ସୀତାରାମ ୟେଚୁରୀ ପଛରେ ଛାଡିଯାଇଛନ୍ତି କେତେ ସମ୍ପତ୍ତି, କିଏ ହେବେ ମାଲିକ?

ନୂଆଦିଲ୍ଲୀ ୧୨।୯: ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କସବାଦୀ) ନେତା ସୀତାରାମ ୟେଚୁରୀଙ୍କ ପରଲୋକ ହୋଇଛି। ୭୨ ବର୍ଷ ବୟସରେ ସେ ୧୨ ସେପ୍ଟେମ୍ବର ମଧ୍ୟାହ୍ନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସୀତାରାମ ୟେଚୁରୀ ଦୀର୍ଘ ସମୟରୁ ଅସୁସ୍ଥ ଥିଲେ। ତାଙ୍କର ବୟସ ସମ୍ପର୍କିତ ବେମାରୀ ମଧ୍ୟ ଥିଲା। ତାଙ୍କର ଏପରି ଅସମୟ ପରଲୋକ ଭାରତୀୟ ରାଜନୀତିରେ ଏକ ଯୁଗର ଅବସାନ ହୋଇଛି। ୟେଚୁରୀଙ୍କ ପରଲୋକ ପରେ ତାଙ୍କ ସମ୍ପତ୍ତି ଓ ପରିବାରକୁ ନେଇ ଚର୍ଚ୍ଚା ହେଉଛି। ତେବେ ଆସନ୍ତୁ ଜାଣିବା ସୀତାରାମ ୟେଚୁରୀଙ୍କ ପରିବାର ଓ ସମ୍ପତ୍ତି ସମ୍ପର୍କରେ। ସୀତାରାମ ୟେଚୁରୀ ରାଜ୍ୟସଭାରେ ଦେଇଥିବା ଘୋଷଣାପତ୍ର ଅନୁସାରେ ତାଙ୍କ ମୋଟ ସମ୍ପତ୍ତି ୮୨ଲକ୍ଷ ୭୧ ହଜାର ଟଙ୍କାର। ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୩୪ଲକ୍ଷରୁ ଅଧିକ ଟଙ୍କା ଥିଲା। ସେ ଅନେକ କମ୍ପାନୀର ବଣ୍ଡ, ଡିବେଞ୍ଚର ଓ ସେୟାରରେ ୩ ଲକ୍ଷରୁ ଅଧିକ ଟଙ୍କା ନିବେଶ କରିଥିଲେ। ତାଙ୍କର ୨୦ ଲକ୍ଷ ଟଙ୍କାର ଏଲଆଇସି ପଲିସି ଓ ଅନ୍ୟ ବୀମା ପଲିସି ମଧ୍ୟ ଥିଲା। ଅଧିକାରୀକ ଭାବେ ତାଙ୍କର କୌଣସି ଗାଡ଼ି ନଥିଲା।  ହେଲେ ତାଙ୍କ ପାଖରେ ୫ଲକ୍ଷ ଟଙ୍କାର ସ୍ୱର୍ଣ୍ଣାଭୂଷଣ ଥିଲା। ୟେଚୁରୀଙ୍କ ନାମରେ ୧୯ଲକ୍ଷ ୭୫ ହଜାର ଟଙ୍କାର ଏକ ଭୂସମ୍ପତ୍ତି ମଧ୍ୟ ରହିଛି। ତେବେ ତାଙ୍କ ଉପରେ କୌଣସି ବ୍ୟାଙ୍କ ଅଥବା ହାତ ଉଧାରୀ ଋଣ ନଥିଲା। ସେ ଜୀବନରେ ୨ଥର ବିବାହ କରିଥିଲେ। ତାଙ୍କ ପ୍ରଥମ ପତ୍ନୀଙ୍କ ନାମ ଇନ୍ଦ୍ରାଣୀ ମଜୁମଦାର ଥି

ସୀତାରାମ ୟେଚୁରୀ ପଛରେ ଛାଡିଯାଇଛନ୍ତି କେତେ ସମ୍ପତ୍ତି, କିଏ ହେବେ ମାଲିକ?

ନୂଆଦିଲ୍ଲୀ ୧୨।୯: ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କସବାଦୀ) ନେତା ସୀତାରାମ ୟେଚୁରୀଙ୍କ ପରଲୋକ ହୋଇଛି। ୭୨ ବର୍ଷ ବୟସରେ ସେ ୧୨ ସେପ୍ଟେମ୍ବର ମଧ୍ୟାହ୍ନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସୀତାରାମ ୟେଚୁରୀ ଦୀର୍ଘ ସମୟରୁ ଅସୁସ୍ଥ ଥିଲେ। ତାଙ୍କର ବୟସ ସମ୍ପର୍କିତ ବେମାରୀ ମଧ୍ୟ ଥିଲା। ତାଙ୍କର ଏପରି ଅସମୟ ପରଲୋକ ଭାରତୀୟ ରାଜନୀତିରେ ଏକ ଯୁଗର ଅବସାନ ହୋଇଛି। ୟେଚୁରୀଙ୍କ ପରଲୋକ ପରେ ତାଙ୍କ ସମ୍ପତ୍ତି ଓ ପରିବାରକୁ ନେଇ ଚର୍ଚ୍ଚା ହେଉଛି। ତେବେ ଆସନ୍ତୁ ଜାଣିବା ସୀତାରାମ ୟେଚୁରୀଙ୍କ ପରିବାର ଓ ସମ୍ପତ୍ତି ସମ୍ପର୍କରେ। 

