ସୁଧୁରୁନି ପାକିସ୍ତାନ: ପୁଣି ଅସ୍ତ୍ରବିରତି କଲା ଉଲ୍ଲଂଘନ, ଭାରତ ମୁହଁତୋଡ ଜବାବ
ଶ୍ରୀନଗର,୨୮।୪: ପହଲଗାମ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିଯାଇଛି। କିନ୍ତୁ ଏହି ପରିସ୍ଥିତିରେ ମଧ୍ୟ ପାକିସ୍ତାନ ସୁଧୁରିବାର ନାଁ ଧରୁନି। ସେ ଲଗାତାର ଚତୁର୍ଥ ଦିନ ପାଇଁ ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି। ପୁଞ୍ଚ ଏବଂ କୁପାୱାଡ଼ାରେ ପାକିସ୍ତାନୀ ସେନା ପୋଷ୍ଟରୁ ଗୁଳିବର୍ଷଣ କରାଯାଇଛି। ଭାରତୀୟ ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ପାକିସ୍ତାନକୁ ଉଚିତ ଜବାବ ଦେଇଛି। ରବିବାର ବିଳମ୍ବିତ ରାତିରେ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ପହଲଗାମ ଆକ୍ରମଣରେ ୨୬ […] The post ସୁଧୁରୁନି ପାକିସ୍ତାନ: ପୁଣି ଅସ୍ତ୍ରବିରତି କଲା ଉଲ୍ଲଂଘନ, ଭାରତ ମୁହଁତୋଡ ଜବାବ appeared first on Dharitri Odia News.
ଶ୍ରୀନଗର,୨୮।୪: ପହଲଗାମ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିଯାଇଛି। କିନ୍ତୁ ଏହି ପରିସ୍ଥିତିରେ ମଧ୍ୟ ପାକିସ୍ତାନ ସୁଧୁରିବାର ନାଁ ଧରୁନି। ସେ ଲଗାତାର ଚତୁର୍ଥ ଦିନ ପାଇଁ ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି। ପୁଞ୍ଚ ଏବଂ କୁପାୱାଡ଼ାରେ ପାକିସ୍ତାନୀ ସେନା ପୋଷ୍ଟରୁ ଗୁଳିବର୍ଷଣ କରାଯାଇଛି। ଭାରତୀୟ ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ପାକିସ୍ତାନକୁ ଉଚିତ ଜବାବ ଦେଇଛି। ରବିବାର ବିଳମ୍ବିତ ରାତିରେ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା।
ପହଲଗାମ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ଭାରତୀୟ ସେନା କାର୍ଯ୍ୟରେ ଲାଗିଛି। ଭାରତ ଜମ୍ମୁ ଏବଂ କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ଅନେକ କଠୋର ପଦକ୍ଷେପ ନେଇଛି। ଉରିରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ, ତଥାପି ପାକିସ୍ତାନ ସୁଧୁରୁନାହିଁ। ପାକିସ୍ତାନୀ ସେନା ପୁଞ୍ଚ ଏବଂ କୁପୱାଡା ଜିଲାରେ ନିୟନ୍ତ୍ରଣ ରେଖା ପାର କରି ବିନା ପ୍ରରୋଚନାରେ ଗୁଳିଚାଳନା ଆରମ୍ଭ କରିଦେଇଛି।
୨୬ ଏବଂ ୨୭ ଏପ୍ରିଲ ରାତିରେ ପାକିସ୍ତାନ ଟୁଟମାରି ଗଲି ଏବଂ ରାମପୁର ସେକ୍ଟରରେ ନିୟନ୍ତ୍ରଣ ରେଖା ନିକଟରେ ଗୁଳି ଚଳାଇଥିଲା। ସେତେବେଳେ ମଧ୍ୟ ଭାରତୀୟ ସେନା ଏହାର ଉଚିତ ଜବାବ ଦେଇଥିଲା। ପହଲଗାମ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ ଅନେକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଲା। ଏହାର ପାକିସ୍ତାନ ଉପରେ ବହୁତ ପ୍ରଭାବ ପଡ଼ିଛି। ଅଟାରୀ-ୱାଘା ସୀମାକୁ ବନ୍ଦ କରିଦିଆଯାଇଛି। ପାକିସ୍ତାନୀ ନାଗରିକଙ୍କ ପାଇଁ ଭିଜା ମଧ୍ୟ ନିଷେଧ କରାଯାଇଛି।
ଭାରତୀୟ ସେନା ଜମ୍ମୁ-କଶ୍ମୀରରେ ଅନେକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସେନା ପକ୍ଷରୁ ପହଲଗାମ ଆତଙ୍କବାଦୀ ଆକ୍ରମଣର ସନ୍ଦିଗ୍ଧ ଆଦିଲ ଗୁରିର ଘରକୁ ବିସ୍ଫୋରଣ କରି ଉଡ଼ାଇ ଦିଆଯାଇଥିଲା। ଆଦିଲ ଗୁରି ୨୦୧୮ରେ ପାକିସ୍ତାନ ଯାଇଥିଲେ। ସେ ପାକିସ୍ତାନରେ ଆତଙ୍କବାଦ ତାଲିମ ନେଇଥିଲେ। ଜମ୍ମୁ କାଶ୍ମୀର ପ୍ରଶାସନ ଆତଙ୍କବାଦୀ ଆସିଫ ଶେଖଙ୍କ ଘରକୁ ବୁଲଡୋଜର କରି ଧ୍ୱଂସ କରିଦେଇଛି।
The post ସୁଧୁରୁନି ପାକିସ୍ତାନ: ପୁଣି ଅସ୍ତ୍ରବିରତି କଲା ଉଲ୍ଲଂଘନ, ଭାରତ ମୁହଁତୋଡ ଜବାବ appeared first on Dharitri Odia News.