ସୁଧୁରୁନି ଚାଇନା, ପୁଣି କଲା ଏମିତି କାମ

ନୂଆଦିଲ୍ଲୀ/ବେଜିଂ,୩୧ା୫: ଭାରତର ସିକିମ୍‌ ସୀମାଠାରୁ ୧୫୦ କିଲୋମିଟରରୁ କମ୍‌ ଦୂରରେ ଚାଇନା ଏହାର ଅତ୍ୟାଧୁନିକ ଜେ-୨୦ ଲଢ଼ୁଆ ବିମାନ ମୁତୟନ କରିଛି। ତିବ୍ବତର ଦ୍ୱିତୀୟ ବୃହତ୍‌ ସହର ଶିଗାତ୍‌ସେରେ ସାମରିକ ଏବଂ ବେସାମରିକ ବ୍ୟବହାର ପାଇଁ ଥିବା ଏୟାରପୋର୍ଟରେ ଚାଇନା ବାୟୁସେନାର ୬ଟି ଜେ-୨୦ ଯୁଦ୍ଧବିମାନ ରଖାଯାଇଥିବା ସାଟେଲାଇଟ୍‌ ଫଟୋରୁ ଦେଖିବାକୁ ମିଳିଛି। ସମୁଦ୍ର ପତ୍ତନଠାରୁ ୧୨,୪୦୮ ଫୁଟ୍‌ ଉଚ୍ଚତାରେ ଅବସ୍ଥିତ ଏହି ଏୟାରପୋର୍ଟ ବିଶ୍ୱର ସର୍ବୋଚ୍ଚ ଏୟାରପୋର୍ଟ ଭାବେ ପରିଚିତ। ସେଠାରେ ଚାଇନା ସେନାର କେଜି-୫୦୦ […] The post ସୁଧୁରୁନି ଚାଇନା, ପୁଣି କଲା ଏମିତି କାମ appeared first on Dharitri Odia News.

ସୁଧୁରୁନି ଚାଇନା, ପୁଣି କଲା ଏମିତି କାମ

ନୂଆଦିଲ୍ଲୀ/ବେଜିଂ,୩୧ା୫: ଭାରତର ସିକିମ୍‌ ସୀମାଠାରୁ ୧୫୦ କିଲୋମିଟରରୁ କମ୍‌ ଦୂରରେ ଚାଇନା ଏହାର ଅତ୍ୟାଧୁନିକ ଜେ-୨୦ ଲଢ଼ୁଆ ବିମାନ ମୁତୟନ କରିଛି। ତିବ୍ବତର ଦ୍ୱିତୀୟ ବୃହତ୍‌ ସହର ଶିଗାତ୍‌ସେରେ ସାମରିକ ଏବଂ ବେସାମରିକ ବ୍ୟବହାର ପାଇଁ ଥିବା ଏୟାରପୋର୍ଟରେ ଚାଇନା ବାୟୁସେନାର ୬ଟି ଜେ-୨୦ ଯୁଦ୍ଧବିମାନ ରଖାଯାଇଥିବା ସାଟେଲାଇଟ୍‌ ଫଟୋରୁ ଦେଖିବାକୁ ମିଳିଛି। ସମୁଦ୍ର ପତ୍ତନଠାରୁ ୧୨,୪୦୮ ଫୁଟ୍‌ ଉଚ୍ଚତାରେ ଅବସ୍ଥିତ ଏହି ଏୟାରପୋର୍ଟ ବିଶ୍ୱର ସର୍ବୋଚ୍ଚ ଏୟାରପୋର୍ଟ ଭାବେ ପରିଚିତ। ସେଠାରେ ଚାଇନା ସେନାର କେଜି-୫୦୦ ଏୟାରବର୍ନ ୟର୍ଲି ଓ୍ବାର୍ନିଂ ଆଣ୍ଡ୍‌ କଣ୍ଟ୍ରୋଲ ବିମାନ ମଧ୍ୟ ରହିଛି। ଜି-୨୦ ମୁତୟନ ସମ୍ପର୍କରେ ଭାରତୀୟ ବାୟୁସେନା ଅବଗତ ଥିଲେ ମଧ୍ୟ ଏହା ଉପରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛି।
ଜେ-୨୦ ଚାଇନାର ସବୁଠୁ ଅତ୍ୟାଧୁନିକ ଯୁଦ୍ଧବିମାନ ହୋଇଥିବାବେଳେ ଏହାର ମୁକାବିଲା ପାଇଁ ଭାରତ ଫ୍ରାନ୍ସରୁ କିଣିଥିବା ରାଫାଲ ଲଢ଼ୁଆ ବିମାନ ଉପରେ ନିର୍ଭର କରୁଛି। ଆମେରିକା ବାୟୁସେନା ସହ ଯୁଦ୍ଧାଭ୍ୟାସ ପାଇଁ ସେଥିରୁ ୮ଟି ବିମାନକୁ ଆଲାସ୍କା ନିଆଯାଇଛି। ପଶ୍ଚିମବଙ୍ଗର ହସିମାରାଠାରେ ଭାରତ ୧୬ଟି ରାଫାଲ ଯୁଦ୍ଧବିମାନ ରଖିଛି, ଯାହା ଶିଗାତ୍‌ସେଠାରୁ ୨୯୦ କିଲୋମିଟର ଦୂରରେ ଅବସ୍ଥିତ। ଚେଙ୍ଗଡୁ ଜେ-୨୦ ବା ମାଇଟି ଡ୍ରାଗନ୍‌ ହେଉଛି ଦୁଇ ଇଞ୍ଜିନ ବିଶିଷ୍ଟ ଯୁଦ୍ଧବିମାନ, ଯାହା ୨୦୧୭ରେ ଚାଇନା ବାୟୁସେନାରେ ସାମିଲ ହୋଇଥିଲା। ବେଜିଂ ପ୍ରାୟ ୨୫୦ ଲଢ଼ୁଆ ବିମାନ ମୁତୟନ କରିଥିବା କେତେକ ରିପୋର୍ଟରେ ପ୍ରକାଶ ପାଇଛି, ଯାହାକୁ ରାଡାରରେ ଧରିବା କଷ୍ଟକର।

The post ସୁଧୁରୁନି ଚାଇନା, ପୁଣି କଲା ଏମିତି କାମ appeared first on Dharitri Odia News.