ସୁଚାରୁ ମତଦାନ ନେଇ ସମ୍ବଲପୁର ପୋଲିସ ପକ୍ଷରୁ ପରିବହନ ଫ୍ଲାଗ ମାର୍ଚ

ସମ୍ବଲପୁର/ବୁର୍ଲା: ଆସନ୍ତା କାଲି ସମ୍ବଲପୁର ଜିଲ୍ଲାରେ ହେଉଛି ସାଧାରଣ ନିର୍ବାଚନ।ଏହାକୁ ଆଖି ଆଗରେ ରଖି ଆଜି ସମ୍ବଲପୁର ପୋଲିସ ପକ୍ଷରୁ ମୁଖ୍ୟ ସହର ସମ୍ବଲପୁର ଓ ବୁର୍ଲାରେ ପକ୍ଷରୁ ପରିବହନ ଫ୍ଲାଗ୍ ମାର୍ଚ କରିଛି। ଏହି ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ କିଭଳି ସୁପରିଚାଳନାରେ ଜନସାଧାରଣ ମତଦାନ କରିବେ ସେନେଇ ଜିଲ୍ଲା ପୋଲିସ ସତର୍କତା ପୁର୍ବକ ପଦକ୍ଷେପ ଗ୍ରହଣ କରିଛି।ଜିଲ୍ଲା ପ୍ରମୁଖ ପୋଲିସ ଆଧିକାରୀ ମାନଙ୍କୁ ନେଇ ସମ୍ବଲପୁର ଓ ବୁର୍ଲା ସହରରେ ପରିବହନ ଫ୍ଲାକ ମାର୍ଚ କରାଯାଇ […] The post ସୁଚାରୁ ମତଦାନ ନେଇ ସମ୍ବଲପୁର ପୋଲିସ ପକ୍ଷରୁ ପରିବହନ ଫ୍ଲାଗ ମାର୍ଚ appeared first on Odisha.News.

ସୁଚାରୁ ମତଦାନ ନେଇ ସମ୍ବଲପୁର ପୋଲିସ ପକ୍ଷରୁ ପରିବହନ ଫ୍ଲାଗ ମାର୍ଚ

ସମ୍ବଲପୁର/ବୁର୍ଲା: ଆସନ୍ତା କାଲି ସମ୍ବଲପୁର ଜିଲ୍ଲାରେ ହେଉଛି ସାଧାରଣ ନିର୍ବାଚନ।ଏହାକୁ ଆଖି ଆଗରେ ରଖି ଆଜି ସମ୍ବଲପୁର ପୋଲିସ ପକ୍ଷରୁ ମୁଖ୍ୟ ସହର ସମ୍ବଲପୁର ଓ ବୁର୍ଲାରେ ପକ୍ଷରୁ ପରିବହନ ଫ୍ଲାଗ୍ ମାର୍ଚ କରିଛି।
ଏହି ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ କିଭଳି ସୁପରିଚାଳନାରେ ଜନସାଧାରଣ ମତଦାନ କରିବେ ସେନେଇ ଜିଲ୍ଲା ପୋଲିସ ସତର୍କତା ପୁର୍ବକ ପଦକ୍ଷେପ ଗ୍ରହଣ କରିଛି।ଜିଲ୍ଲା ପ୍ରମୁଖ ପୋଲିସ ଆଧିକାରୀ ମାନଙ୍କୁ ନେଇ ସମ୍ବଲପୁର ଓ ବୁର୍ଲା ସହରରେ ପରିବହନ ଫ୍ଲାକ ମାର୍ଚ କରାଯାଇ ସାଧାରଣ ଜନତା ଓ ଭୋଟର ମାନଙ୍କୁ ସଚେତନ କରାଯାଇଛି।ସମ୍ବଲପୁର ବିଧାନସଭା କ୍ଷେତ୍ରରେ ଶୃଙ୍ଖଳିତ ଓ ସୁପରିଚାଳିତ ମତଦାନ ନେଇ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ଉଦ୍ୟମ କରାଯାଇଥିବା ଆଜିର ସଚେତନାତ୍ମକ କାର୍ଯ୍ୟକ୍ରମରୁ ଜଣାପଡିଛି।ପୋଲିସର ଏହି କାର୍ଯ୍ୟକ୍ରମ ସହର ଭିତରେ ଥିବା ସବୁ ସିସି ଟିଭିରେ କଏଦ ହେଉଥିବାରୁ ଆସନ୍ତା କାଲି ଜନସାଧାରଣ ଅଯଥା କୌଣସି ସ୍ଥାନରେ ଭିଡ ନଜମାଇ ମତଦାନ ପରେ ନିଜ ଘରକୁ ଯିବା ଓ ଜନମତ ଦେବାରେ ଭୋଟର ମାନଙ୍କୁ ସହଯୋଗ କରିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି।

The post ସୁଚାରୁ ମତଦାନ ନେଇ ସମ୍ବଲପୁର ପୋଲିସ ପକ୍ଷରୁ ପରିବହନ ଫ୍ଲାଗ ମାର୍ଚ appeared first on Odisha.News.