ ?

ନୂଆଦିଲ୍ଲୀ: ସିରିୟାରେ ଜାରି ରହିଛି ଗୃହ ଯୁଦ୍ଧ । ଦାରାରେ କବ୍‌ଜା ପରେ ଏବେ ବିଦ୍ରୋହୀ ରାଜଧାନୀ ଦମିସ୍କକୁ ଘେରିଛନ୍ତି। ଅସଦ ଶାସନକୁ ଶେଷ କରିବାକୁ ଚାହୁଥିବା ବିଦ୍ରୋହୀ ସିରିୟାର ତିନିଟି ସହରକୁ କବଜା କରିସାରିଛନ୍ତି। ଏଥିର ଅଲେପ୍ପୋ, ହୋମ୍ସ ଏବଂ ଦାରା ସହର ରହିଛି। ବିଦ୍ରୋହୀଙ୍କ ଶକ୍ତିକୁ ଦେଖି ଆଗାମୀ ୨୪ ଘଣ୍ଟାରେ ସିରିୟାରେ ଆହୁରି ଭୟଙ୍କର ସ୍ଥିତି ଦେଖିବାକୁ ମିଳିପାରେ । ପୂର୍ବରୁ ୨୦୧୧ରେ ମଧ୍ୟ ରାଷ୍ଟ୍ରପତି ବଶର ଅଲ ଅସଦଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ ଏଠାରୁ ହିଁ ହୋଇଥିଲା। ବିଦ୍ରୋହୀଙ୍କ ଡରରେ ସିରିୟା ରାଷ୍ଟ୍ରପତି ବଶର ଅଲ- ଅସଦ ଦେଶ ଛାଡ଼ିଥିବା କଥା ମଧ୍ୟ କୁହାଯାଉଛି। ପରିବାର ସହ ସେ ରୁଷ ଚାଲିଯାଇଥିବା କୁହାଯାଉଛି। ଏହାରି ମଧ୍ୟରେ ବିଦ୍ରୋହୀ ନେତା ମୋହମ୍ମଦ ଗୋଲାନୀ ସିରିୟା ସୈନିକଙ୍କୁ ସରେଣ୍ଡର କରିବାକୁ ଅପିଲ କରିଛନ୍ତି। ବିଦ୍ରୋହୀ ସଂଗଠନ ହୟାତ ତହରୀର ଅଲ ଶାମ (HTS)ର ସିରିୟାର ବଶର ସରକାରଙ୍କୁ ଉପାଡ଼ି ଫିଙ୍ଗିବାକୁ ଚାହୁଛି। ଏଚଟିଏସ ଉତ୍ତର-ପଶ୍ଚିମ ସିରିୟାର ଅଧିକାଂଶ ସ୍ଥାନକୁ ନିୟନ୍ତ୍ରିତ କରୁଛି। ବିଦ୍ରୋହୀ ସଂଗଠନର କହିବା ଅନୁଯାୟୀ, ବଶର ସରକାରର ଅନ୍ୟାୟକୁ ରୋକିବା ପାଇଁ ଏହି ଯୁଦ୍ଧର ଆରମ୍ଭ ହୋଇଛି। ଏହି ସରକାର ବିଦ୍ରୋହୀଙ୍କ କବଜାରେ ଥିବା ଅଞ୍ଚଳରେ ଆକ୍ରମଣ କରୁଛି। ଏଚଟିଏସ ଚିଫ୍‌ ଅବୁ ମୋହମ୍ମଦ ଅଲ ଗୋଲାନୀ କହିଛନ୍ତି ଅସଦ ଶାସନକୁ ଉପାଡ଼ି ଫିଙ୍ଗିବା ଏବଂ ଇ

ସିରିୟାରେ କାହିଁକି ହେଉଛି ବିଦ୍ରୋହ ? ବିଦ୍ରୋହୀ ଏଚଟିଏସର କ’ଣ ରହିଛି ଉଦ୍ଦେଶ୍ୟ ?

