ସୁଖୋଇ ଫାଇଟର ଜେଟ୍‌ର ନୂଆ ଭର୍ସନ ପରୀକ୍ଷଣ କଲା ରୁଷ୍‌ , ଭାରତକୁ ମିଳିବ କି ଫାଇଦା ?

ନୂଆଦିଲ୍ଲୀ :  ସୁଖୋଇ ଫାଇଟର ଜେଟ୍‌ । ନାଁ ଯେମିତି କାମ ବି ସେମିତି। ଶତ୍ରୁ ଶିବିରକୁ ଥରହର କରି ଦିଏ ଏହି ଶକ୍ତିଶାଳୀ ଫାଇଟର ଜେଟ୍‌ ସୁଖୋଇ। ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ହମଲା ପରେ ଭାରତ ଆତଙ୍କବାଦ ଉପରେ ଶକ୍ତ ପ୍ରହାର କରି, ଅନେକ ଆତଙ୍କୀ ଠିକଣାକୁ ଧ୍ୱଂସବିଧ୍ୱଂସ କରି ଦେଇଥିଲା। ଭାରତୀୟ ସଶସ୍ତ୍ର ବାହିନୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ଅପରେସନ ସିନ୍ଦୂର’ ବେଳେ ଭାରତ ପାକିସ୍ତାନ ଓ ପାକ୍‌ ଅଧିକୃତ କାଶ୍ମୀରରେ , ଅନେକ ଆତଙ୍କୀ ଠିକଣା ଉପରେ ସଠିକ୍‌ ଟାର୍ଗେଟ୍‌ କରିଥିଲା। ଏଥିରେ ଭାରତର ସୁଖୋଇ Su-30MKI ବିମାନ ଗୁଡ଼ିକ ପୁଣି ଥରେ ନିଜର ଉପଯୋଗିତା ସାବ୍ୟସ୍ତ କରି ପାରିଥିଲେ। ଏବେ ରୁଷ୍‌ ଏହି ବିମାନର ନୂଆ ଭର୍ସନ ଲଞ୍ଚ କରିଛି। ରୁଷ୍‌ ସୁଖୋଇ Su-57M ଫାଇଟର ଜେଟ୍‌ର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ-ଆସିଷ୍ଟେଡ୍‌ ଭର୍ସନର ସଫଳ ପରୀକ୍ଷଣ କରିଛି। ରୁଷ୍‌ Su-57M ର ପ୍ରଥମ ଏଆଇ-ଆସିଷ୍ଟେଡ୍‌ ଫ୍ଲାଇଟ୍‌କୁ ବର୍ତ୍ତମାନ ଏକ ପ୍ରୋଟୋଟାଇପ୍‌ ଭାବେ ପ୍ରସ୍ତୁତ କରିଛି। ବିଶେଷଜ୍ଞମାନେ ଏହି ପ୍ରୟୋଗକୁ ରୁଷ୍‌ର ଏୟରୋସ୍ପେସ୍‌ ଇତିହାସରେ ମାଇଣ୍ଟ ଖୁଣ୍ଡ ଭାବେ ଦର୍ଶାଇଛନ୍ତି। ରୁଷ୍‌ର ଟେଷ୍ଟିଂ ବେଳେ ଜଣେ ପାଇଲଟ୍‌ କକପିଟ୍‌ରେ ଥିଲେ। ହେଲେ ଫାଇଟର ଜେଟ୍‌ର ଫ୍ଲାଇଟ୍‌ କଣ୍ଟ୍ରୋଲ, ନେଭିଗେସନ ଓ ଟାର୍ଗେଟ୍ ଚୟନର କ୍ଷମତା ଭଳି ଜିନିଷରେ ହିଁ ନିୟନ୍ତ୍ରଣ କରାଯାଇଛି। ନ୍ୟୁଜ୍‌ ୧୮ ନିଜର ଏକ ରିପୋର୍ଟରେ ବିଶେଷଜ୍ଞ

ସୁଖୋଇ ଫାଇଟର ଜେଟ୍‌ର ନୂଆ ଭର୍ସନ ପରୀକ୍ଷଣ କଲା ରୁଷ୍‌ , ଭାରତକୁ ମିଳିବ କି ଫାଇଦା ?

