ସୁଉଚ୍ଚ ବ୍ରିଜରେ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ, କଟରାରୁ ଶ୍ରୀନଗର ଟ୍ରାଏଲ ରନ୍
କାଶ୍ମୀର ୨୫/୦୧: ବିଶ୍ୱର ସୁଉଚ୍ଚ ବ୍ରିଜରେ ଗଡ଼ିଲା ବେନ୍ଦ ଭାରତ ଏକ୍ସପ୍ରେସ । କଟରାରୁ ଶ୍ରୀନଗର ଭିତରେ ବନ୍ଦେ ଭାରତ ଏକ୍ସପ୍ରେସର ପ୍ରଥମ ଟ୍ରାଏଲ ରନ୍ ହୋଇଛି । ଅଞ୍ଜି ଖାଡ଼ ବ୍ରିଜ ଯାହା ଭାରତର ପ୍ରଥମ କେବଲ ଷ୍ଟେ ବ୍ରିଜ ଏବଂ ଚେନାବ ବ୍ରିଜ ଯାହା ବିଶ୍ବର ଉଚ୍ଚତମ ରେଳୱେ ବ୍ରିଜ । ଏହା ଦେଇ ଗତି କରିଛି ବନ୍ଦେ ଭାରତ ଏକ୍ସପ୍ରେସ । ବଡ଼ କଥା ହେଉଛି କାଶ୍ମୀରର ଥଣ୍ଡା ପରିବେଶକୁ ନଜରରେ ରଖି ଏହି ଟ୍ରେନକୁ ଡିଜାଇନ କରାଯାଇଛି । କଶ୍ମୀରର ସୁନ୍ଦର ଉପତ୍ୟକାରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଇବା ପାଇଁ ଭାରତୀୟ ରେଳ ପ୍ରସ୍ତୁତି ଶେଷ କରିବା ପରେ ଆଜି ଟ୍ରାଏଲ ରନ କରାଯାଇଛି । ଟ୍ରେନ୍ ଚଳାଚଳର ଶୁଭାରମ୍ଭ ଖୁବ୍ଶୀଘ୍ର ହେବାକୁ ଯାଉଛି । କଶ୍ମୀରର କଠିନ ପରିସ୍ଥିତି ଏବଂ ତୁଷାରପାତକୁ ବିଚାରକୁ ନେଇ ଏହି ଟ୍ରେନ୍କୁ ଅନେକ ସ୍ବତନ୍ତ୍ର ବୈଶିଷ୍ଟ୍ୟ ସହ ସଜାଯାଇଛି । ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ଏପରି ଭାବରେ ଡିଜାଇନ କରାଯାଇଛି ଯେ ମାଇନସ୍ ୧୦ ଡିଗ୍ରୀ ସେଲସିୟସରେ ମଧ୍ୟ ଏହାର ଚଳାଚଳରେ କୌଣସି ଅସୁବିଧା ହେବ ନାହିଁ । ଏଥିପାଇଁ ଡ୍ରାଇଭର କୋଚ୍ରେ ଡ୍ରାଇଭର ସିଟ୍ ପୂର୍ବାପେକ୍ଷା ଅଧିକ ଆରାମଦାୟକ ହୋଇଛି । ଏହା ବ୍ୟତୀତ ଇଞ୍ଜିନର ୱିଣ୍ଡଶିଲ୍ଡ ଉପରେ ମଧ୍ୟ ଅନେକ କାମ କରାଯାଇଛି । ଏହି ୱିଣ୍ଡିଶିଲ୍ଡ ତିନୋଟି ସ୍ତରରେ ନିର୍ମାଣ କରାଯାଇଥିବା ବେଳେ ଏହା ଭିତରେ ଏକ ସ୍ତର ଅଛି ଯାହା ସବୁବେଳେ ଗ୍ଲାସ୍କୁ ଗର
କାଶ୍ମୀର ୨୫/୦୧: ବିଶ୍ୱର ସୁଉଚ୍ଚ ବ୍ରିଜରେ ଗଡ଼ିଲା ବେନ୍ଦ ଭାରତ ଏକ୍ସପ୍ରେସ । କଟରାରୁ ଶ୍ରୀନଗର ଭିତରେ ବନ୍ଦେ ଭାରତ ଏକ୍ସପ୍ରେସର ପ୍ରଥମ ଟ୍ରାଏଲ ରନ୍ ହୋଇଛି । ଅଞ୍ଜି ଖାଡ଼ ବ୍ରିଜ ଯାହା ଭାରତର ପ୍ରଥମ କେବଲ ଷ୍ଟେ ବ୍ରିଜ ଏବଂ ଚେନାବ ବ୍ରିଜ ଯାହା ବିଶ୍ବର ଉଚ୍ଚତମ ରେଳୱେ ବ୍ରିଜ । ଏହା ଦେଇ ଗତି କରିଛି ବନ୍ଦେ ଭାରତ ଏକ୍ସପ୍ରେସ ।

ବଡ଼ କଥା ହେଉଛି କାଶ୍ମୀରର ଥଣ୍ଡା ପରିବେଶକୁ ନଜରରେ ରଖି ଏହି ଟ୍ରେନକୁ ଡିଜାଇନ କରାଯାଇଛି । କଶ୍ମୀରର ସୁନ୍ଦର ଉପତ୍ୟକାରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଇବା ପାଇଁ ଭାରତୀୟ ରେଳ ପ୍ରସ୍ତୁତି ଶେଷ କରିବା ପରେ ଆଜି ଟ୍ରାଏଲ ରନ କରାଯାଇଛି । ଟ୍ରେନ୍ ଚଳାଚଳର ଶୁଭାରମ୍ଭ ଖୁବ୍ଶୀଘ୍ର ହେବାକୁ ଯାଉଛି ।
କଶ୍ମୀରର କଠିନ ପରିସ୍ଥିତି ଏବଂ ତୁଷାରପାତକୁ ବିଚାରକୁ ନେଇ ଏହି ଟ୍ରେନ୍କୁ ଅନେକ ସ୍ବତନ୍ତ୍ର ବୈଶିଷ୍ଟ୍ୟ ସହ ସଜାଯାଇଛି । ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ଏପରି ଭାବରେ ଡିଜାଇନ କରାଯାଇଛି ଯେ ମାଇନସ୍ ୧୦ ଡିଗ୍ରୀ ସେଲସିୟସରେ ମଧ୍ୟ ଏହାର ଚଳାଚଳରେ କୌଣସି ଅସୁବିଧା ହେବ ନାହିଁ ।
ଏଥିପାଇଁ ଡ୍ରାଇଭର କୋଚ୍ରେ ଡ୍ରାଇଭର ସିଟ୍ ପୂର୍ବାପେକ୍ଷା ଅଧିକ ଆରାମଦାୟକ ହୋଇଛି । ଏହା ବ୍ୟତୀତ ଇଞ୍ଜିନର ୱିଣ୍ଡଶିଲ୍ଡ ଉପରେ ମଧ୍ୟ ଅନେକ କାମ କରାଯାଇଛି । ଏହି ୱିଣ୍ଡିଶିଲ୍ଡ ତିନୋଟି ସ୍ତରରେ ନିର୍ମାଣ କରାଯାଇଥିବା ବେଳେ ଏହା ଭିତରେ ଏକ ସ୍ତର ଅଛି ଯାହା ସବୁବେଳେ ଗ୍ଲାସ୍କୁ ଗରମ ରଖିବ । ଉତ୍ତାପ ହେତୁ ଏହାକୁ ଡିଫ୍ରଷ୍ଟ କରିବା ସହଜ ହେବ।