ସୀମା ସୁରକ୍ଷା ବାହିନୀର ୬୦ ତମ ବୃଦ୍ଧି ଦିବସ ପାଳନ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଦଣ୍ଡପଦର ସ୍ଥିତ ଆଦର୍ଶ ବିଦ୍ୟାଳୟ ନିକଟରେ ଥିବା ୧୩୬ ସୀମା ସୁରକ୍ଷା ବାହିନୀ ବାଟାଲିୟନ ତରଫରୁ ସୀମା ସୁରକ୍ଷା ବଳର ୬୦ ତମ ବୃଦ୍ଧି ଦିବସ ପାଳନ ହୋଇଯାଇଛି l ଏଥିରେ ସ୍ଥାନୀୟ ୧୩୬ ସୀମା ସୁରକ୍ଷା ବାହିନୀ ବାଟାଲିୟନର କମାଣ୍ଡାଣ୍ଟ ମାନସ ରଞ୍ଜନ ପଣ୍ଡା ଓ ଅନ୍ୟ ଅଧିକାରୀ ତଥା ବାହିନୀର ଜବାନ ମାନଙ୍କ ଉପସ୍ଥିତ ରେ କମାଣ୍ଡାଣ୍ଟ ଶ୍ରୀପଣ୍ଡା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଏବଂ […] The post ସୀମା ସୁରକ୍ଷା ବାହିନୀର ୬୦ ତମ ବୃଦ୍ଧି ଦିବସ ପାଳନ appeared first on Odisha.News.

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଦଣ୍ଡପଦର ସ୍ଥିତ ଆଦର୍ଶ ବିଦ୍ୟାଳୟ ନିକଟରେ ଥିବା ୧୩୬ ସୀମା ସୁରକ୍ଷା ବାହିନୀ ବାଟାଲିୟନ ତରଫରୁ ସୀମା ସୁରକ୍ଷା ବଳର ୬୦ ତମ ବୃଦ୍ଧି ଦିବସ ପାଳନ ହୋଇଯାଇଛି l ଏଥିରେ ସ୍ଥାନୀୟ ୧୩୬ ସୀମା ସୁରକ୍ଷା ବାହିନୀ ବାଟାଲିୟନର କମାଣ୍ଡାଣ୍ଟ ମାନସ ରଞ୍ଜନ ପଣ୍ଡା ଓ ଅନ୍ୟ ଅଧିକାରୀ ତଥା ବାହିନୀର ଜବାନ ମାନଙ୍କ ଉପସ୍ଥିତ ରେ କମାଣ୍ଡାଣ୍ଟ ଶ୍ରୀପଣ୍ଡା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ଦେଶ ପାଇଁ ଉତ୍ସାହର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ଦେଶର ପ୍ରଥମ ଲାଇନରେ କାର୍ଯ୍ୟ କରୁଥିବା ସୀମା ସୁରକ୍ଷା ବାହିନୀ ଏହାର ସମସ୍ତ କାର୍ଯ୍ୟକୁ ଆଭ୍ୟନ୍ତରୀଣ କର୍ତ୍ତବ୍ୟରେ ମଧ୍ୟ ପ୍ରାଧାନ୍ୟ ଦେବା ସହ ସୀମା ସୁରକ୍ଷା ବଳର କର୍ମଚାରୀ ହୋଇଥିବାରୁ ନିଜେ ଗର୍ବ ଅନୁଭଵ କରିବା ଉଚିତ୍ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରି ସୀମା ସୁରକ୍ଷା ବାହିନୀର ମନୋବଳ ବୃଦ୍ଧି କରାଇଥିଲେ l ଏଥିରେ ବାହିନୀର ସମସ୍ତ ଜବାନ ଓ କର୍ମଚାରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l
The post ସୀମା ସୁରକ୍ଷା ବାହିନୀର ୬୦ ତମ ବୃଦ୍ଧି ଦିବସ ପାଳନ appeared first on Odisha.News.