ସୀତାରାମ ୟେଚୁରୀ ରାଜ୍ୟସଭାରେ ଦେଇଥିବା ଘୋଷଣାପତ୍ର ଅନୁସାରେ ତାଙ୍କ ମୋଟ ସମ୍ପତ୍ତି ୮୨ଲକ୍ଷ ୭୧ ହଜାର ଟଙ୍କାର। ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୩୪ଲକ୍ଷରୁ ଅଧିକ ଟଙ୍କା ଥିଲା। ସେ ଅନେକ କମ୍ପାନୀର ବଣ୍ଡ, ଡିବେଞ୍ଚର ଓ ସେୟାରରେ ୩ ଲକ୍ଷରୁ ଅଧିକ ଟଙ୍କା ନିବେଶ କରିଥିଲେ। ତାଙ୍କର ୨୦ ଲକ୍ଷ ଟଙ୍କାର ଏଲଆଇସି ପଲିସି ଓ ଅନ୍ୟ ବୀମା ପଲିସି ମଧ୍ୟ ଥିଲା। ଅଧିକାରୀକ ଭାବେ ତାଙ୍କର କୌଣସି ଗାଡ଼ି ନଥିଲା।  ହେଲେ ତାଙ୍କ ପାଖରେ ୫ଲକ୍ଷ ଟଙ୍କାର ସ୍ୱର୍ଣ୍ଣାଭୂଷଣ ଥିଲା। 

ୟେଚୁରୀଙ୍କ ନାମରେ ୧୯ଲକ୍ଷ ୭୫ ହଜାର ଟଙ୍କାର ଏକ ଭୂସମ୍ପତ୍ତି ମଧ୍ୟ ରହିଛି। ତେବେ ତାଙ୍କ ଉପରେ କୌଣସି ବ୍ୟାଙ୍କ ଅଥବା ହାତ ଉଧାରୀ ଋଣ ନଥିଲା। ସେ ଜୀବନରେ ୨ଥର ବିବାହ କରିଥିଲେ। ତାଙ୍କ ପ୍ରଥମ ପତ୍ନୀଙ୍କ ନାମ ଇନ୍ଦ୍ରାଣୀ ମଜୁମଦାର ଥିଲା। ଏହି ବିବାହରେ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ହୋଇଥିଲେ। ଇନ୍ଦ୍ରାଣୀ ମଜୁମଦାର ପ୍ରଶିଦ୍ଧ ବାମପନ୍ଥୀ ନେତ୍ରୀ ଭିନା ମଜୁମଦାରଙ୍କ ଝିଅ। ସୀତାରାମ ୟେଚୁରୀ ସାମ୍ବାଦିକ ସୀମା ଚିସ୍ତିଙ୍କୁ ଦ୍ୱିତୀୟ ବିବାହ କରିଥିଲେ। 

ସୀମା ‘ଦି ୱେର’ର ସମ୍ପାଦିକା ଅଛନ୍ତି ଓ ପୂର୍ବରୁ ବିବିସି ହିନ୍ଦୀର ଦିଲ୍ଲୀ ସମ୍ପାଦିକା ଥିଲେ। ସୀମା ଚିସ୍ତି ଓ ୟେଚୁରୀଙ୍କର ଗୋଟିଏ ପୁଅ ଅଛନ୍ତି। ତେବେ ତାଙ୍କ ପ୍ରଥମ ପତ୍ନୀଙ୍କ ପୁଅ ଆଶିଷ ୟେଚୁରୀଙ୍କର ୩୫ ବର୍ଷ ବୟସରେ କରୋନାରେ ପରଲୋକ ହୋଇଥିଲା। ଏବେ ୟେଚୁରୀଙ୍କ ପରେ ତାଙ୍କ ପତ୍ନୀ ସୀମା ଚିସ୍ତି, ଝିଅ ଅଖିଳା ଓ ପୁଅ ଦାନିଶ ଅଛନ୍ତି। ଅଖିଳା ୟେଚୁରୀ ଇତିହାସ ପ୍ରଫେସର ଅଛନ୍ତି ଓ ସେ ସେଣ୍ଟ ଆଣ୍ଡ୍ରିୟୁଜ ବିଶ୍ୱବିଦ୍ୟାଳୟରେ ପଢାନ୍ତି। ପୂର୍ବରୁ ଅଖିଳା ଏଡିନବର୍ଗ ବିଶ୍ୱବିଦ୍ୟାଳୟରେ ଲେକଚରର ଥିଲେ। ଆଇନ ଅନୁସାରେ ସୀତାରାମ ୟେଚୁରୀଙ୍କ ଉତ୍ତରାଧିକାରୀ ତାଙ୍କ ପତ୍ନୀ, ପୁଅ ଓ ଝିଅ ହେବେ।