ସୁନା ଅଳଙ୍କାରରେ ଝଲସିଲେ ଶ୍ରୀଜିଉ
କେନ୍ଦୁଝର,୧୭ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ବଡ଼ ଏକାଦଶୀ ତିଥିରେ କେନ୍ଦୁଝରର ଆରାଧ୍ୟଦେବ ଶ୍ରୀଶ୍ରୀ ବଳଦେବଜୀଉ, ଶ୍ରୀ ଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱର ସର୍ବୋଚ୍ଚ ରଥରେ ଶ୍ରୀଜିଉଙ୍କ ଅଲୌକିକ ସୁନାବେଶକୁ ହଜାର ହଜାର ଭକ୍ତ ଦର୍ଶନ କରିଛନ୍ତି। ପାଗ ଅନୁକୂଳ ଥିବାରୁ ହଜାର ହଜାର ସଂଖ୍ୟାରେ ଭକ୍ତ ଦୂରଦୂରାନ୍ତରୁ ଆସି ଶ୍ରୀଜିଉମାନଙ୍କୁ ସୁନାରେ ସୁସଜ୍ଜିତ ବେଶ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି। ଏହି ସୁନାବେଶକୁ ଶାନ୍ତିଶୃଙ୍ଖଳାର ସହ ଶେଷ ଏବଂ ଯାତ୍ରୀମାନଙ୍କ […] The post ସୁନା ଅଳଙ୍କାରରେ ଝଲସିଲେ ଶ୍ରୀଜିଉ appeared first on Dharitri Odia News.
କେନ୍ଦୁଝର,୧୭ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ବଡ଼ ଏକାଦଶୀ ତିଥିରେ କେନ୍ଦୁଝରର ଆରାଧ୍ୟଦେବ ଶ୍ରୀଶ୍ରୀ ବଳଦେବଜୀଉ, ଶ୍ରୀ ଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱର ସର୍ବୋଚ୍ଚ ରଥରେ ଶ୍ରୀଜିଉଙ୍କ ଅଲୌକିକ ସୁନାବେଶକୁ ହଜାର ହଜାର ଭକ୍ତ ଦର୍ଶନ କରିଛନ୍ତି। ପାଗ ଅନୁକୂଳ ଥିବାରୁ ହଜାର ହଜାର ସଂଖ୍ୟାରେ ଭକ୍ତ ଦୂରଦୂରାନ୍ତରୁ ଆସି ଶ୍ରୀଜିଉମାନଙ୍କୁ ସୁନାରେ ସୁସଜ୍ଜିତ ବେଶ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି। ଏହି ସୁନାବେଶକୁ ଶାନ୍ତିଶୃଙ୍ଖଳାର ସହ ଶେଷ ଏବଂ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଜିଲା ପୋଲିସ ଏବଂ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ମଧ୍ୟାହ୍ନରୁ ଟ୍ରାଫିକ ବ୍ୟବସ୍ଥା ସୁଦୃଢ଼ କରାଯାଇଛି।
ସେହିପରି ମଧ୍ୟାହ୍ନରେ ଶ୍ରୀଜିଉଙ୍କୁ ସୁନାବେଶ କରିବା ପାଇଁ ଭକ୍ତମାନଙ୍କ ଦର୍ଶନ ବନ୍ଦ ରଖାଯାଇ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସୁନାବେଶ କରାଯାଇ ଅପରାହ୍ନରୁ ଭକ୍ତମାନଙ୍କର ଦର୍ଶନ ପାଇଁ ଖୋଲାଯାଇଥିଲା। ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତଙ୍କ ଦର୍ଶନ ପାଇଁ ପ୍ରଶାସନ ବ୍ୟବସ୍ଥା କରିଥିଲେ। ସୁରକ୍ଷା ଦୃଷ୍ଟିକୋଣରୁ ରଥ ଉପରକୁ ଯାଇ ଭକ୍ତଙ୍କ ଦର୍ଶନ କରିବା ଉପରେ ବାରଣ କରାଯାଇଥିଲା। ସେହିପରି ସୁରକ୍ଷା ଦୃଷ୍ଟି କୋଣରୁ ଏବଂ ଭକ୍ତମାନଙ୍କ ସୁରକ୍ଷିତ ଦର୍ଶନ ପାଇଁ ରଥ ଚାରିପଟେ ବାରିକେଡ ବ୍ୟବସ୍ଥା କରାଯାଇ ଦୂରରୁ କର୍ଡନ ବାହାରେ ଦର୍ଶନ ପାଇଁ ସୁଯୋଗ ଦିଆଯାଇଥିଲା। ସେହିପରି ରଥ ଚାରିପାଖରେ ସଶସ୍ତ୍ର ପୋଲିସ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଥିଲା।
The post ସୁନା ଅଳଙ୍କାରରେ ଝଲସିଲେ ଶ୍ରୀଜିଉ appeared first on Dharitri Odia News.