ସୁଜାତା କାର୍ତ୍ତିକେୟନ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ନିଯୁକ୍ତ: ଶାଳିନୀ ପଣ୍ଡିତ ମିଶନ ଶକ୍ତି ସଚିବ

ଭୁବନେଶ୍ୱର: ମିଶନ ଶକ୍ତିର ପୂର୍ବତନ ସଚିବ ସୁଜାତା କାର୍ତ୍ତିକେୟନଙ୍କୁ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି। ସେହିପରି ଓଡ଼ିଆ ଭାଷା ସଂସ୍କୃତି ସଚିବ ପଦରୁ ମଧ୍ୟ ସୁଜାତାଙ୍କୁ ହଟାଇ ଦିଆଯାଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତୀ ଜାରି କରାଯାଇଛି। ଅନ୍ୟପଟେ ଶାଳିନୀ ପଣ୍ଡିତଙ୍କ ଦାୟିତ୍ୱ ବଢ଼ାଇ ଦେଇଛନ୍ତି ସରକାର। ଶାଳିନୀଙ୍କୁ ମିଶନ ଶକ୍ତିର ସଚିବ ନିଯୁକ୍ତ କରାଯାଇଛି। ମିଶନ ଶକ୍ତି ସହିତ ଶାଳିନୀ ସ୍ୱାସ୍ଥ୍ୟ ସଚିବ ମଧ୍ୟ ରହିବେ। ଏଥିସହିତ ଓଡ଼ିଆ ଭାଷା ସଂସ୍କୃତିର ଅତିରିକ୍ତ ଦାୟିତ୍ୱ ମଧ୍ୟ ଶାଳିନୀ ପଣ୍ଡିତ ତୁଲାଇବେ।ଗତକାଲି(ମେ ୨) ବିଜେପି ଇଲେକ୍ସନ କମିଶନଙ୍କୁ ଭେଟି ସୁଜାତାଙ୍କୁ ଦାୟିତ୍ୱରୁ ହଟାଇବାକୁ ଦାବି କରିଥିଲା। ସୁଜାତା ରାଜ୍ୟରେ ବିଜେଡି ସପକ୍ଷରେ ଭୋଟ୍ ଦେବାକୁ ସ୍ୱଂୟ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଉପରେ ଚାପ ପକାଉଛନ୍ତି। ସେମାନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି। ଭୋଟରଙ୍କୁ ସଚେତନ କରାଇବାକୁ ଜାତୀୟ ନିର୍ବାଚନ କମିଶନଙ୍କ ସିଷ୍ଟମେଟିକ ଭୋଟର୍ସ ଏଜୁକେସନ ଆଣ୍ଡ ଇଲେକ୍ଟୋରାଲ୍ ପାର୍ଟିସିପେସନ(ଏସ୍‌ଭିଇଇପି) କାର୍ଯ୍ୟକ୍ରମର ସେ ଅପବ୍ୟବହାର କରୁଛନ୍ତି ବୋଲି ବିଜେପି ଇଲେକ୍ସନ କମିଶନଙ୍କ ପାଖରେ ଅଭିଯୋଗ କରିଥିଲା।ନିର୍ବାଚନ ଆଦର୍ଶ ଆଚରଣବିଧିର ଏହା ଖୋଲାଖୋଲି ଉଲ୍ଲଂଘନ ବୋଲି ବିଜେପି ମୁଖପାତ୍ର ସୁଧାଂଶୁ ତ୍ରିବେଦୀ ଅଭିଯୋଗ କରିଥିଲେ। ତେଣୁ ସୁଜାତାଙ୍କୁ ମିଶ

ସୁଜାତା କାର୍ତ୍ତିକେୟନ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ନିଯୁକ୍ତ: ଶାଳିନୀ ପଣ୍ଡିତ ମିଶନ ଶକ୍ତି ସଚିବ

