ସୀମାନ୍ତରେ ଆନ୍ଧ୍ରର ସ୍ବାସ୍ଥ୍ୟସେବା ବନ୍ଦକଲା ପଟ୍ଟାଙ୍ଗି ତହସିଲ

ପଟ୍ଟାଙ୍ଗି,୧୧ା୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତର ପନିକିଗ୍ରାମରେ ଆନ୍ଧ୍ର ପ୍ରଦେଶ ସାଲୁର ବ୍ଲକ୍‌ର ଏକ ସ୍ବାସ୍ଥ୍ୟ ଟିମ୍‌ ଅନୁପ୍ରବେଶ କରି ସ୍ବାସ୍ଥ୍ୟ ଶିବିରକୁ ପଟ୍ଟାଙ୍ଗି ତହସିଲଦାର ଦେବେନ୍ଦ୍ର ବାହାଦୁର ସିଂ ଧାରୁଆ ଶୁକ୍ରବାର ବନ୍ଦ କରିଛନ୍ତି। ଏହା ଓଡ଼ିଶାର ସୀମାନ୍ତ ଗ୍ରାମ। ଏହିପରି ବିନା ଅନୁମତିରେ ଅନୁପ୍ରବେଶ କରି ଆଇନକୁ ହାତକୁ ନେବା ଠିକ୍‌ ନୁହେଁ କହି ଆନ୍ଧ୍ରର ସ୍ବାସ୍ଥ୍ୟ ଟିମ୍‌କୁ ଫେରିଯିବାକୁ ନିର୍ଦ୍ଦେଶ ଦେଇଥିଲେ। ସୂଚନା ଅନୁଯାୟୀ, ସ୍ବାସ୍ଥ୍ୟ […] The post ସୀମାନ୍ତରେ ଆନ୍ଧ୍ରର ସ୍ବାସ୍ଥ୍ୟସେବା ବନ୍ଦକଲା ପଟ୍ଟାଙ୍ଗି ତହସିଲ appeared first on Dharitri Odia News.

ସୀମାନ୍ତରେ ଆନ୍ଧ୍ରର ସ୍ବାସ୍ଥ୍ୟସେବା ବନ୍ଦକଲା ପଟ୍ଟାଙ୍ଗି ତହସିଲ

ପଟ୍ଟାଙ୍ଗି,୧୧ା୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତର ପନିକିଗ୍ରାମରେ ଆନ୍ଧ୍ର ପ୍ରଦେଶ ସାଲୁର ବ୍ଲକ୍‌ର ଏକ ସ୍ବାସ୍ଥ୍ୟ ଟିମ୍‌ ଅନୁପ୍ରବେଶ କରି ସ୍ବାସ୍ଥ୍ୟ ଶିବିରକୁ ପଟ୍ଟାଙ୍ଗି ତହସିଲଦାର ଦେବେନ୍ଦ୍ର ବାହାଦୁର ସିଂ ଧାରୁଆ ଶୁକ୍ରବାର ବନ୍ଦ କରିଛନ୍ତି। ଏହା ଓଡ଼ିଶାର ସୀମାନ୍ତ ଗ୍ରାମ। ଏହିପରି ବିନା ଅନୁମତିରେ ଅନୁପ୍ରବେଶ କରି ଆଇନକୁ ହାତକୁ ନେବା ଠିକ୍‌ ନୁହେଁ କହି ଆନ୍ଧ୍ରର ସ୍ବାସ୍ଥ୍ୟ ଟିମ୍‌କୁ ଫେରିଯିବାକୁ ନିର୍ଦ୍ଦେଶ ଦେଇଥିଲେ।
ସୂଚନା ଅନୁଯାୟୀ, ସ୍ବାସ୍ଥ୍ୟ ଟିମ୍‌ ଆନ୍ଧ୍ର ସରପଞ୍ଚ ଦିବକର ଗେମେଲଙ୍କ ଉପସ୍ଥିତିରେ ଅନ୍ୟ ସୀମାନ୍ତ ପନିକିଗ୍ରାମ ଗ୍ରାମବାସୀଙ୍କୁ ଏକତ୍ରକରି ସ୍ବାସ୍ଥ୍ୟ ଶିବିର ଆୟୋଜନ କରିଥିଲେ। ସ୍ବାସ୍ଥ୍ୟ ପରୀକ୍ଷା ଜାରି ରଖିଥିବା ବେଳେ ଖବର ପାଇ ପଟ୍ଟାଙ୍ଗି ତହସିଲଦାର ଧାରୁଆ ପନିକି ଗ୍ରାମରେ ପହଞ୍ଚି ସ୍ବାସ୍ଥ୍ୟ ଟିମ୍‌ ଓ ଡାକ୍ତରଙ୍କୁ ଏଭଳି ଅନୁପ୍ରବେଶ କରି ବିବାଦ ସୃଷ୍ଟି ନ କରିବାକୁ ବୁଝାଇ ଚାଲିଯିବାକୁ କହିଥିଲେ। ଏହାପରେ ଆନ୍ଧ୍ର ସ୍ବାସ୍ଥ୍ୟ ଟିମ୍‌ ସ୍ବାସ୍ଥ୍ୟ ପରୀକ୍ଷା ବନ୍ଦ କରି ଆନ୍ଧ୍ର ଫେରିଯାଇଥିଲେ। କୋଟିଆ ପଞ୍ଚାୟତକୁ ନେଇ ରାଜ୍ୟ ସରକାର କମିଟି ଗଠନ କରିଥିଲେ। ସୀମାନ୍ତ ଅଞ୍ଚଳର ପାରିପାଶର୍‌ବିକ ସ୍ଥିତି ଅନୁଧ୍ୟାନ କରିବା ଆଳରେ ରଥଯାତ୍ରାରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ସହ ୪ ମନ୍ତ୍ରୀ ଗସ୍ତକରି ଫେରିବା ପରଠାରୁ ଜିଲା ଓ ବ୍ଲକ୍‌ ପ୍ରଶାସନ ଆନ୍ଧ୍ରର ଅନୁପ୍ରବେଶ ଉପରେ କଡା ନଜର ରଖିଥିବା ଜଣାପଡ଼ିଛି। ଓଡ଼ିଶାର ଏହି ପଦକ୍ଷେପକୁ ସୀମାନ୍ତବାସୀ ନାପସନ୍ଦ କରି ୨ ରାଜ୍ୟର ବିବାଦରେ ଆମେ ଛନ୍ଦିହୋଇ ନିର୍ଯାତିତ ହେଉଥିବା ଅଭିଯୋଗ କରିଛନ୍ତି। ଏହି ବିବାଦର ଅନ୍ତ କେବେ ଘଟିବ ବୋଲି ପ୍ରଶ୍ନ କରିଛନ୍ତି। ସୂଚନା ମୁତାବକ ଓଡ଼ିଶାର ୫ ମନ୍ତ୍ରୀଙ୍କ କୋଟିଆ ପଞ୍ଚାୟତ ଗସ୍ତ ପରେ ଆନ୍ଧ୍ରର ସରକାରୀ କର୍ମଚାରୀ ଓ ଅଧିକାରୀ ଅନେକ ଦିନ ନିରବ ରହିବା ପରେ ପୁଣି ଅନୁପ୍ରବେଶ କରିଛନ୍ତି।

The post ସୀମାନ୍ତରେ ଆନ୍ଧ୍ରର ସ୍ବାସ୍ଥ୍ୟସେବା ବନ୍ଦକଲା ପଟ୍ଟାଙ୍ଗି ତହସିଲ appeared first on Dharitri Odia News.