ନୂଆଦିଲ୍ଲୀ: ସିରିୟାରେ ଜାରି ରହିଛି ଗୃହ ଯୁଦ୍ଧ । ଦାରାରେ କବ୍‌ଜା ପରେ ଏବେ ବିଦ୍ରୋହୀ ରାଜଧାନୀ ଦମିସ୍କକୁ ଘେରିଛନ୍ତି। ଅସଦ ଶାସନକୁ ଶେଷ କରିବାକୁ ଚାହୁଥିବା ବିଦ୍ରୋହୀ ସିରିୟାର ତିନିଟି ସହରକୁ କବଜା କରିସାରିଛନ୍ତି। ଏଥିର ଅଲେପ୍ପୋ, ହୋମ୍ସ ଏବଂ ଦାରା ସହର ରହିଛି। ବିଦ୍ରୋହୀଙ୍କ ଶକ୍ତିକୁ ଦେଖି ଆଗାମୀ ୨୪ ଘଣ୍ଟାରେ ସିରିୟାରେ ଆହୁରି ଭୟଙ୍କର ସ୍ଥିତି ଦେଖିବାକୁ ମିଳିପାରେ । ପୂର୍ବରୁ ୨୦୧୧ରେ ମଧ୍ୟ ରାଷ୍ଟ୍ରପତି ବଶର ଅଲ ଅସଦଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ ଏଠାରୁ ହିଁ ହୋଇଥିଲା। ବିଦ୍ରୋହୀଙ୍କ ଡରରେ ସିରିୟା ରାଷ୍ଟ୍ରପତି ବଶର ଅଲ- ଅସଦ ଦେଶ ଛାଡ଼ିଥିବା କଥା ମଧ୍ୟ କୁହାଯାଉଛି। ପରିବାର ସହ ସେ ରୁଷ ଚାଲିଯାଇଥିବା କୁହାଯାଉଛି। ଏହାରି ମଧ୍ୟରେ ବିଦ୍ରୋହୀ ନେତା ମୋହମ୍ମଦ ଗୋଲାନୀ ସିରିୟା ସୈନିକଙ୍କୁ ସରେଣ୍ଡର କରିବାକୁ ଅପିଲ କରିଛନ୍ତି। 

ବିଦ୍ରୋହୀ ସଂଗଠନ ହୟାତ ତହରୀର ଅଲ ଶାମ (HTS)ର ସିରିୟାର ବଶର ସରକାରଙ୍କୁ ଉପାଡ଼ି ଫିଙ୍ଗିବାକୁ ଚାହୁଛି। ଏଚଟିଏସ ଉତ୍ତର-ପଶ୍ଚିମ ସିରିୟାର ଅଧିକାଂଶ ସ୍ଥାନକୁ ନିୟନ୍ତ୍ରିତ କରୁଛି। ବିଦ୍ରୋହୀ ସଂଗଠନର କହିବା ଅନୁଯାୟୀ, ବଶର ସରକାରର ଅନ୍ୟାୟକୁ ରୋକିବା ପାଇଁ ଏହି ଯୁଦ୍ଧର ଆରମ୍ଭ ହୋଇଛି। ଏହି ସରକାର ବିଦ୍ରୋହୀଙ୍କ କବଜାରେ ଥିବା ଅଞ୍ଚଳରେ ଆକ୍ରମଣ କରୁଛି। ଏଚଟିଏସ ଚିଫ୍‌ ଅବୁ ମୋହମ୍ମଦ ଅଲ ଗୋଲାନୀ କହିଛନ୍ତି ଅସଦ ଶାସନକୁ ଉପାଡ଼ି ଫିଙ୍ଗିବା ଏବଂ ଇସଲାମୀ ସରକାର ସ୍ଥାପିତ କରିବା ଆମର ଉଦ୍ଦେଶ୍ୟ।

