ସୁଗନ୍ଧ ହରାଉଛି ଭାରତୀୟ ମସଲା
ହାଇଦ୍ରାବାଦ/ନୂଆଦିଲ୍ଲୀ,୧ା୫: ପ୍ରଥମେ ହଂକଂ ଓ ସିଙ୍ଗାପୁର। ଆମେରିକା ପରେ ଏବେ ଅଷ୍ଟ୍ରେଲିଆ। ଏମିତି ଗୋଟିଏ ପରେ ଗୋଟିଏ ଦେଶରେ ସୁଗନ୍ଧ ହରାଇବସିଛି ଭାରତୀୟ ମସଲା। ଏମ୍ଡିଏଚ୍ ଏବଂ ଏଭରେଷ୍ଟ ମସଲା ବର୍ତ୍ତମାନ ବିଶ୍ୱବାସୀଙ୍କ ସନ୍ଦେହ ଚକ୍ଷୁରେ। ନାମୀଦାମୀ ବ୍ରାଣ୍ଡ୍ର ମସଲାରେ କ୍ୟନ୍ସର ସୃଷ୍ଟିକାରୀ ବିଷାକ୍ତ ରାସାୟନିକ ପଦାର୍ଥ ଥିବା ହଂକଂ ଏପ୍ରିଲ ୫ରେ ଦର୍ଶାଇଥିଲା। ପରେ ହଂକଂ ଓ ସିଙ୍ଗାପୁର ଏହାର ବିକ୍ରି ଉପରେ ରୋକ ଲଗାଇବା ସହ ବଜାରରୁ ଭାରତୀୟ ମସଲାକୁ ହଟାଇଦେଇଥିଲେ। ଦୁଇଦେଶରେ ଏମ୍ଡିଏଚ୍ର […] The post ସୁଗନ୍ଧ ହରାଉଛି ଭାରତୀୟ ମସଲା appeared first on Dharitri Odia News.
ହାଇଦ୍ରାବାଦ/ନୂଆଦିଲ୍ଲୀ,୧ା୫: ପ୍ରଥମେ ହଂକଂ ଓ ସିଙ୍ଗାପୁର। ଆମେରିକା ପରେ ଏବେ ଅଷ୍ଟ୍ରେଲିଆ। ଏମିତି ଗୋଟିଏ ପରେ ଗୋଟିଏ ଦେଶରେ ସୁଗନ୍ଧ ହରାଇବସିଛି ଭାରତୀୟ ମସଲା। ଏମ୍ଡିଏଚ୍ ଏବଂ ଏଭରେଷ୍ଟ ମସଲା ବର୍ତ୍ତମାନ ବିଶ୍ୱବାସୀଙ୍କ ସନ୍ଦେହ ଚକ୍ଷୁରେ। ନାମୀଦାମୀ ବ୍ରାଣ୍ଡ୍ର ମସଲାରେ କ୍ୟନ୍ସର ସୃଷ୍ଟିକାରୀ ବିଷାକ୍ତ ରାସାୟନିକ ପଦାର୍ଥ ଥିବା ହଂକଂ ଏପ୍ରିଲ ୫ରେ ଦର୍ଶାଇଥିଲା। ପରେ ହଂକଂ ଓ ସିଙ୍ଗାପୁର ଏହାର ବିକ୍ରି ଉପରେ ରୋକ ଲଗାଇବା ସହ ବଜାରରୁ ଭାରତୀୟ ମସଲାକୁ ହଟାଇଦେଇଥିଲେ। ଦୁଇଦେଶରେ ଏମ୍ଡିଏଚ୍ର ୩ ଓ ଏଭରେଷ୍ଟର ୬ ପ୍ରକାର ଫିଶ୍ କରି ଉପରେ କଟକଣା ଲାଗିଛି। ଆମେରିକା ମଧ୍ୟ ଶନିବାର ଏହା ଉପରେ ସନ୍ଦେହ ବ୍ୟକ୍ତ କରି ଭାରତୀୟ ମସଲାଗୁଡ଼ିକୁ ଯାଞ୍ଚ କରିବା ଆରମ୍ଭ କରିଥିଲା। ମଙ୍ଗଳବାର ଅଷ୍ଟ୍ରେଲିଆର ଖାଦ୍ୟ ନିରାପତ୍ତା ଏଜେନ୍ସି ଏହି ଦୁଇ କମ୍ପାନୀର ମସଲାରେ ମିଶାଯାଉଥିବା ଉପାଦାନଗୁଡ଼ିକ ସମ୍ପର୍କରେ ତଥ୍ୟ ସଂଗ୍ରହ ସହ ଯାଞ୍ଚ ଆରମ୍ଭ କରିଛି। ଆବଶ୍ୟକ ହେଲେ ଅଷ୍ଟ୍ରେଲିଆରେ ମଧ୍ୟ ଏହାର ବିକ୍ରି ଉପରେ ନିଷେଧାଦେଶ ଜାରି କରାଯାଇପାରେ ବୋଲି ଫୁଡ୍ ଷ୍ଟାଣ୍ଡାର୍ଡ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ଉକ୍ତ ମସଲାରେ ମିଶାଯାଉଥିବା ଇଥିଲିନ୍ ଅକ୍ସାଇଡ୍ ଅଷ୍ଟ୍ରେଲିଆରେ ଖାଦ୍ୟ ପଦାର୍ଥରେ ମିଶ୍ରଣ ପାଇଁ ଅନୁମତି ଦିଆଯାଏ ନାହିଁ। ପୂର୍ବରୁ ଦୁଇ କମ୍ପାନୀ ନିଜ ଉତ୍ପାଦକୁ ବ୍ୟବହାରଯୋଗ୍ୟ ଓ ସୁରକ୍ଷିତ ଦର୍ଶାଇ ବ୍ୟବସାୟ କରିଆସୁଥିଲେ। ଯାଞ୍ଚ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏଥିରେ କୁହାଯାଇଛି। ଏହି ବ୍ରାଣ୍ଡ୍ର ମସଲା ୟୁରୋପ, ଏସିଆ ଓ ଉତ୍ତର ଆମେରିକାରେ ମଧ୍ୟ ଲୋକପ୍ରିୟ ହୋଇଥିବାରୁ ସେଠାକାର ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଆମେରିକାର ଫୁଡ୍ ଆଣ୍ଡ୍ ଡ୍ରଗ୍ସ ଆଡ୍ମିନିଷ୍ଟ୍ରେଶନ୍ (ଏଫ୍ଡିଏ)ର ସନ୍ଦେହ ପରେ ଭାରତୀୟ କର୍ତ୍ତୃପକ୍ଷ ଦୁଇଟିଯାକ ମସଲାର ଫ୍ୟାକ୍ଟ୍ରିରେ ଯାଞ୍ଚ କରିଥିବା ଜଣାପଡ଼ିଛି।
The post ସୁଗନ୍ଧ ହରାଉଛି ଭାରତୀୟ ମସଲା appeared first on Dharitri Odia News.