ସୀମା ହାଇଦରଙ୍କ ପାଇଁ ବଢ଼ିପାରେ ଅଡ଼ୁଆ, ୩ କୋଟିର ଲିଗାଲ ନୋଟିସ ପଠାଇଲେ ପୂର୍ବତନ ସ୍ୱାମୀ

ନୂଆଦିଲ୍ଲୀ: ଏବେ ପୁଣି ସୀମା ହାଇଦରଙ୍କୁ ନେଇ ଚର୍ଚ୍ଚା ଦେଖିବାକୁ ମିଳିଛି। ପ୍ରକୃତରେ ସୀମା ହାଇଦରର ପୂର୍ବତନ ସ୍ବାମୀ ଗୁଲାମ ହାଇଦର, ସୀମା ଏବଂ ତାଙ୍କର ବର୍ତ୍ତମାନର ସ୍ବାମୀ ସଚିନ ମୀନାଙ୍କୁ ୩ କୋଟିର ଲିଗାଲ ନୋଟିସ୍‌ ପଠାଇଛନ୍ତି। ଏହା ସହ ଗୁଲାମ ନିଜର ଚାରି ସନ୍ତାନଙ୍କୁ ଫେରିପାଇବା ପାଇଁ ଜଣେ ଭାରତୀୟ ଓକିଲଙ୍କ ମଧ୍ୟ ପରାମର୍ଶ। ଖାଲି ସେତିକି ନୁହେଁ, ସୀମାଙ୍କ ଭାଇ ବୋଲି ଦାବି କରୁଥିବା ଡ. ଏପି ସିଂହଙ୍କ ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ସେ ୫କୋଟିର ନୋଟିସ୍ ପଠାଇଛନ୍ତି। ଗୁଲାମ ହାଇଦରଙ୍କ ଓକିଲ ଅଲୀ ମୋମିନ୍‌ ମୀନା, ସୀମା ଏବଂ ସଚିନଙ୍କୁ କ୍ଷମା ମାଗିବା ସହ ଏକ ମାସ ମଧ୍ୟରେ ଟଙ୍କା ପୈଠ କରିବାକୁ କହିଛନ୍ତି। ଆଉ ଯଦି ସେମାନେ ଏପରି ନକରୁଛନ୍ତି ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା କଥା ମଧ୍ୟ କହିଛନ୍ତି। ଏହା ପୂର୍ବରୁ ମଧ୍ୟ ଖବର ଆସିଥିଲା ଯେ, ଗୁଲାମ ହାଇଦର ତାଙ୍କର ଚାରି ପିଲାଙ୍କୁ ଫେରି ପାଇବା ପାଇଁ ପାକିସ୍ତାନର ଟପ୍‌ ଓକିଲ ଏବଂ ମାନବାଧିକାର କର୍ମୀ ଅନସାର ବର୍ଣ୍ଣୀ ଗୁଲାମଙ୍କୁ ମଧ୍ୟ ଅନୁରୋଧ କରିଥିଲେ। ଆହୁରି ପଢ଼ନ୍ତୁ: ଭୁଲ୍‌ ବଗିରେ ଚଢ଼ିଯାଇଥିଲେ ମହିଳା, ଟ୍ରେନ୍‌ରୁ ଧକ୍କା ଦେଲେ ଟିଟିଇ ସୂଚନାଥାଉକି, ୩୦ ବର୍ଷୀୟ ସୀମା ହାଇଦର ଗତ ବର୍ଷ ନିଜର ଚାରି ସନ୍ତାନଙ୍କ ସହ ଅବୈଧ ଭାବରେ ନେପାଳ ଦେଇ ଭାରତ ଚାଲିଆସିଥିଲେ। ଆଉ ଏହା ସେ, ଭାରତରେ ଥିବା ତାଙ୍କର ପ୍ରେମ ପାଇ

ସୀମା ହାଇଦରଙ୍କ ପାଇଁ ବଢ଼ିପାରେ ଅଡ଼ୁଆ, ୩ କୋଟିର ଲିଗାଲ ନୋଟିସ ପଠାଇଲେ ପୂର୍ବତନ ସ୍ୱାମୀ

ନୂଆଦିଲ୍ଲୀ: ଏବେ ପୁଣି ସୀମା ହାଇଦରଙ୍କୁ ନେଇ ଚର୍ଚ୍ଚା ଦେଖିବାକୁ ମିଳିଛି। ପ୍ରକୃତରେ ସୀମା ହାଇଦରର ପୂର୍ବତନ ସ୍ବାମୀ ଗୁଲାମ ହାଇଦର, ସୀମା ଏବଂ ତାଙ୍କର ବର୍ତ୍ତମାନର ସ୍ବାମୀ ସଚିନ ମୀନାଙ୍କୁ ୩ କୋଟିର ଲିଗାଲ ନୋଟିସ୍‌ ପଠାଇଛନ୍ତି। ଏହା ସହ ଗୁଲାମ ନିଜର ଚାରି ସନ୍ତାନଙ୍କୁ ଫେରିପାଇବା ପାଇଁ ଜଣେ ଭାରତୀୟ ଓକିଲଙ୍କ ମଧ୍ୟ ପରାମର୍ଶ। ଖାଲି ସେତିକି ନୁହେଁ, ସୀମାଙ୍କ ଭାଇ ବୋଲି ଦାବି କରୁଥିବା ଡ. ଏପି ସିଂହଙ୍କ ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ସେ ୫କୋଟିର ନୋଟିସ୍ ପଠାଇଛନ୍ତି।

ଗୁଲାମ ହାଇଦରଙ୍କ ଓକିଲ ଅଲୀ ମୋମିନ୍‌ ମୀନା, ସୀମା ଏବଂ ସଚିନଙ୍କୁ କ୍ଷମା ମାଗିବା ସହ ଏକ ମାସ ମଧ୍ୟରେ ଟଙ୍କା ପୈଠ କରିବାକୁ କହିଛନ୍ତି। ଆଉ ଯଦି ସେମାନେ ଏପରି ନକରୁଛନ୍ତି ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା କଥା ମଧ୍ୟ କହିଛନ୍ତି। ଏହା ପୂର୍ବରୁ ମଧ୍ୟ ଖବର ଆସିଥିଲା ଯେ, ଗୁଲାମ ହାଇଦର ତାଙ୍କର ଚାରି ପିଲାଙ୍କୁ ଫେରି ପାଇବା ପାଇଁ ପାକିସ୍ତାନର ଟପ୍‌ ଓକିଲ ଏବଂ ମାନବାଧିକାର କର୍ମୀ ଅନସାର ବର୍ଣ୍ଣୀ ଗୁଲାମଙ୍କୁ ମଧ୍ୟ ଅନୁରୋଧ କରିଥିଲେ।

ଆହୁରି ପଢ଼ନ୍ତୁ: ଭୁଲ୍‌ ବଗିରେ ଚଢ଼ିଯାଇଥିଲେ ମହିଳା, ଟ୍ରେନ୍‌ରୁ ଧକ୍କା ଦେଲେ ଟିଟିଇ

ସୂଚନାଥାଉକି, ୩୦ ବର୍ଷୀୟ ସୀମା ହାଇଦର ଗତ ବର୍ଷ ନିଜର ଚାରି ସନ୍ତାନଙ୍କ ସହ ଅବୈଧ ଭାବରେ ନେପାଳ ଦେଇ ଭାରତ ଚାଲିଆସିଥିଲେ। ଆଉ ଏହା ସେ, ଭାରତରେ ଥିବା ତାଙ୍କର ପ୍ରେମ ପାଇ କରିଥିଲେ। ପ୍ରକୃତରେ ସେ ନୋଏଡାର ସଚିନ ମୀନା ନାମକ ଜଣେ ବ୍ୟକ୍ତିଙ୍କୁ ଭଲ ପାଉଥିଲେ। ଉଭୟଙ୍କ ଉଭୟଙ୍କୁ ଅନଲାଇନ ଗେମ୍‌ ପବଜୀ ଖେଳିବା ସମୟରେ ଯୋଗଯୋଗରେ ଆସିଥିଲେ। ତେବେ ଭାରତ ଆସିବା ପରେ ତାଙ୍କୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ହୋଇଥିଲା। ଏମିତିକି ପୋଲିସ୍‌ ତଦନ୍ତ ମଧ୍ୟ ହୋଇଥିଲା। ଏସବୁ ସତ୍ତ୍ବେ ଉଭୟ ଉଭୟଙ୍କୁ ବିବାହ ମଧ୍ୟ କରିଥିଲେ। ଆଉ ଏବେ ସେମାନେ ଏକାଠି ଅଛନ୍ତି।

The post ସୀମା ହାଇଦରଙ୍କ ପାଇଁ ବଢ଼ିପାରେ ଅଡ଼ୁଆ, ୩ କୋଟିର ଲିଗାଲ ନୋଟିସ ପଠାଇଲେ ପୂର୍ବତନ ସ୍ୱାମୀ appeared first on Prameya News7.