ସୁଇସାଇଡ୍ କ୍ୟାପସୁଲରେ ପ୍ରଥମ ଆତ୍ମହତ୍ୟା; ସାରା ବିଶ୍ବରେ ଚାଞ୍ଚଲ୍ୟ, ଅନେକଙ୍କୁ ବାନ୍ଧିଲା ସ୍ବିସ୍ ପୋଲିସ୍
ନୂଆଦିଲ୍ଲୀ: ସ୍ବିଜରଲ୍ୟାଣ୍ଡର ସରୋକ ସୁସାଇଡ୍ କ୍ୟାପସୁଲ୍ରେ ପ୍ରଥମ ସୁଇସାଇଡ୍ କେସ୍ । ଜଣେ ମହିଳା ପ୍ରଥମ ଥର ପାଇଁ ଏଥିରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଆମେରିକାର ଜଣେ ୬୪ ବର୍ଷୀୟା ମହିଳା ସରୋକରେ ସବୁ ଦିନ ପାଇଁ ଶାନ୍ତି ଶୋଇଯାଇଛନ୍ତି । ଜର୍ମାନୀ ସୀମାନ୍ତ ଏକ ଜଙ୍ଗଲରେ ସନ୍ଧ୍ୟା ପ୍ରାୟ ୪ଟା ୧ ମିନିଟ୍ ରେ ମହିଳା ଜଣଙ୍କ ନିଜ ଜୀବନ ହାରିଛନ୍ତି । ଏନେଇ ଖବର ପ୍ରସାରିତ ହେବା ପରେ ସାରା ବିଶ୍ବରେ ଚାଞ୍ଚଲ୍ୟ ଖେଳିଯାଇଛି । ସୁଇସାଇଡ୍ କ୍ୟାପସୁଲ୍ରେ ଘଟଣାରେ ସ୍ବିଜରଲ୍ୟାଣ୍ଡ ପୋଲିସ କିଛି ଲୋକଙ୍କୁ ଗିରଫ କରିଛି । ବନ୍ଧା ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ‘ଦ ଲାଷ୍ଟ ରିସୋର୍ଟ’ର ଉପାଧ୍ୟକ୍ଷ ସାମିଲ ଅଛନ୍ତି । ମହିଳାଙ୍କ ଆତ୍ମହତ୍ୟା ସମୟରେ ସେ ସେଠାରେ ଉପସ୍ଥିତ ଥିଲେ । ନେଦରଲ୍ୟାଣ୍ଡସ୍ର ଜଣେ ସାମ୍ବାଦିକଙ୍କ ସମେତ ଦୁଇ ଜଣ ସ୍ବିସ୍ ନାଗରିକଙ୍କୁ ପୋଲିସ ଗିରଫ କରିଛି । ଆମେରିକୀୟ ମହିଳା ଆତ୍ମହତ୍ୟା କରୁଥିବା ବେଳେ କ୍ୟାପସୁଲ୍ କିପରି କାର୍ଯ୍ୟ କରୁଛି ତା’ର ଫଟୋ ଏବଂ ଭିଡିଓ ଉତ୍ତୋଳନ କରୁଥିଲେ । ସେପଟେ ଗୁରୁତର ରୋଗରେ ପୀଡ଼ିତ ଥିବା ମହିଳାଙ୍କ ମାନସିକ ରୋଗର ମୂଲ୍ୟାଙ୍କନ କରାଯାଇଥିଲା ବୋଲି ‘ଦ ଲାଷ୍ଟ ରିସୋର୍ଟ’ ପକ୍ଷରୁ ସଫେଇ ଦିଆଯାଇଛି । ତାଙ୍କର ଏହି ଆତ୍ମହତ୍ୟା ‘ଶାନ୍ତିପୂର୍ଣ୍ଣ, ଦ୍ରୁତ ଏବଂ ସମ୍ମାନଜନକ’ ବୋଲି ରିସୋର୍ଟ କର୍ତ୍ତୃପକ୍ଷ କହିଛନ୍ତି ।ଯନ୍ତ୍ରଣା ବିହୀନ ସୁଇସାଇଡ୍ ଲାଗି
