ସୁଜିତ କୁମାର ବିଜେପି ରାଜ୍ୟସଭା ପ୍ରାର୍ଥୀ।; ଆଜି ଭରିବେ ନାମାଙ୍କନ

ସେପ୍ଟେମ୍ବର ୬ ତାରିଖରେ ସୁଜିତ କୁମାର ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।

ସୁଜିତ କୁମାର ବିଜେପି ରାଜ୍ୟସଭା ପ୍ରାର୍ଥୀ।; ଆଜି ଭରିବେ ନାମାଙ୍କନ

କଳ୍ପନାଜଳ୍ପନାର ଅନ୍ତ ଘଟିଛି। ସୁଜିତ କୁମାରଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି ବିଜେପି। ବିଜେପି କେନ୍ଦ୍ରୀୟ ଚୟନ କମିଟି ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ସୂଚନା ଜାରି କରାଯାଇଛି। 

ମମତା ମହାନ୍ତ ପରି ସୁଜିତ କୁମାରଙ୍କୁ ବିଜେପି ରାଜ୍ୟସଭାକୁ ପଠାଇବ ବୋଲି ଚର୍ଚ୍ଚା ହେଉଥିଲା। ଏହି ଚର୍ଚ୍ଚାର ଅନ୍ତ ଘଟିଛି। ବିଜେପି ସୁଜିତ  କୁମାରଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି।  ଆଜି ସୁଜିତ କୁମାର ବିଧାନସଭାରେ ନାମାଙ୍କନ ଦାଖଲ କରିବେ ବୋଲି ସୂଚନା ରହିଛି। 

ସେପ୍ଟେମ୍ବର ୬ ତାରିଖରେ ସୁଜିତ କୁମାର ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଏଥିସହ ବିଜେଡିରୁ ମଧ୍ୟ ଇସ୍ତଫା ଦେଇଥିଲେ। ପରେ ସେ ବିଜେପିରେ ମିଶିଥିଲେ।

ଏହାପୂର୍ବରୁ ମମତା ମହାନ୍ତ ବି ବିଜେଡି ଛାଡ଼ି ବିଜେପି ଆସିବା ପରେ ପୁଣି ତାଙ୍କୁ ଦଳ ରାଜ୍ୟସଭା ପଠାଇଛି। ସମାନ ଫମୁର୍ଲାରେ ସୁଜିତଙ୍କୁ ପୁଣି ଥରେ ବିଜେପି ରାଜ୍ୟସଭା ପଠାଇବାକୁ ଯୋଜନା କରିଛି। ଏପ୍ରିଲ ୨୦୨୬ ଯାଏଁ ରହିଛି ସୁଜିତ କୁମାର କାର୍ଯ୍ୟକାଳ।

ଆସନ୍ତାକାଲି ନାମାଙ୍କନ ଦାଖଲ ଶେଷ ତାରିଖ ଥିବା ବେଳେ ୨୦ ତାରିଖରେ ରାଜ୍ୟସଭା ଉପ ନିର୍ବାଚନ ରହିଛି। ୧୧ ତାରିଖ ନାମାଙ୍କନ ଯାଞ୍ଚ ହେବ ଓ ୧୩ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି।