ସିଲଚର କମ୍ପ୍ୟୁଟର ଇନିଷ୍ଟିଚ୍ୟୁଟ୍ ରେ ଅଗ୍ନିକାଣ୍ଡ, ଫଶି ରହିଛନ୍ତି ଅନେକ ଛାତ୍ରଛାତ୍ରୀ
ସିଲଚର୧୮।୫: ଆସାମ ସିଲଚର ସହରର ଶିଲାଂପଟ୍ଟି ଅଞ୍ଚଳରେ ଥିବା ଏକ ବିଲ୍ଡିଂରେ ଶନିବାର ନିଆଁ ଲାଗିଯାଇଛି। ଏହି ବିଲ୍ଡିଂର ଟପ ଫ୍ଲୋରରେ ଏକ କମ୍ପ୍ୟୁଟର ଇନିଷ୍ଟିଚ୍ୟୁଟ ରହିଛି। ଏହି ଇନିଷ୍ଟିଚ୍ୟୁଟକୁ ଛାତ୍ରଛାତ୍ରୀ ପଢି ଆସିଥିବା ବେଳେ ଅଗ୍ନିକାଣ୍ଡ ଘଟିଛି। ଫଳରେ ଅନେକ ଛାତ୍ରଛାତ୍ରୀ ବିଲ୍ଡିଂରେ ଫଶି ରହିଛନ୍ତି। ଏହି ଅଗ୍ନିକାଣ୍ଡର ଭିଡିଓ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ଛାତ୍ରଛାତ୍ରୀ ସେମାନଙ୍କ ଜୀବନ ବଞ୍ଚାଇବା ପାଇଁ ଝରକା ପଟେ ପାଇପକୁ ଧରି ତଳକୁ ଓହ୍ଲାଉଥିବା ଦେଖାଯାଉଛି। ଅଗ୍ନିକାଣ୍ଡ ସୂଚନା ପାଇ ୩-୪ଟି ଦମକଳ ଗାଡ଼ି ଘଟଣାସ୍ଥଳକୁ ପହଞ୍ଚିଥିବା ବେଳେ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରୁଛନ୍ତି। ବିଲ୍ଡିଂରେ ଫଶି ରହିଥିବା ଛାତ୍ରୀମାନଙ୍କୁ ପଡିଶା ବିଲ୍ଡିଂ ଛାତକୁ ସିଡିରେ ଓହ୍ଲାଇବାକୁ ଉଦ୍ୟମ କରୁଥିବା ଭିଡିଓରେ ଦେଖାଯାଉଛି। ତେବେ ଏଥିପାଇଁ ଯେଉଁ ସିଡି ଉପଯୋଗ କରାଯାଉଛି ତାହା ମଧ୍ୟ ଛୋଟ। ଏଣୁ ଛାତ୍ରୀମାନେ ବ୍ୟାଗ୍ ଫୋପାଡି ସିଡିବାଟ ଦେଇ ଓହ୍ଲାଇବାକୁ ଉଦ୍ୟମ କରୁଥିବା ଦେଖାଯାଇଛି। Fire incident in Shillong Patty, Silchar today.Video via Prosenjit DGupta pic.twitter.com/fnYbdiY1T5— SilcharNow (@silcharNOW) May 18, 2024ଆଉ ଏକ ଭିଡିଓରେ ଜଣେ ଅଚେତ ଛାତ୍ରୀଙ୍କୁ ପାଣି ମାରି ଚେତ୍ କରିବାକୁ ସାଥୀ ଛାତ୍ରମାନେ ଉଦ୍ୟମ କରୁଥିବା ଦେଖାଯାଉଛି। ଏବେବି ବିଲ୍ଡିଂରେ ଅନେକ ଛାତ୍ରଛା
ସିଲଚର୧୮।୫: ଆସାମ ସିଲଚର ସହରର ଶିଲାଂପଟ୍ଟି ଅଞ୍ଚଳରେ ଥିବା ଏକ ବିଲ୍ଡିଂରେ ଶନିବାର ନିଆଁ ଲାଗିଯାଇଛି। ଏହି ବିଲ୍ଡିଂର ଟପ ଫ୍ଲୋରରେ ଏକ କମ୍ପ୍ୟୁଟର ଇନିଷ୍ଟିଚ୍ୟୁଟ ରହିଛି। ଏହି ଇନିଷ୍ଟିଚ୍ୟୁଟକୁ ଛାତ୍ରଛାତ୍ରୀ ପଢି ଆସିଥିବା ବେଳେ ଅଗ୍ନିକାଣ୍ଡ ଘଟିଛି। ଫଳରେ ଅନେକ ଛାତ୍ରଛାତ୍ରୀ ବିଲ୍ଡିଂରେ ଫଶି ରହିଛନ୍ତି। ଏହି ଅଗ୍ନିକାଣ୍ଡର ଭିଡିଓ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ଛାତ୍ରଛାତ୍ରୀ ସେମାନଙ୍କ ଜୀବନ ବଞ୍ଚାଇବା ପାଇଁ ଝରକା ପଟେ ପାଇପକୁ ଧରି ତଳକୁ ଓହ୍ଲାଉଥିବା ଦେଖାଯାଉଛି।

ଅଗ୍ନିକାଣ୍ଡ ସୂଚନା ପାଇ ୩-୪ଟି ଦମକଳ ଗାଡ଼ି ଘଟଣାସ୍ଥଳକୁ ପହଞ୍ଚିଥିବା ବେଳେ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରୁଛନ୍ତି। ବିଲ୍ଡିଂରେ ଫଶି ରହିଥିବା ଛାତ୍ରୀମାନଙ୍କୁ ପଡିଶା ବିଲ୍ଡିଂ ଛାତକୁ ସିଡିରେ ଓହ୍ଲାଇବାକୁ ଉଦ୍ୟମ କରୁଥିବା ଭିଡିଓରେ ଦେଖାଯାଉଛି। ତେବେ ଏଥିପାଇଁ ଯେଉଁ ସିଡି ଉପଯୋଗ କରାଯାଉଛି ତାହା ମଧ୍ୟ ଛୋଟ। ଏଣୁ ଛାତ୍ରୀମାନେ ବ୍ୟାଗ୍ ଫୋପାଡି ସିଡିବାଟ ଦେଇ ଓହ୍ଲାଇବାକୁ ଉଦ୍ୟମ କରୁଥିବା ଦେଖାଯାଇଛି।
Fire incident in Shillong Patty, Silchar today.
Video via Prosenjit DGupta pic.twitter.com/fnYbdiY1T5— SilcharNow (@silcharNOW) May 18, 2024
ଆଉ ଏକ ଭିଡିଓରେ ଜଣେ ଅଚେତ ଛାତ୍ରୀଙ୍କୁ ପାଣି ମାରି ଚେତ୍ କରିବାକୁ ସାଥୀ ଛାତ୍ରମାନେ ଉଦ୍ୟମ କରୁଥିବା ଦେଖାଯାଉଛି। ଏବେବି ବିଲ୍ଡିଂରେ ଅନେକ ଛାତ୍ରଛାତ୍ରୀ ଫଶି ରହିଥିବା ବେଳେ ଦମକଳ ବିଭାଗ କର୍ମଚାରୀ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର ନିମନ୍ତେ ଉଦ୍ୟମ ଆରମ୍ଭ କରିଛନ୍ତି। ବିଲ୍ଡିଂରେ ଲାଗିଥିବା ନିଆଁ ଭୀଷଣ ରୂପ ଧାରଣ କରିଛି। ଏଣୁ ନିଆଁକୁ ଆୟତ୍ତ କରିବା ପାଇଁ କିଛି ସମୟ ଲାଗିପାରେ ବୋଲି ଦମକଳ ବିଭାଗ କର୍ମଚାରୀ କହୁଛନ୍ତି।