ସୀତାରାମ ୟେଚୁରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ICUରେ ଭର୍ତ୍ତି

ନୂଆଦିଲ୍ଲୀ: ବିରୋଧୀ ଦଳ ନେତା ତଥା କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ(ମାର୍କ୍ସବାଦୀ)ର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର। ଶ୍ୱାସକ୍ରିୟାରେ ସମସ୍ୟା ଯୋଗୁଁ ତାଙ୍କୁ ଦିଲ୍ଲୀ ଏମ୍ସର ଆଇସିୟୁରେ ଭର୍ତ୍ତି କରାଯାଇଛି। ୟେଚୁରୀଙ୍କୁ ଗତ ମାସରେ ଦିଲ୍ଲୀ ଏମ୍ସରେ ବି ଭର୍ତ୍ତି କରାଯାଇଥିଲା। ସିପିଏମ୍ ପକ୍ଷରୁ ଜାରି ହୋଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ ୟେଚୁରୀଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଶ୍ୱାସକ୍ରିୟା ସଂକ୍ରମଣ ହୋଇଥିବାରୁ ତାଙ୍କର ଚିକିତ୍ସା କରାଯାଉଛି। ତାଙ୍କୁ ରେସ୍ପିରେଟୋରୀ ସପୋର୍ଟରେ ରଖାଯାଇଛି। ଡାକ୍ତରଙ୍କ ଏକ ଟିମ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।ଜ୍ୱରରେ ପୀଡ଼ିତ ହେବା ପରେ ୟେଚୁରୀଙ୍କୁ ଅଗଷ୍ଟ ୧୯ରେ ଏମ୍ସର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଥିଲା। ନିମୋନିଆ କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ନିକଟରେ ସିପିଆଇ (ଏମ୍) ନେତା ମୋତିଆବିନ୍ଦୁ ଅସ୍ତ୍ରୋପଚାର କରିଥିଲେ।ସୀତାରାମ ୟେଚୁରୀ ହେଉଛନ୍ତି ସିପିଆଇ-ଏମ୍‌ର ସାଧାରଣ ସମ୍ପାଦକ। ସେ ୧୯୯୨ ମସିହାରୁ ସିପିଆଇ(ଏମ୍) ର ପଲିଟବ୍ୟୁରୋର ସଦସ୍ୟ ଥିଲେ। ସେ ୨୦୦୫ ରୁ ୨୦୧୭ ପର୍ଯ୍ୟନ୍ତ ପଶ୍ଚିମବଙ୍ଗରୁ ରାଜ୍ୟସଭା ସାଂସଦ ଥିଲେ। ୟେଚୁରୀ ୧୯୭୪ରେ SFIରେ ଯୋଗ ଦେଇଥିଲେ।

ସୀତାରାମ ୟେଚୁରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ICUରେ ଭର୍ତ୍ତି

ନୂଆଦିଲ୍ଲୀ: ବିରୋଧୀ ଦଳ ନେତା ତଥା କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ(ମାର୍କ୍ସବାଦୀ)ର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର। ଶ୍ୱାସକ୍ରିୟାରେ ସମସ୍ୟା ଯୋଗୁଁ ତାଙ୍କୁ ଦିଲ୍ଲୀ ଏମ୍ସର ଆଇସିୟୁରେ ଭର୍ତ୍ତି କରାଯାଇଛି। ୟେଚୁରୀଙ୍କୁ ଗତ ମାସରେ ଦିଲ୍ଲୀ ଏମ୍ସରେ ବି ଭର୍ତ୍ତି କରାଯାଇଥିଲା। 

ସିପିଏମ୍ ପକ୍ଷରୁ ଜାରି ହୋଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ ୟେଚୁରୀଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଶ୍ୱାସକ୍ରିୟା ସଂକ୍ରମଣ ହୋଇଥିବାରୁ ତାଙ୍କର ଚିକିତ୍ସା କରାଯାଉଛି। ତାଙ୍କୁ ରେସ୍ପିରେଟୋରୀ ସପୋର୍ଟରେ ରଖାଯାଇଛି। ଡାକ୍ତରଙ୍କ ଏକ ଟିମ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।

ଜ୍ୱରରେ ପୀଡ଼ିତ ହେବା ପରେ ୟେଚୁରୀଙ୍କୁ ଅଗଷ୍ଟ ୧୯ରେ ଏମ୍ସର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଥିଲା। ନିମୋନିଆ କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ନିକଟରେ ସିପିଆଇ (ଏମ୍) ନେତା ମୋତିଆବିନ୍ଦୁ ଅସ୍ତ୍ରୋପଚାର କରିଥିଲେ।

ସୀତାରାମ ୟେଚୁରୀ ହେଉଛନ୍ତି ସିପିଆଇ-ଏମ୍‌ର ସାଧାରଣ ସମ୍ପାଦକ। ସେ ୧୯୯୨ ମସିହାରୁ ସିପିଆଇ(ଏମ୍) ର ପଲିଟବ୍ୟୁରୋର ସଦସ୍ୟ ଥିଲେ। ସେ ୨୦୦୫ ରୁ ୨୦୧୭ ପର୍ଯ୍ୟନ୍ତ ପଶ୍ଚିମବଙ୍ଗରୁ ରାଜ୍ୟସଭା ସାଂସଦ ଥିଲେ। ୟେଚୁରୀ ୧୯୭୪ରେ SFIରେ ଯୋଗ ଦେଇଥିଲେ।