ସୀମା ଟପୁଛି ବାଂଲାଦେଶ । ୬୩ ଜଣ ଇସ୍କନ ସାଧୁଙ୍କୁ ଅଟକ । ଭାରତ ଆସିବାକୁ ମିଳିଲାନି ଅନୁମତି
କନକ ବ୍ୟୁରୋ: ଇସ୍କନ ସାଧୁଙ୍କ ପ୍ରତି କଠୋର ହେଉଛି ବାଂଲାଦେଶ । କିଛି ଦିନ ହେବ ଅଳ୍ପସଂଖ୍ୟକ ହିନ୍ଦୁଙ୍କ ଉପରେ ଲଗାତାର ଆକ୍ରମଣ କରାଯାଉଛି ଆଉ ଏବେ ଟାର୍ଗେଟରେ ଇସ୍କନ । ରବିବାର ସେଠାକାର ସରକାର ସବୁ ସୀମା ଟପିଯାଇ ୬୩ଜଣ ସାଧୁଙ୍କୁ ସୀମାରେ ଅଟକାଇବା ସହ ବଳପୂର୍ବକ ଗିରଫ କରିଥିବା ସୂଚନା ମିଳୁଛି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ବୈଧ କାଗଜପତ୍ର ଥିବା ସତ୍ବେ ସାଧୁଙ୍କ ଉପରେ ଲାଗିଛି ସନ୍ଦିଗ୍ଧ ଯାତ୍ରା ଅଭିଯୋଗ । ବାଂଲାଦେଶର ଟାର୍ଗେଟରେ ‘ଇସ୍କନ’ ୬୩ ଜଣ ସାଧୁ ଭାରତ ଆସିବା ସମୟରେ ସେମାନଙ୍କୁ ଅଟକ ରଖାଯାଇଛି ବେନାପୋଲ ବନ୍ଦରରେ ଅଟକ ପରେ ଗିରଫ ସୂଚନା ବୈଧ କାଗଜପତ୍ର ଥିବା ସତ୍ବେ ବାଂଲାଦେଶ ସୀମା ପାର କରିବାକୁ ଦିଆଯାଇନି ସାଧୁଙ୍କ ଉପରେ ସନ୍ଦିଗ୍ଧ ଯାତ୍ରା ଅଭିଯୋଗ ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି ଅତ୍ୟାଚାର ସୀମା ଟପୁଛି ସବୁଠୁ ଆଶ୍ଚର୍ଯ୍ୟର କଥା ଘଟଣା ସମ୍ପର୍କରେ କୋଲକାତାରେ ଅବସ୍ଥାପିତ ବାଂଲାଦେଶର ଜଣେ ବରିଷ୍ଠ ହାଇକମିଶନରଙ୍କ ସହିତ ଗଣମାଧ୍ୟମ ପକ୍ଷରୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଗ୍ରହଣ କରିନଥଲେ । ସେପଟେ ଇସ୍କନ ଉପରେ ବଢ଼ୁଥିବା ଅତ୍ୟାଚାରକୁ ବିରୋଧ କରି ଭାରତ ସମେତ ବିଦେଶରେ ଜୋରଦାର ପ୍ରତିବାଦ ଆରମ୍ଭ ହୋଇଛି । କାନାଡାରେ ଥିବା ବାଂଲାଦେଶୀ ହିନ୍ଦୁ ରାଲି କରିବା ସହ ବାଂଲାଦେଶ ସରକାରଙ୍କ ବିରୋଧରେ ନାରାବାଜୀ କରିଛନ୍ତି । ସେପଟେ ଦିଲ୍ଲୀରେ ବଜରଙ୍ଗ ଦଳ, ବିଶ୍ବହିନ୍ଦୁ ପରିଷଦ ଧାରଣ

କନକ ବ୍ୟୁରୋ: ଇସ୍କନ ସାଧୁଙ୍କ ପ୍ରତି କଠୋର ହେଉଛି ବାଂଲାଦେଶ । କିଛି ଦିନ ହେବ ଅଳ୍ପସଂଖ୍ୟକ ହିନ୍ଦୁଙ୍କ ଉପରେ ଲଗାତାର ଆକ୍ରମଣ କରାଯାଉଛି ଆଉ ଏବେ ଟାର୍ଗେଟରେ ଇସ୍କନ । ରବିବାର ସେଠାକାର ସରକାର ସବୁ ସୀମା ଟପିଯାଇ ୬୩ଜଣ ସାଧୁଙ୍କୁ ସୀମାରେ ଅଟକାଇବା ସହ ବଳପୂର୍ବକ ଗିରଫ କରିଥିବା ସୂଚନା ମିଳୁଛି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ବୈଧ କାଗଜପତ୍ର ଥିବା ସତ୍ବେ ସାଧୁଙ୍କ ଉପରେ ଲାଗିଛି ସନ୍ଦିଗ୍ଧ ଯାତ୍ରା ଅଭିଯୋଗ ।
