ସୁକମାରେ ବଡ଼ ଏନକାଉଣ୍ଟର: ଟଳିପଡ଼ିଲେ ୧୦ ମାଓବାଦୀ
ରାୟପୁର,୨୨।୧୧: ଛତିଶଗଡର ସୁକମା ଜିଲାର ଭେଜି ପୋଲିସ ଷ୍ଟେଶନ ପରିସରରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ୧୦ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୁରକ୍ଷା ବାହିନୀ ଘଟଣାସ୍ଥଳରୁ ତିନୋଟି ସ୍ବୟଂଚାଳିତ ରାଇଫଲ ଏବଂ ଅନ୍ୟାନ୍ୟ ଅସ୍ତ୍ର ଉଦ୍ଧାର କରିଛନ୍ତି। ଆଇଜି ବସ୍ତର ପି ସୁନ୍ଦରରାଜ କହିଛନ୍ତି ଯେ ଛତିଶଗଡର ଦକ୍ଷିଣ ସୁକମାରେ ଡିଆରଜି ସହିତ ହୋଇଥିବା ଏନକାଉଣ୍ଟରରେ ୧୦ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ସେମାନଙ୍କଠାରୁ INSAS, […] The post ସୁକମାରେ ବଡ଼ ଏନକାଉଣ୍ଟର: ଟଳିପଡ଼ିଲେ ୧୦ ମାଓବାଦୀ appeared first on Dharitri Odia News.
ରାୟପୁର,୨୨।୧୧: ଛତିଶଗଡର ସୁକମା ଜିଲାର ଭେଜି ପୋଲିସ ଷ୍ଟେଶନ ପରିସରରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ୧୦ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୁରକ୍ଷା ବାହିନୀ ଘଟଣାସ୍ଥଳରୁ ତିନୋଟି ସ୍ବୟଂଚାଳିତ ରାଇଫଲ ଏବଂ ଅନ୍ୟାନ୍ୟ ଅସ୍ତ୍ର ଉଦ୍ଧାର କରିଛନ୍ତି।
ଆଇଜି ବସ୍ତର ପି ସୁନ୍ଦରରାଜ କହିଛନ୍ତି ଯେ ଛତିଶଗଡର ଦକ୍ଷିଣ ସୁକମାରେ ଡିଆରଜି ସହିତ ହୋଇଥିବା ଏନକାଉଣ୍ଟରରେ ୧୦ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ସେମାନଙ୍କଠାରୁ INSAS, AK-47, SLR ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଥିଲା। ଏବେ ବି ସେଠାରେ ସର୍ଚ୍ଚ ଅପରେସନ ଚାଲିଛି।
The post ସୁକମାରେ ବଡ଼ ଏନକାଉଣ୍ଟର: ଟଳିପଡ଼ିଲେ ୧୦ ମାଓବାଦୀ appeared first on Dharitri Odia News.