ସୁଧୁରିବେ କେବେ ? ନାବାଳିକାଙ୍କ ଦେହରେ ନିଆଁ ଲଗାଇଦେଲେ ୩ ଦୁର୍ବୃତ୍ତ

ନିମାପଡ଼ା ୧୯।୦୭ : ବାଲେଶ୍ୱର ଏଫ୍‌ଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମହୂତି ଉଦ୍ୟମ ଘଟଣା ମନର ଲିଭିନଥିବା ବେଳେ ଆଉ ଏକ ମାମଲା ସାମ୍ନାକୁ ଆସିଛି । ନାବାଳିକାଙ୍କ ଦେହରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ପୁରୀ ଜିଲ୍ଲା ନିମାପଡ଼ା ବଳଙ୍ଗା ବାଇଆବର ଅଞ୍ଚଳରୁ ଆସିଛି ଏକ ଭୟଙ୍କର ଚିତ୍ର । ଯେଉଁଠି ଜଣେ ଯୁକ୍ତ ୨ ଛାତ୍ରୀଙ୍କୁ ନିଆଁ ଲଗାଇ ଦେଇଛନ୍ତି ୩ ଜଣ ଦୁର୍ବୃତ୍ତ । ଖବର ଅନୁଯାୟୀ, ଚାଲି ଚାଲି ସାଙ୍ଗ ଘରକୁ ଯାଉଥିବା ସମୟରେ ହଠାତ୍ ଅଧାରାସ୍ତାରେ ୩ ଜଣ ଯୁବକ ଛାତ୍ରୀଙ୍କ ଦେହରେ ନିଆଁ ଲଗାଇ ପୋଡ଼ିବାକୁ ଉଦ୍ୟମ କରିଥିଲେ । ଯେଉଁଥିରେ ଛାତ୍ରୀ ଜଣକ ଗୁରୁତର ହୋଇଥିବା ଜଣାପଡିଛି । ଏହାସହିତ ରାସ୍ତାରେ ୩ ଜଣ ଦୁର୍ବୃତ୍ତ ଅସଦାଚରଣ କରିଥିବା ଅଭିଯୋଗ ମଧ୍ୟ ଆସିଛି । ତେବେ ନିଆଁ ଲଗାଇଥିବା ଯୁବକମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଛାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବାକି ବଳଙ୍ଗା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି । ହେଲେ ବର୍ତ୍ତମାନ ଯାଏଁ ନିଆଁ ଲଗାଇବାର ସଠିକ୍ କାରଣ ଜଣାପଡିନାହିଁ ।  

ସୁଧୁରିବେ କେବେ ? ନାବାଳିକାଙ୍କ ଦେହରେ ନିଆଁ ଲଗାଇଦେଲେ ୩ ଦୁର୍ବୃତ୍ତ

ନିମାପଡ଼ା ୧୯।୦୭ : ବାଲେଶ୍ୱର ଏଫ୍‌ଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମହୂତି ଉଦ୍ୟମ ଘଟଣା ମନର ଲିଭିନଥିବା ବେଳେ ଆଉ ଏକ ମାମଲା ସାମ୍ନାକୁ ଆସିଛି । ନାବାଳିକାଙ୍କ ଦେହରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ପୁରୀ ଜିଲ୍ଲା ନିମାପଡ଼ା ବଳଙ୍ଗା ବାଇଆବର ଅଞ୍ଚଳରୁ ଆସିଛି ଏକ ଭୟଙ୍କର ଚିତ୍ର । ଯେଉଁଠି ଜଣେ ଯୁକ୍ତ ୨ ଛାତ୍ରୀଙ୍କୁ ନିଆଁ ଲଗାଇ ଦେଇଛନ୍ତି ୩ ଜଣ ଦୁର୍ବୃତ୍ତ । 

ଖବର ଅନୁଯାୟୀ, ଚାଲି ଚାଲି ସାଙ୍ଗ ଘରକୁ ଯାଉଥିବା ସମୟରେ ହଠାତ୍ ଅଧାରାସ୍ତାରେ ୩ ଜଣ ଯୁବକ ଛାତ୍ରୀଙ୍କ ଦେହରେ ନିଆଁ ଲଗାଇ ପୋଡ଼ିବାକୁ ଉଦ୍ୟମ କରିଥିଲେ । ଯେଉଁଥିରେ ଛାତ୍ରୀ ଜଣକ ଗୁରୁତର ହୋଇଥିବା ଜଣାପଡିଛି । ଏହାସହିତ ରାସ୍ତାରେ ୩ ଜଣ ଦୁର୍ବୃତ୍ତ ଅସଦାଚରଣ କରିଥିବା ଅଭିଯୋଗ ମଧ୍ୟ ଆସିଛି । 

ତେବେ ନିଆଁ ଲଗାଇଥିବା ଯୁବକମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଛାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବାକି ବଳଙ୍ଗା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି । ହେଲେ ବର୍ତ୍ତମାନ ଯାଏଁ ନିଆଁ ଲଗାଇବାର ସଠିକ୍ କାରଣ ଜଣାପଡିନାହିଁ ।