ସୁଧୁରୁନି ସମସ୍ୟା: ପୁଣି ଖଟିଆରେ ବୁହାହୋଇ ଆସିଲେ ରୋଗୀ
ନୂଆପଡ଼ା,୨୭।୧୦ (ମକାରୁ ବେମାଲ): ଗାଁକୁ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ। ଫଳରେ ରୋଗୀଙ୍କୁ ୨କି.ମି. ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ଅଣାଯାଇଥିଲା। ନୂଆପଡ଼ା ଜିଲା ବୋଡେନ ବ୍ଲକର ଉପାନ୍ତ ଦୁର୍ଗମ ଅଞ୍ଚଳ ନାଗପଡ଼ା ପଞ୍ଚାୟତ ସିର୍ଲି ଗାଁରେ ରବିବାର ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସିର୍ଲି ଗାଁର ବୃଦ୍ଧା ବୁଟଲିି ମାଝି(୭୦) କୌଣସି ରୋଗରେ ପୀଡ଼ିତ ହୋଇ ଖଟିଆରେ ପଡ଼ି ରହିଥିଲେ। ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ପାଇଁ ପରିବାର ଲୋକ ୧୦୮ ଆମ୍ବୁଲାନ୍ସକୁ ଖବର […] The post ସୁଧୁରୁନି ସମସ୍ୟା: ପୁଣି ଖଟିଆରେ ବୁହାହୋଇ ଆସିଲେ ରୋଗୀ appeared first on Dharitri Odia News.
ନୂଆପଡ଼ା,୨୭।୧୦ (ମକାରୁ ବେମାଲ): ଗାଁକୁ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ। ଫଳରେ ରୋଗୀଙ୍କୁ ୨କି.ମି. ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ଅଣାଯାଇଥିଲା। ନୂଆପଡ଼ା ଜିଲା ବୋଡେନ ବ୍ଲକର ଉପାନ୍ତ ଦୁର୍ଗମ ଅଞ୍ଚଳ ନାଗପଡ଼ା ପଞ୍ଚାୟତ ସିର୍ଲି ଗାଁରେ ରବିବାର ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।
ସିର୍ଲି ଗାଁର ବୃଦ୍ଧା ବୁଟଲିି ମାଝି(୭୦) କୌଣସି ରୋଗରେ ପୀଡ଼ିତ ହୋଇ ଖଟିଆରେ ପଡ଼ି ରହିଥିଲେ। ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ପାଇଁ ପରିବାର ଲୋକ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଆମ୍ବୁଲାନ୍ସ ଆସିଥିଲେ ମଧ୍ୟ ଗାଁକୁ ଜଙ୍ଗଲ ଓ ଅଣଓସାରିଆ ରାସ୍ତା ଥିବାରୁ ୨କି.ମି. ଦୂରରେ ରହିଯାଇଥିଲା। ରୋଗୀଙ୍କୁ ଆମ୍ବୁଲାନ୍ସ କର୍ମଚାରୀ ଦୁଷ୍ମନ୍ତ ବେହେରା, କୃପାସିନ୍ଧୁ ହରିଜନ, ଭବାନୀଶଙ୍କର ଶବର ଓ ପରିବାର ଲୋକେ ଖଟିଆରେ ବୋହି ଆଣିଥିଲେ। ପରେ ଆମ୍ବୁଲାନ୍ସ ଯୋଗେ ନେଇ ବୋଡ଼େନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ସ୍ବାସ୍ଥ୍ୟ ପରୀକ୍ଷାରୁ ଜଣାପଡିଲା ଯେ, ବୁଟଲିିଙ୍କ ରକ୍ତଚାପ ଅଧିକ ବଢିଯାଇଛି। ଅଧିକ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବାରୁ ପରାମର୍ଶ ଦିଆଯାଇଥିଲା।
The post ସୁଧୁରୁନି ସମସ୍ୟା: ପୁଣି ଖଟିଆରେ ବୁହାହୋଇ ଆସିଲେ ରୋଗୀ appeared first on Dharitri Odia News.