ବାଂଲାଦେଶର ଟାର୍ଗେଟରେ ‘ଇସ୍କନ’
- ୬୩ ଜଣ ସାଧୁ ଭାରତ ଆସିବା ସମୟରେ ସେମାନଙ୍କୁ ଅଟକ ରଖାଯାଇଛି
- ବେନାପୋଲ ବନ୍ଦରରେ ଅଟକ ପରେ ଗିରଫ ସୂଚନା
- ବୈଧ କାଗଜପତ୍ର ଥିବା ସତ୍ବେ ବାଂଲାଦେଶ ସୀମା ପାର କରିବାକୁ ଦିଆଯାଇନି
- ସାଧୁଙ୍କ ଉପରେ ସନ୍ଦିଗ୍ଧ ଯାତ୍ରା ଅଭିଯୋଗ
- ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି ଅତ୍ୟାଚାର ସୀମା ଟପୁଛି
ସବୁଠୁ ଆଶ୍ଚର୍ଯ୍ୟର କଥା ଘଟଣା ସମ୍ପର୍କରେ କୋଲକାତାରେ ଅବସ୍ଥାପିତ ବାଂଲାଦେଶର ଜଣେ ବରିଷ୍ଠ ହାଇକମିଶନରଙ୍କ ସହିତ ଗଣମାଧ୍ୟମ ପକ୍ଷରୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଗ୍ରହଣ କରିନଥଲେ । ସେପଟେ ଇସ୍କନ ଉପରେ ବଢ଼ୁଥିବା ଅତ୍ୟାଚାରକୁ ବିରୋଧ କରି ଭାରତ ସମେତ ବିଦେଶରେ ଜୋରଦାର ପ୍ରତିବାଦ ଆରମ୍ଭ ହୋଇଛି । କାନାଡାରେ ଥିବା ବାଂଲାଦେଶୀ ହିନ୍ଦୁ ରାଲି କରିବା ସହ ବାଂଲାଦେଶ ସରକାରଙ୍କ ବିରୋଧରେ ନାରାବାଜୀ କରିଛନ୍ତି । ସେପଟେ ଦିଲ୍ଲୀରେ ବଜରଙ୍ଗ ଦଳ, ବିଶ୍ବହିନ୍ଦୁ ପରିଷଦ ଧାରଣା ଦେଇ ଅଳ୍ପସଂଖ୍ୟକ ହିନ୍ଦୁଙ୍କ ସୁରକ୍ଷା ଦାବି କରିଛନ୍ତି
ଅଳ୍ପସଂଖ୍ୟକ ହିନ୍ଦୁଙ୍କ ପରେ ବାଂଲାଦେଶରେ ଇସ୍କନ ଶ୍ରଦ୍ଧାଳୁଙ୍କ ପ୍ରତି ଅତ୍ୟାଚାର ବୃଦ୍ଧି ପାଇଥିବା ଏହି ଘଟଣାରୁ ସ୍ପଷ୍ଟ ହେଉଛି ସେଠାରେ ଏମାନେ ସୁରକ୍ଷିତ ନାହାଁନ୍ତି । ଯେବେଠୁ ହସିନା ସରକାର ଭାଙ୍ଗିଛି ସେବେଠୁ ବାଂଲାଦେଶରେ ବଢ଼ୁଛି ଏଭଳି ଅତ୍ୟାଚାର । ବାଂଲାଦେଶରେ ଚିନ୍ମୟ କ୍ରିଷ୍ଣା ଦାସ ସମେତ ୪ଜଣ ଇସ୍କନ ସାଧୁଙ୍କ ଗିରଫ ଘଟଣା ଉଭୟ ଦେଶର ସର୍ମ୍ପକ ଉପରେ ସିଧା ପ୍ରଭାବ ପକାଉଛି । ତେବେ ତାଗିଦ ପରେ ସ୍ଥିତିରେ ସୁଧାର ନଆସିବା ପରେ ଆଗକୁ ଭାରତର ଆଭିମୁଖ୍ୟ କ’ଣ ରହିବ ତାକୁ ଅପେକ୍ଷା ।