ସୀମା ଟପିଲା ବୋହୂ, ପୁଅଙ୍କ ନିର୍ଯାତନା : ପଡ଼ୋଶୀଙ୍କ ଗୁହାଳରେ ଝୁଲି ପଡ଼ିଲେ ବାପା

ଭୋଗରାଇ, ୨୭l୧୧( ପ୍ରଦୀପ ଦାସ):ବହୁ ଦୁଃଖ କଷ୍ଟ ସହି ଦୁଇ ପୁଅଙ୍କୁ ବଡ଼ କରିଥିଲେ। ଭାବିଥିଲେ ପରିଣତ ବୟସରେ ସାହାରା ହେବେ। ହେଲେ ସେ ଅଲୋଡ଼ା ହୋଇଗଲେ। ବୋହୂ, ପୁଅଙ୍କ ନିର୍ଯାତନା ସହି ନ ପାରି ଶେଷରେ ୭୨ବର୍ଷୀୟ ବୃଦ୍ଧ ବାପା ପଡୋଶୀଙ୍କ ଗୁହାଳରେ ବେକରେ ରଶି ଲଗାଇ ଝୁଲିପଡିଲେ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧୀନ ଚଣ୍ଡିପୁର ଗ୍ରାମରେ। ମୃତ ବୃଦ୍ଧ ହେଲେ ନିରଞ୍ଜନ କର। ମୃତଦେହ ନିକଟରୁ […] The post ସୀମା ଟପିଲା ବୋହୂ, ପୁଅଙ୍କ ନିର୍ଯାତନା : ପଡ଼ୋଶୀଙ୍କ ଗୁହାଳରେ ଝୁଲି ପଡ଼ିଲେ ବାପା appeared first on Dharitri Odia News.

ସୀମା ଟପିଲା ବୋହୂ, ପୁଅଙ୍କ ନିର୍ଯାତନା : ପଡ଼ୋଶୀଙ୍କ ଗୁହାଳରେ ଝୁଲି ପଡ଼ିଲେ ବାପା

ଭୋଗରାଇ, ୨୭l୧୧( ପ୍ରଦୀପ ଦାସ):ବହୁ ଦୁଃଖ କଷ୍ଟ ସହି ଦୁଇ ପୁଅଙ୍କୁ ବଡ଼ କରିଥିଲେ। ଭାବିଥିଲେ ପରିଣତ ବୟସରେ ସାହାରା ହେବେ। ହେଲେ ସେ ଅଲୋଡ଼ା ହୋଇଗଲେ। ବୋହୂ, ପୁଅଙ୍କ ନିର୍ଯାତନା ସହି ନ ପାରି ଶେଷରେ ୭୨ବର୍ଷୀୟ ବୃଦ୍ଧ ବାପା ପଡୋଶୀଙ୍କ ଗୁହାଳରେ ବେକରେ ରଶି ଲଗାଇ ଝୁଲିପଡିଲେ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧୀନ ଚଣ୍ଡିପୁର ଗ୍ରାମରେ। ମୃତ ବୃଦ୍ଧ ହେଲେ ନିରଞ୍ଜନ କର। ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ୍‌ ଜବତ ହୋଇଛି। ଏଥିରେ ୧୦ଡିସମିଲ ଜାଗା ଗ୍ରାମବାସୀଙ୍କୁ ଦାନ କରିଥିବା ଉଲ୍ଲେଖ କରିଛନ୍ତି। ମୃତ୍ୟୁପରେ ସାନ ପୁଅ ବୋହୂ ମୃତଦେହ ଛୁଇଁବେ ନାହିଁ କିମ୍ବା ସତ୍କାର କରିବେ ନାହିଁ। ଗ୍ରାମବାସୀ ମୁଖାଗ୍ନି ଦେବା ସହ ମୃତଦେହ ସତ୍କାର କରିବା ପାଇଁ ଉକ୍ତ ସୁଇସାଇଡ୍‌ ନୋଟରେ ଲେଖାଯାଇଛି। ଭୋଗରାଇ ପୋଲିସ ପହଞ୍ଚି ପଡୋଶୀ ଅରୁଣ କୁମାର ମହାନ୍ତିଙ୍କ ଗୁହାଳ ଘରୁ ବୃଦ୍ଧଙ୍କ ମୃତଦେହ ଜବତ କରିଛି। ଏଥିସହିତ ୫ବର୍ଷ ଧରି ଏକୁଟିଆ ରହୁଥିବା ଏକ କୁଡ଼ିଆରେ ତକିଆ ତଳୁ ୨୩ହଜାର ୪୨୦ଟଙ୍କା ଉଦ୍ଧାର କରିଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ. ୩୫/୨୪) ରୁଜୁ ହୋଇଛି।
ସୂଚନା ଅନୁଯାୟୀ, କୌଣସି ରୋଗରେ ସ୍ତ୍ରୀ ଆଖିବୁଜିବା ପରେ ନିରଞ୍ଜନ ପୁଅ, ବୋହୂଙ୍କ ପାଖରେ ରହୁଥିଲେ। ବଡପୁଅ ରାଜେଶ ୨୦୧୯ରୁ ନିଖୋଜ ହୋଇଯିବା ପରେ ତାଙ୍କ ସ୍ତ୍ରୀ କୌଶଲ୍ୟା ବାପଘରକୁ ପଳାଇ ଯାଇଥିଲେ। ନିରଞ୍ଜନ ସାନପୁଅ ସୁରେଶ ଓ ବୋହୂଙ୍କ ପାଖରେ ରହିଆସୁଥିଲେ। ଦିନକୁ ଦିନ ସାନ ପୁଅ, ବୋହୂଙ୍କ ଅତ୍ୟାଚାର ବଢିଚାଲିଲା। ବୃଦ୍ଧ ବାପାଙ୍କୁ ମାଡ଼ ମାରି ଘରୁ ବାହାର କରିଦେଇଥିଲେ। ନିରଞ୍ଜନ ଅନ୍ୟ ଏକ କୁଡ଼ିଆରେ ରହି ପଡୋଶୀଙ୍କ ଘରୁ ଖାଦ୍ୟ ସଂଗ୍ରହ କରି ଜୀବନ ବଞ୍ଚାଉଥିଲେ। ଶେଷରେ ଅତିଷ୍ଠ ହୋଇ ଆତ୍ମହତ୍ୟା ଭଳି ଚରମ ପନ୍ଥା ବାଛିନେଲେ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଭୋଗରାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବୃଦ୍ଧଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇ ଆତ୍ମୀୟ ସ୍ବଜନଙ୍କୁ ହସ୍ତାନ୍ତର କରାଯାଇଛି। ଗ୍ରାମବାସୀ ଓ ଆତ୍ମୀୟସ୍ବଜନମାନେ ମିଳିତ ହୋଇ ଗାଁ ଶ୍ମଶାନରେ ବୃଦ୍ଧଙ୍କ ମୃତଦେହ ଦାହ କରିଛନ୍ତି।

The post ସୀମା ଟପିଲା ବୋହୂ, ପୁଅଙ୍କ ନିର୍ଯାତନା : ପଡ଼ୋଶୀଙ୍କ ଗୁହାଳରେ ଝୁଲି ପଡ଼ିଲେ ବାପା appeared first on Dharitri Odia News.