ନୂଆଦିଲ୍ଲୀ :  ସୁଖୋଇ ଫାଇଟର ଜେଟ୍‌ । ନାଁ ଯେମିତି କାମ ବି ସେମିତି। ଶତ୍ରୁ ଶିବିରକୁ ଥରହର କରି ଦିଏ ଏହି ଶକ୍ତିଶାଳୀ ଫାଇଟର ଜେଟ୍‌ ସୁଖୋଇ। ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ହମଲା ପରେ ଭାରତ ଆତଙ୍କବାଦ ଉପରେ ଶକ୍ତ ପ୍ରହାର କରି, ଅନେକ ଆତଙ୍କୀ ଠିକଣାକୁ ଧ୍ୱଂସବିଧ୍ୱଂସ କରି ଦେଇଥିଲା। ଭାରତୀୟ ସଶସ୍ତ୍ର ବାହିନୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ଅପରେସନ ସିନ୍ଦୂର’ ବେଳେ ଭାରତ ପାକିସ୍ତାନ ଓ ପାକ୍‌ ଅଧିକୃତ କାଶ୍ମୀରରେ , ଅନେକ ଆତଙ୍କୀ ଠିକଣା ଉପରେ ସଠିକ୍‌ ଟାର୍ଗେଟ୍‌ କରିଥିଲା। ଏଥିରେ ଭାରତର ସୁଖୋଇ Su-30MKI ବିମାନ ଗୁଡ଼ିକ ପୁଣି ଥରେ ନିଜର ଉପଯୋଗିତା ସାବ୍ୟସ୍ତ କରି ପାରିଥିଲେ। ଏବେ ରୁଷ୍‌ ଏହି ବିମାନର ନୂଆ ଭର୍ସନ ଲଞ୍ଚ କରିଛି। ରୁଷ୍‌ ସୁଖୋଇ Su-57M ଫାଇଟର ଜେଟ୍‌ର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ-ଆସିଷ୍ଟେଡ୍‌ ଭର୍ସନର ସଫଳ ପରୀକ୍ଷଣ କରିଛି। 


ରୁଷ୍‌ Su-57M ର ପ୍ରଥମ ଏଆଇ-ଆସିଷ୍ଟେଡ୍‌ ଫ୍ଲାଇଟ୍‌କୁ ବର୍ତ୍ତମାନ ଏକ ପ୍ରୋଟୋଟାଇପ୍‌ ଭାବେ ପ୍ରସ୍ତୁତ କରିଛି। ବିଶେଷଜ୍ଞମାନେ ଏହି ପ୍ରୟୋଗକୁ ରୁଷ୍‌ର ଏୟରୋସ୍ପେସ୍‌ ଇତିହାସରେ ମାଇଣ୍ଟ ଖୁଣ୍ଡ ଭାବେ ଦର୍ଶାଇଛନ୍ତି। ରୁଷ୍‌ର ଟେଷ୍ଟିଂ ବେଳେ ଜଣେ ପାଇଲଟ୍‌ କକପିଟ୍‌ରେ ଥିଲେ। ହେଲେ ଫାଇଟର ଜେଟ୍‌ର ଫ୍ଲାଇଟ୍‌ କଣ୍ଟ୍ରୋଲ, ନେଭିଗେସନ ଓ ଟାର୍ଗେଟ୍ ଚୟନର କ୍ଷମତା ଭଳି ଜିନିଷରେ ହିଁ ନିୟନ୍ତ୍ରଣ କରାଯାଇଛି। ନ୍ୟୁଜ୍‌ ୧୮ ନିଜର ଏକ ରିପୋର୍ଟରେ ବିଶେଷଜ୍ଞଙ୍କ ମୁତାବିକ କହିଛି ଯେ, ଏଆଇ ସାହାଯ୍ୟରେ ପାଇଲଟ ଖୁବ୍‌ ଶୀଘ୍ର ନିଷ୍ପତ୍ତି ନେଇ ପାରିବେ। ଅନ୍ୟପଟେ ଏହା ପାଇଲଟର ଲୋଡ୍‌କୁ ହ୍ରାସ କରିବା ଓ ହାଇ ରିସ୍କର ନିଷ୍ପତ୍ତି ନେବାରେ ମଧ୍ୟ ସାହାଯ୍ୟ କରି ପାରିବ।


