ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ଏକାବେଳକେ ଟଳିପଡ଼ିଲେ ୭ ମାଓବାଦୀ
ମାଲକାନଗିରି,୧ା୧୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ତେଲେଙ୍ଗାନା ରାଜ୍ୟ ମୁଲୁଗୁ ଜିଲା ଚାଲାପାକା ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୭ ମାଓବାଦୀ ମୃତ୍ୟୁବରଣ କରିଛନ୍ତି। ତଥ୍ୟ ଅନୁଯାୟୀ, ତେଲେଙ୍ଗାନା ରାଜ୍ୟ ମୁଲୁଗୁ ଜିଲାର ଚାଲାପାକା ଜଙ୍ଗଲରେ ମାଓବାଦୀ ନେତା ଭଦରୁ ସହ ଏକ ଟିମ୍ କ୍ୟାମ୍ପ୍ କରି ରହିଥିବା ପୋଲିସକୁ ସୂଚନା ମିଳିଥିଲା। ସୂଚନା ମୁତାବକ ଗ୍ରେହାଉଣ୍ଡ ଯବାନମାନେ ଉକ୍ତ ଜଙ୍ଗଲରେ ଅପରେଶନ ଆରମ୍ଭ କରିଥିଲେ। ଯବାନମାନେ ଆସିବା ଜାଣି ଆଜି […] The post ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ଏକାବେଳକେ ଟଳିପଡ଼ିଲେ ୭ ମାଓବାଦୀ appeared first on Dharitri Odia News.
ମାଲକାନଗିରି,୧ା୧୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ତେଲେଙ୍ଗାନା ରାଜ୍ୟ ମୁଲୁଗୁ ଜିଲା ଚାଲାପାକା ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୭ ମାଓବାଦୀ ମୃତ୍ୟୁବରଣ କରିଛନ୍ତି। ତଥ୍ୟ ଅନୁଯାୟୀ, ତେଲେଙ୍ଗାନା ରାଜ୍ୟ ମୁଲୁଗୁ ଜିଲାର ଚାଲାପାକା ଜଙ୍ଗଲରେ ମାଓବାଦୀ ନେତା ଭଦରୁ ସହ ଏକ ଟିମ୍ କ୍ୟାମ୍ପ୍ କରି ରହିଥିବା ପୋଲିସକୁ ସୂଚନା ମିଳିଥିଲା।
ସୂଚନା ମୁତାବକ ଗ୍ରେହାଉଣ୍ଡ ଯବାନମାନେ ଉକ୍ତ ଜଙ୍ଗଲରେ ଅପରେଶନ ଆରମ୍ଭ କରିଥିଲେ। ଯବାନମାନେ ଆସିବା ଜାଣି ଆଜି ଭୋର୍ ସକାଳୁ ପ୍ରାୟ ୫.୩୦ ମିନିଟ୍ ସମୟରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ଏହି ଗୁଳି ବିନିମୟରେ ୭ ମାଓବାଦୀ ନିହତ ହୋଇଛନ୍ତି। ଏଥିସହ ମୃତ୍ୟୁ ଘଟିଥିବା ୭ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଲେ ତେଲେଙ୍ଗାନା ସଚିବ କୁରସାମ ମଙ୍ଗୁ ଓରଫ ଭଦରୁ, ଡିଭିସିଏମ୍ ଏଗାଲପୁ ଓରଫ ମଧୁ, ଏସିଏମ୍ ମୁସାକୀ ଦେବାଲ, ଏସିଏମ୍ ମୁସାକୀ ଯମୁନା, ପାର୍ଟି ମେମ୍ବର ଜାଇ ସିଙ୍ଘ, କିଶୋର ଓ ରମେଶା। ଘଟଣାସ୍ଥଳରେ ଯବାନମାନେ ସର୍ଚ୍ଚ ଅପରେଶନ କରି ଏହି ୭ ଜଣଙ୍କ ମୃତଦେହ ଜବତ କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଥିବା ତେଲେଙ୍ଗାନା ପୋଲିସ ସୂଚନା ଦେଇଛି।
The post ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ଏକାବେଳକେ ଟଳିପଡ଼ିଲେ ୭ ମାଓବାଦୀ appeared first on Dharitri Odia News.