ସୀମା ଟପିଲା ପାଶବିକତା; ଗଣ ବଳାତ୍କାର ପରେ ମହିଳାଙ୍କୁ ନିର୍ମମ ହତ୍ୟା !

ପାଳଲହଡ଼ା: ପାଳଲହଡା ଥାନା ଶିଗଡ଼ ପଞ୍ଚାୟତ ଅନ୍ତର୍ଗତ ନନ୍ଦିନୀପାଲି ଗ୍ରାମରେ ଘଟିଥିବା ଏକ ବୀଭତ୍ସ ଓ ଅମାନବୀୟ ଘଟଣା ପାଶବିକତାର ସମସ୍ତ ସୀମାସରହଦ ଟପିଯାଇଛି। ଏକ ନବନିର୍ମିତ ଅଙ୍ଗନବାଡ଼ି କେନ୍ଦ୍ର ଭିତରୁ ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ ହୋଇଛି। ମୃତକ ନନ୍ଦିନୀପାଲି ଗ୍ରାମର ରମ୍ଭା ନାୟକ (୩୨) ବୋଲି ଜଣାପଡିଛି। ମହିଳାଙ୍କ ଗୁପ୍ତାଙ୍ଗରେ ଗଭୀର କ୍ଷତ ରହିଛି। ମୃତଦେହରୁ ଗର୍ଭାଶୟ ଓ ଅନ୍ତନଳୀ ବାହାରି ପଡ଼ିଛି। ମହିଳାଙ୍କୁ ଗଣ ବଳାତ୍କାର ପରେ ବୀଭତ୍ସ ଭାବେ ହତ୍ୟା […]

ସୀମା ଟପିଲା ପାଶବିକତା; ଗଣ ବଳାତ୍କାର ପରେ ମହିଳାଙ୍କୁ ନିର୍ମମ ହତ୍ୟା !

ପାଳଲହଡ଼ା: ପାଳଲହଡା ଥାନା ଶିଗଡ଼ ପଞ୍ଚାୟତ ଅନ୍ତର୍ଗତ ନନ୍ଦିନୀପାଲି ଗ୍ରାମରେ ଘଟିଥିବା ଏକ ବୀଭତ୍ସ ଓ ଅମାନବୀୟ ଘଟଣା ପାଶବିକତାର ସମସ୍ତ ସୀମାସରହଦ ଟପିଯାଇଛି। ଏକ ନବନିର୍ମିତ ଅଙ୍ଗନବାଡ଼ି କେନ୍ଦ୍ର ଭିତରୁ ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ ହୋଇଛି। ମୃତକ ନନ୍ଦିନୀପାଲି ଗ୍ରାମର ରମ୍ଭା ନାୟକ (୩୨) ବୋଲି ଜଣାପଡିଛି। ମହିଳାଙ୍କ ଗୁପ୍ତାଙ୍ଗରେ ଗଭୀର କ୍ଷତ ରହିଛି। ମୃତଦେହରୁ ଗର୍ଭାଶୟ ଓ ଅନ୍ତନଳୀ ବାହାରି ପଡ଼ିଛି। ମହିଳାଙ୍କୁ ଗଣ ବଳାତ୍କାର ପରେ ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ସନ୍ଦେହ ଦୃଢୀଭୂତ ହୋଇଛି। ପୁଲିସ ସଦଳବଳେ ପହଞ୍ଚି ତଦନ୍ତ ଚଳାଇବା ସହ ୨ଜଣଙ୍କୁ ସନ୍ଦେହରେ ଅଟକ ରଖିଛି।
ସୂଚନା ଅନୁସାରେ, ନନ୍ଦିନୀପାଲି ଗ୍ରାମର ଅଜୁ ନାୟକ ଓ ତାଙ୍କ ସ୍ତ୍ରୀ ରମ୍ଭା ନାୟକ ଦେବଗଡ଼ ଜିଲା ବାରକୋଟ ଥାନା ଡେରାପଥରରେ ଲୋକଙ୍କ ଗାଈ ଚରାଇ ଗୁଜୁରାଣ ମେଣ୍ଟାଉଥିଲେ। ଗତକାଲି ବିପିଏଲ ଚାଉଳ ପାଇଁ ରମ୍ଭା ନିଜ ଗ୍ରାମକୁ ଏକୁଟିଆ ଆସିଥିଲେ। ଶିଗଡ଼ ପଞ୍ଚାୟତ କାର୍ଯ୍ୟାଳୟରୁ ୩୫ କେଜି ଚାଉଳ ଉଠାଇ ରମ୍ଭା ନନ୍ଦିନୀପାଲିସ୍ଥିତ ନିଜ ଘରକୁ ଯାଇଥିଲେ। ଆଜି ସନ୍ଧ୍ୟାରେ କେତେକ ଶିଶୁ ନବନିର୍ମିତ ଅଙ୍ଗନବାଡ଼ି କେନ୍ଦ୍ର ଆଗରେ ଖେଳୁଥିବା ବେଳେ ରମ୍ଭାଙ୍କ କ୍ଷତବିକ୍ଷତ ମୃତଦେହ କେନ୍ଦ୍ର ଭିତରେ ପଡ଼ିଥିବା ଦେଖିଥିଲେ। ମହିଳାଙ୍କୁ ଗଣ ବଳାତ୍କାର ପରେ ଦୁର୍ବୃତ୍ତମାନେ ଗୁପ୍ତାଙ୍ଗ ପଟୁ ଅତି ନିର୍ଦୟ ଭାବେ ଟାଣିଓଟାରି ଗର୍ଭାଶୟ ଓ ଅନ୍ତନଳୀ ବାହାର କରିଦେଇ ହତ୍ୟା କରିଥିବା ସନ୍ଦେହ କରାଯାଇଛି। ମୃତକ ମହିଳାଙ୍କ ଶାଶୂ ଓ ଶ୍ବଶୂର ସେହି ନନ୍ଦୀନୀପାଲିରେ ପୃଥକ ଘରେ ରହୁଛନ୍ତି। ମୃତକଙ୍କ ପରିବାରର ଏକ ଘର ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ରହିଛି। ସେମାନେ ଘରେ ତାଲା ପକାଇ ବାରକୋଟ ଅଞ୍ଚଳରେ ଗାଈ ଚରାଇ ପରିବାର ଚଳାଉଥିଲେ। ମୃତକ ମହିଳାଙ୍କ ସ୍ବାମୀ ଓ ୪ ଶିଶୁ ଅଛନ୍ତି। ଗତକାଲି ରାତିରେ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି। ପାଳଲହଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ୨ଜଣଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚା ଚଳାଇଛି।