ପ୍ରତିରକ୍ଷା ବିଶ୍ଳେଷକଙ୍କ ମୁତାବିକ ଏହି ଟେକନିକ୍‌ ଖୁବ୍‌ ଶୀଘ୍ର ଆକାଶରେ ୱାରଫେୟାରର ଗୁରୁତ୍ତ୍ୱପୂର୍ଣ୍ଣ ଅଂଶ ହୋଇପାରେ। କହି ରଖୁଛୁ ଯେ, ରୁଷ୍‌ ୧୯୯୯ ରୁ ହିଁ ପାକ୍‌ ଏଫଏ  ନାମକ କାର୍ଯ୍ୟକ୍ରମ ଚଳାଉ ଥିଲା , ଯାହା ଏଆଇ ଇଣ୍ଟିଗ୍ରେସନର କ୍ଷେତ୍ରରେ କାମ କରୁଛି। ଏହି ପ୍ରୋଜେକ୍ଟର ଉଦ୍ଦେଶ୍ୟ ୫ମ ପିଢିର ଫାଇଟର୍ସକୁ ପ୍ରସ୍ତୁତ କରିବା ଥିଲା।  Su-57M, Su-57ର ଏକ  ଉତ୍ତମ ଭର୍ସନ। ବିଶେଷଜ୍ଞଙ୍କ ଅନୁସାରେ , ଏହି ମଡେଲ ଆମେରିକାର F-22 ରାପ୍ଟର ଓ F-35 ଲାଇଟିନିଂ -୨ ଭଳି ଜେଟ୍‌କୁ ସିଧା ଟକ୍କର ଦେଇପାରେ।


କହି ରଖୁଛୁ ଯେ, ସୁଖୋଇ ଜେଟ୍‌ସ ଭାରତୀୟ ବାୟୁସେନାର ସବୁଠୁ ପ୍ରମୁଖ ଅଂଶ । ଭାରତୀୟ ବାୟୁସେନା ପାଖରେ ୨୫୦ରୁ ଅଧିକ Su-30MKI ବିମାନ ଅଛି। ଭାରତର ସବୁଠୁ ବଡ଼ ପ୍ରତିରକ୍ଷା ସହଯୋଗୀ ରୁଷ୍‌ ସହ ୧୯୯୬ ରେ ହୋଇଥିବା ଏକ ଡିଲ୍‌ ଆଧାରରେ Su-30MKI କାର୍ଯ୍ୟକ୍ରମର ଆରମ୍ଭ ହୋଇ ଥିଲା। ସେବେ ଠାରୁ ଏହାକୁ ହିନ୍ଦୁସ୍ତାନ ଏୟରୋନଟିକ୍ସ ଲିମିଟେଡ୍‌ (ଏଚଏଏଲ୍) ଦ୍ୱାରା ଆସେମ୍ୱଲ ଓ ନିର୍ମିତ କରାଯାଉଛି । ଏବେ ରୁଷ୍‌ର ଏହି ପଦକ୍ଷେପରେ ଭାରତୀୟ ଫ୍ଲିଟ୍‌ରେ ମଧ୍ୟ ନୂଆ ଟେକନିକ୍‌ ସାମିଲ କରାଯାଇ ପାରେ।