ସୁଆଣ୍ଡୋ ପରିଦର୍ଶନ କଲେ ପାଣ୍ଡିଆନ

ଭୁବନେଶ୍ୱର,ସାକ୍ଷୀଗୋପାଳ୨।୪(ସୁନିତ୍‌ ମିଶ୍ର/ପ୍ରଶାନ୍ତ ବାରିକ/କିଶୋର ମହାପାତ୍ର):ପବିତ୍ର ଓଡ଼ିଶା ଦିବସ ଅବସରରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସୋମବାର ଓଡ଼ିଆ ଜାତିର ପୁଣ୍ୟ ଓ ସମର୍ପଣର ପୀଠ ସତ୍ୟବାଦୀ ବ୍ଲକ ସ୍ଥିତ ଗୋପବନ୍ଧୁଙ୍କ ଅନ୍ତୁଡ଼ିଶାଳ ସୁଆଣ୍ଡୋ ଗ୍ରାମ ପରିଦର୍ଶନ କରିଛନ୍ତି। ସୁଆଣ୍ଡୋରେ ପହଞ୍ଚିବା ପରେ ପାଣ୍ଡିଆନ ପ୍ରଥମେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ୱଳନ କରି ଯେଉଁ ମହାନ୍‌ ଯୁଗପୁରୁଷମାନଙ୍କ ତ୍ୟାଗ ଓ ତିତୀକ୍ଷା ଫଳରେ ବର୍ତ୍ତମାନ ଭାଷା ଭିତ୍ତିରେ ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା ସେହି […] The post ସୁଆଣ୍ଡୋ ପରିଦର୍ଶନ କଲେ ପାଣ୍ଡିଆନ appeared first on Dharitri Odia News.

ସୁଆଣ୍ଡୋ ପରିଦର୍ଶନ କଲେ ପାଣ୍ଡିଆନ

ଭୁବନେଶ୍ୱର,ସାକ୍ଷୀଗୋପାଳ୨।୪(ସୁନିତ୍‌ ମିଶ୍ର/ପ୍ରଶାନ୍ତ ବାରିକ/କିଶୋର ମହାପାତ୍ର):ପବିତ୍ର ଓଡ଼ିଶା ଦିବସ ଅବସରରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସୋମବାର ଓଡ଼ିଆ ଜାତିର ପୁଣ୍ୟ ଓ ସମର୍ପଣର ପୀଠ ସତ୍ୟବାଦୀ ବ୍ଲକ ସ୍ଥିତ ଗୋପବନ୍ଧୁଙ୍କ ଅନ୍ତୁଡ଼ିଶାଳ ସୁଆଣ୍ଡୋ ଗ୍ରାମ ପରିଦର୍ଶନ କରିଛନ୍ତି। ସୁଆଣ୍ଡୋରେ ପହଞ୍ଚିବା ପରେ ପାଣ୍ଡିଆନ ପ୍ରଥମେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ୱଳନ କରି ଯେଉଁ ମହାନ୍‌ ଯୁଗପୁରୁଷମାନଙ୍କ ତ୍ୟାଗ ଓ ତିତୀକ୍ଷା ଫଳରେ ବର୍ତ୍ତମାନ ଭାଷା ଭିତ୍ତିରେ ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା ସେହି ମହା ମନୀଷୀମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେହି ମହାନ୍‌ ଯୁଗପୁରୁଷମାନେ ଦଶନ୍ଧି ଦଶନ୍ଧି ଧରି ଓଡ଼ିଆ ଜାତିକୁ ପ୍ରେରଣା ଦେଉଛନ୍ତି ବୋଲି ପାଣ୍ଡିଆନ ମତ ପ୍ରକାଶ କରିଛନ୍ତି।
ସୁଆଣ୍ଡୋରୁ ଫେରିବା ବାଟରେ ପାଣ୍ଡିଆନ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଷଠିଘର ପରିଦର୍ଶନ କରିବା ସହିତ ଗୋପବନ୍ଧୁଙ୍କ ସ୍ମୃତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିଳଷିତ ଓଡ଼ିଶା ଗଠନର ସଂକଳ୍ପ ପୂଜ୍ୟପୂଜା ସହିତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ନବଜାଗରଣ ପାଇଁ ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଜନ୍ମ ଓ କର୍ମଭୂମି ସୁଆଣ୍ଡୋର ବିକାଶ ପାଇଁ ରାଜ୍ୟ ସରକାର ବହୁ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଏ ଜାତି ପ୍ରତି ସମର୍ପଣ ଓ ଅସୀମ ତ୍ୟାଗକୁ ଆମର ଉତ୍ତର ପିଢ଼ି ପାଖରେ ପହଞ୍ଚାଇବା ପାଇଁ ସୁଆଣ୍ଡୋ ଗ୍ରାମର ସାମଗ୍ରିକ ବିକାଶ, ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଷଠିଘରର ସଂରକ୍ଷଣ, ଜୀବନ ବୃତ୍ତାନ୍ତକୁ ଅତ୍ୟନ୍ତ ନିଖୁଣ ଭାବରେ ପ୍ରତିପାଦିତ କରାଯାଇପାରିଛି ା ପାଣ୍ଡିଆନ ତାଙ୍କ ଗସ୍ତ ସମୟରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଅଣନାତି ଧୀରେନ୍ଦ୍ର ନାଥ ଦାସ ଓ ରବୀନ୍ଦ୍ରନାଥ ଦାସଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ସୁଆଣ୍ଡୋ ଗ୍ରାମର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଅବସରରେ ରାଜ୍ୟ ଯୋଜନା ବୋର୍ଡର ପୂର୍ବତନ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ସୁଆଣ୍ଡୋ ଗ୍ରାମରେ ପ୍ରଭୁ ଲୋକେଶ୍ୱରଙ୍କ ମନ୍ଦିର ବେଢ଼ାରେ ରୋଷଘର, ବଳପୁରଠାରେ ପ୍ରଭୁ ବାବା ବାଲୁଙ୍କେଶ୍ୱର ପୀଠର ବିକାଶକୁ ତ୍ୱରାନ୍ବିତ କରିବା ପାଇଁ ୫-ଟି ଅଧ୍ୟକ୍ଷଙ୍କୁ ଅନୁରୋଧ କରିଛନ୍ତି। ଭାଷା ଭିତ୍ତିରେ ଓଡ଼ିଶା ପ୍ରଦେଶ ଗଠନ ହେବାର ବର୍ତ୍ତମାନ ଏହି ପୁଣ୍ୟ ତିଥିରେ ମହାନ୍‌ ଯୁଗ ପୁରୁଷଙ୍କ ପ୍ରତି ସଞ୍ଜୟ ଦାସବର୍ମା ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଯୁବପିଢ଼ି ସେହି ମହାନ ସମାଜ ସଂସ୍କାରକମାନଙ୍କ ପ୍ରଦର୍ଶିତ ମାର୍ଗରେ ପ୍ରେରିତ ହେବା ପାଇଁ ଆଜିର ଦିନରେ ସଂକଳ୍ପ ନେବା ଲାଗି ଆହ୍ବାନ ଦେଇଛନ୍ତି।

The post ସୁଆଣ୍ଡୋ ପରିଦର୍ଶନ କଲେ ପାଣ୍ଡିଆନ appeared first on Dharitri Odia News.