୨୦୧୬ରେ ନିଜକୁ ରିବ୍ରାଣ୍ଡ୍ କରିବା ଏବଂ ଅଲ୍-କାଏଦା ସମ୍ବନ୍ଧ ଭାଙ୍ଗିବା ପରେ ଏଚଟିଏସ ଅସଦ ସରକାରଙ୍କ ଉପରେ ଆକ୍ରମଣ ଆରମ୍ଭ କରିଥିଲା। ଏଚଟିଏସ ନେତୃତ୍ବରେ ବିଦ୍ରୋହୀ ପ୍ରଥମେ ଅଲେପ୍ପୋ ସହର ଉପରେ କବଜା କରିଥିଲେ। ଏହାର କିଛି ଦିନ ପରେ ବିଦ୍ରୋହୀ ଗୋଷ୍ଠୀ ଏବ ବଡ଼ ସହର ହମା, ହୋମ୍ସ, ଦାରା ଉପରେ ମଧ୍ୟ କବଜା କରିଛି। ଏବେ ଏହି ବିଦ୍ରୋହୀ ଗୋଷ୍ଠୀ ଦମିସ୍କ ଆଡ଼କୁ ବଢ଼ୁଛନ୍ତି।ଦମିସ୍କ ଉପରେ ମଧ୍ୟ କବଜା କରିବାକୁ ଚାହୁଛନ୍ତି। ବିଦ୍ରୋହୀ ଦାରା ଉପରେ କବଜା କରିବା ପରେ ରାଜଧାନୀ ଦମିସ୍କଙ୍କୁ ସମ୍ପୂର୍ଣ୍ଣ ଭାବରେ ଘେରିସାରିଛନ୍ତି। ଦାରା ଏବଂ ଦମିସ୍କ ମଧ୍ୟରେ ଦୂରତା କେବଳ ୯୦ କିଲୋମିଟର।

ଦମିସ୍କ ଉପରେ କବଜା ପାଇଁ ଆଗକୁ ବଢ଼ୁଥିବା ବିଦ୍ରୋହୀ ଦାବି କରିଛନ୍ତି ସିରିୟାରେ ୟୁଏନ ଅଫିସ ଏବଂ ଅନ୍ତରାଷ୍ଟ୍ରୀୟ ସଂଗଠନକୁ ରକ୍ଷା କରିବେ। ଏଚଟିଏସ କହିଛି ଲୋକଙ୍କ ସେବା କରୁଥିବା ସଂସ୍ଥାର ରକ୍ଷା କରିବୁ। ସେମାନଙ୍କର ରକ୍ଷା କରିବା, ଆମ ଲୋକଙ୍କ ହିତର ରକ୍ଷା କରିବା ଦାୟିତ୍ବ ଏବଂ ପ୍ରତିବଦ୍ଧତାର ଅଂଶ। ସିରିୟା ସୈନିକଙ୍କୁ ନେଇ ଏଚଟିଏସ ଚିଫ ଗୋଲାନୀ କହିଛନ୍ତି ଆତ୍ମ ସମର୍ପଣ କରୁଥିବା ସୈନିକଙ୍କ ଉପରେ ଆକମ୍ରଣ କରାଯିବନି। ସରେଣ୍ଡର କରୁଥିବା ସୈନିକ ସୁରକ୍ଷିତ ରହିବେ।

ନଭେମ୍ବର ୨୭ରେ ଆରମ୍ଭ ହୋଇଥିଲା ସଂଘର୍ଷ

ସୂଚନାଥାଉକି, ସିରିୟାରେ ନଭେମ୍ବର ୨୭ ସେନା ଏବଂ ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା। ପ୍ରକୃତରେ କହିବାକୁ ଗଲେ ଲୋକତନ୍ତ୍ର ଦାବିରେ ସିରିୟାରେ ଗତ ୧୩ ବର୍ଷରୁ ହିଁ ଗୃହ ଯୁଦ୍ଧ ଜାରି ରହିଛି। ୨୦୧୦ର ଆରବ ସ୍ପ୍ରିଙ୍ଗ ଅର୍ଥାତ୍ ସରକାରରେ ପରିବର୍ତ୍ତନରୁ ପ୍ରଭାବିତ ହୋଇ ସିରିୟାରେ ଲୋକେ ଗଣତନ୍ତ୍ର  ଦାବି କରି ବିରୋଧ ପ୍ରଦର୍ଶନ କରିଥିଲା। ଆଉ ଯେତେବେଳେ ସରକାର ଏହି ବିକ୍ଷୋଭକୁ ଚପାଇଦେବାକୁ ଉଦ୍ୟମ କରିଥିଲେ, ସେବେଠାରୁ ଏହା ଧୀରେ ଧୀରେ ଯୁଦ୍ଧର ରୂପ ନେଇଥିଲା। ଆହୁରି ମଧ୍ୟ ବର୍ତ୍ତମାନର ସିରିୟା ସରକାରଙ୍କୁ ଇରାନ ଏବଂ ରୁଷର ସମର୍ଥନ ରହିଛି। ଫଳରେ ଗୃହଯୁଦ୍ଧ ଏବେବି ଜାରି ରହିଛି।