ସୁକିନ୍ଦାରେ ବିଜେଡି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ: ଯାଜପୁର ସୁକିନ୍ଦାରେ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ବିଜେଡି କର୍ମୀ ରୋହିତ ଖୁଣ୍ଟିଆ। ଆକ୍ରମଣରେ ରୋହିତ ଗୁରୁତର... The post ସୁକିନ୍ଦାରେ ବିଜେଡି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ appeared first on .

ସୁକିନ୍ଦାରେ ବିଜେଡି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ: ଯାଜପୁର ସୁକିନ୍ଦାରେ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ବିଜେଡି କର୍ମୀ ରୋହିତ ଖୁଣ୍ଟିଆ। ଆକ୍ରମଣରେ ରୋହିତ ଗୁରୁତର ଆହତ ହୋଇ କଟକ ଏସସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏହି ଆକ୍ରମଣ ପଛରେ ସ୍ଥାନୀୟ ବିଜେପି ନେତାଙ୍କ ହାତ ଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବିଜେପି ନେତା ଓ ଜଣେ ଯାତ୍ରା ପ୍ରାର୍ଟି ମାଲିକଙ୍କ ହାତ ଥିବା ନେଇ ଅଭିଯୋଗ ହୋଇଛି।ଆକ୍ରମଣରେ ରୋହିତଙ୍କ ମୁଣ୍ଡରେ ଗଭୀର ଆହତ ଲାଗିଥିଲା। ଗୁରୁତର ଥିବା ରୋହିତଙ୍କୁ ପ୍ରଥମେ ସୁକିନ୍ଦା ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ କଟକ ଏସସିବି ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ରୋହିତଙ୍କ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିବାକୁ ଏସସିବି ମେଡିକାଲକୁ ଯାଇଥିଲେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ପ୍ରୀତିରଂଜନ ଘଡ଼େଇ।

The post ସୁକିନ୍ଦାରେ ବିଜେଡି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ appeared first on .