ନୂଆଦିଲ୍ଲୀ: ସ୍ବିଜରଲ୍ୟାଣ୍ଡର ସରୋକ ସୁସାଇଡ୍ କ୍ୟାପସୁଲ୍ରେ ପ୍ରଥମ ସୁଇସାଇଡ୍ କେସ୍ । ଜଣେ ମହିଳା ପ୍ରଥମ ଥର ପାଇଁ ଏଥିରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଆମେରିକାର ଜଣେ ୬୪ ବର୍ଷୀୟା ମହିଳା ସରୋକରେ ସବୁ ଦିନ ପାଇଁ ଶାନ୍ତି ଶୋଇଯାଇଛନ୍ତି । ଜର୍ମାନୀ ସୀମାନ୍ତ ଏକ ଜଙ୍ଗଲରେ ସନ୍ଧ୍ୟା ପ୍ରାୟ ୪ଟା ୧ ମିନିଟ୍ ରେ ମହିଳା ଜଣଙ୍କ ନିଜ ଜୀବନ ହାରିଛନ୍ତି । ଏନେଇ ଖବର ପ୍ରସାରିତ ହେବା ପରେ ସାରା ବିଶ୍ବରେ ଚାଞ୍ଚଲ୍ୟ ଖେଳିଯାଇଛି ।
ସୁଇସାଇଡ୍ କ୍ୟାପସୁଲ୍ରେ ଘଟଣାରେ ସ୍ବିଜରଲ୍ୟାଣ୍ଡ ପୋଲିସ କିଛି ଲୋକଙ୍କୁ ଗିରଫ କରିଛି । ବନ୍ଧା ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ‘ଦ ଲାଷ୍ଟ ରିସୋର୍ଟ’ର ଉପାଧ୍ୟକ୍ଷ ସାମିଲ ଅଛନ୍ତି । ମହିଳାଙ୍କ ଆତ୍ମହତ୍ୟା ସମୟରେ ସେ ସେଠାରେ ଉପସ୍ଥିତ ଥିଲେ । ନେଦରଲ୍ୟାଣ୍ଡସ୍ର ଜଣେ ସାମ୍ବାଦିକଙ୍କ ସମେତ ଦୁଇ ଜଣ ସ୍ବିସ୍ ନାଗରିକଙ୍କୁ ପୋଲିସ ଗିରଫ କରିଛି । ଆମେରିକୀୟ ମହିଳା ଆତ୍ମହତ୍ୟା କରୁଥିବା ବେଳେ କ୍ୟାପସୁଲ୍ କିପରି କାର୍ଯ୍ୟ କରୁଛି ତା’ର ଫଟୋ ଏବଂ ଭିଡିଓ ଉତ୍ତୋଳନ କରୁଥିଲେ ।
ସେପଟେ ଗୁରୁତର ରୋଗରେ ପୀଡ଼ିତ ଥିବା ମହିଳାଙ୍କ ମାନସିକ ରୋଗର ମୂଲ୍ୟାଙ୍କନ କରାଯାଇଥିଲା ବୋଲି ‘ଦ ଲାଷ୍ଟ ରିସୋର୍ଟ’ ପକ୍ଷରୁ ସଫେଇ ଦିଆଯାଇଛି । ତାଙ୍କର ଏହି ଆତ୍ମହତ୍ୟା ‘ଶାନ୍ତିପୂର୍ଣ୍ଣ, ଦ୍ରୁତ ଏବଂ ସମ୍ମାନଜନକ’ ବୋଲି ରିସୋର୍ଟ କର୍ତ୍ତୃପକ୍ଷ କହିଛନ୍ତି ।
ଯନ୍ତ୍ରଣା ବିହୀନ ସୁଇସାଇଡ୍ ଲାଗି ତିଆରି ହୋଇଥିବା ଏହି ସରକୋ ସୁଇସାଇଡ୍ ପଡ୍ କିଭଳି କାର୍ଯ୍ୟ କରେ ? ସରକୋ କ୍ୟାପସୁଲ ଭିତରେ ଅମ୍ଳଜାନର ମାତ୍ରା କମିବା ସହ ନାଇଟ୍ରୋଜେନ୍ର ମାତ୍ରା ବୃଦ୍ଧି ପାଇଥାଏ । କ୍ୟାପୁସୁଲ ଭିତରେ ଥିବା ବ୍ୟକ୍ତି ଏ ସମସ୍ତ ପ୍ରକ୍ରିୟା ନିଜ ହିସାବରେ ପରିଚାଳନା କରନ୍ତି । ଯଦି ଦରକାର ପଡ଼େ ସେ ବାହାରକୁ ମଧ୍ୟ ଆସିପାରିବେ । କ୍ୟାପୁସୁଲ ସକ୍ରିୟ ହୋଇଯିବା ପରେ ଭିତରେ ଥିବା ବ୍ୟକ୍ତି ସଂଜ୍ଞାହୀନ ହୋଇପଡ଼ନ୍ତି ଏବଂ ୧୦ ମିନିଟ୍ ମଧ୍ୟରେ ତାଙ୍କର ମୃତ୍ୟୁ ଘଟେ ।