ଭୁବନେଶ୍ୱର: ମିଶନ ଶକ୍ତିର ପୂର୍ବତନ ସଚିବ ସୁଜାତା କାର୍ତ୍ତିକେୟନଙ୍କୁ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି। ସେହିପରି ଓଡ଼ିଆ ଭାଷା ସଂସ୍କୃତି ସଚିବ ପଦରୁ ମଧ୍ୟ ସୁଜାତାଙ୍କୁ ହଟାଇ ଦିଆଯାଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତୀ ଜାରି କରାଯାଇଛି। ଅନ୍ୟପଟେ ଶାଳିନୀ ପଣ୍ଡିତଙ୍କ ଦାୟିତ୍ୱ ବଢ଼ାଇ ଦେଇଛନ୍ତି ସରକାର। ଶାଳିନୀଙ୍କୁ ମିଶନ ଶକ୍ତିର ସଚିବ ନିଯୁକ୍ତ କରାଯାଇଛି। ମିଶନ ଶକ୍ତି ସହିତ ଶାଳିନୀ ସ୍ୱାସ୍ଥ୍ୟ ସଚିବ ମଧ୍ୟ ରହିବେ। ଏଥିସହିତ ଓଡ଼ିଆ ଭାଷା ସଂସ୍କୃତିର ଅତିରିକ୍ତ ଦାୟିତ୍ୱ ମଧ୍ୟ ଶାଳିନୀ ପଣ୍ଡିତ ତୁଲାଇବେ।

ଗତକାଲି(ମେ ୨) ବିଜେପି ଇଲେକ୍ସନ କମିଶନଙ୍କୁ ଭେଟି ସୁଜାତାଙ୍କୁ ଦାୟିତ୍ୱରୁ ହଟାଇବାକୁ ଦାବି କରିଥିଲା। ସୁଜାତା ରାଜ୍ୟରେ ବିଜେଡି ସପକ୍ଷରେ ଭୋଟ୍ ଦେବାକୁ ସ୍ୱଂୟ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଉପରେ ଚାପ ପକାଉଛନ୍ତି। ସେମାନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି। ଭୋଟରଙ୍କୁ ସଚେତନ କରାଇବାକୁ ଜାତୀୟ ନିର୍ବାଚନ କମିଶନଙ୍କ ସିଷ୍ଟମେଟିକ ଭୋଟର୍ସ ଏଜୁକେସନ ଆଣ୍ଡ ଇଲେକ୍ଟୋରାଲ୍ ପାର୍ଟିସିପେସନ(ଏସ୍‌ଭିଇଇପି) କାର୍ଯ୍ୟକ୍ରମର ସେ ଅପବ୍ୟବହାର କରୁଛନ୍ତି ବୋଲି ବିଜେପି ଇଲେକ୍ସନ କମିଶନଙ୍କ ପାଖରେ ଅଭିଯୋଗ କରିଥିଲା।

ନିର୍ବାଚନ ଆଦର୍ଶ ଆଚରଣବିଧିର ଏହା ଖୋଲାଖୋଲି ଉଲ୍ଲଂଘନ ବୋଲି ବିଜେପି ମୁଖପାତ୍ର ସୁଧାଂଶୁ ତ୍ରିବେଦୀ ଅଭିଯୋଗ କରିଥିଲେ। ତେଣୁ ସୁଜାତାଙ୍କୁ ମିଶନ ଶକ୍ତି ସଚିବ ପଦରୁ ହଟାଇବା ସହ ତାଙ୍କୁ ଲୋକଙ୍କ ସହ ସିଧାସଳଖ ସମ୍ପୃକ୍ତି ନଥିବା ବିଭାଗକୁ ବଦଳି କରିବାକୁ ବିଜେପି ଦାବି କରିଥିଲା। ଇସିଆଇ ଏହି ଅଭିଯୋଗକୁ ଗୁରୁତର ସହ ନେଇ ସୁଜାତାଙ୍କୁ ମିଶନ ଶକ୍ତି ସଚିବ ଦାୟିତ୍ୱରୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ।