ସୁନା ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସୁନା ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଲେ କେନ୍ଦ୍ର ସରକାର। ଫ୍ରି ଟ୍ରେଡ୍ ଏଗ୍ରୀମେଣ୍ଟ ସହଯୋଗୀ ଦେଶ ୟୁନାଇଟେଡ୍ ଆରବ ଏମିରାଟ୍ସକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଦେଶରୁ ସୁନା ଅଳଂକାର ସମେତ ଅନ୍ୟ ସାମଗ୍ରୀ ଆମଦାନୀରେ ମଙ୍ଗଳବାର ପ୍ରତିବନ୍ଧକ ଲଗାଯାଇଛି। ସୁନା ଆମଦାନୀରେ ଅହେତୁକ ବୃଦ୍ଧି ଯୋଗୁ ଏହି ପ୍ରତିବନ୍ଧକ ଲଗାଯାଇଛି। ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ(ଡିଜିଏଫ୍‌ଟି) ପକ୍ଷରୁ ବିବୃତ୍ତି ଜାରି କରାଯାଇଛି। ଏଥିରେ କୁହାଯାଇଛି ସୁନା ଅଳଙ୍କାର, ମୋତି,ହୀରା, ଓ ମୂଲ୍ୟବାନ ପଥର ଖଚିତ ସୁନା ଏବଂ ଏହାର ଅନ୍ୟାନ୍ୟ ସାମଗ୍ରୀ ଆମଦାନୀ ଫ୍ରି କ୍ୟାଟେଗୋରୀରୁ ପ୍ରତିବନ୍ଧକ କ୍ୟାଟେଗୋରିରେ ରଖାଗଲା।ସୁନା ଆମଦାନୀ ମଧ୍ୟରେ ଅଳଙ୍କାର ସାମଗ୍ରୀ ଆମଦାନୀ ୩୦ ଗୁଣା ବଢ଼ିଛି। ବର୍ଷକ ତଳେ ୫୧.୫୧ ମିଲିଅଲ ଡଲାର ସୁନା ସାମଗ୍ରୀ ଆମଦାନୀ ହୋଇଥିବା ବେଳେ ୨୦୨୪ରେ ଏହା ୩୦ ଗୁଣା ବଢ଼ି ୧.୫୫ ବିଲିଅନ ଡଲାର ହୋଇଛି। ଇଣ୍ଡୋନେସିଆ(୩୪୧.୯ ମିଲିଅନ), ତାଞ୍ଜାନିଆ(୧୦୭.୨ ମିଲିଅନ) ଏବଂ ଥାଇଲାଣ୍ଡ(୩୫.୯ ମିଲିଅନ)ରୁ ଅଧିକ ସୁନା ଅଳଙ୍କାର ସାମଗ୍ରୀ ଆମଦାନୀ ଅଧିକ କରାଯାଇଛି।ପ୍ରତିବନ୍ଧକ ଲାଗିଥିବା ଅନ୍ୟ ୪ ସାମଗ୍ରୀ- ମୋତି ଖଚିତ ସୁନା, ହୀର ଖଚିତ ସୁନା, ଅନ୍ୟ ମୂଲ୍ୟବାନ ଓ ସେମି ମୂଲ୍ୟବାନ ଖଚିତ ସୁନା ଅଳଙ୍କାର ୨୦୨୪ରେ ମୋଟ ଆମଦାନୀ ୫୪୩.୪ ମିଲିଅନ ଡଲାର ହୋଇଛି। ବାଣିଜ୍ୟ ବିଭାଗ ୱେବ୍‌ସାଇଟ୍‌ରେ ୨୦୨୩ରେ ଡାଟା ଉପଲବ୍ଧ ନାହିଁ।

ସୁନା ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସୁନା ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଲେ କେନ୍ଦ୍ର ସରକାର। ଫ୍ରି ଟ୍ରେଡ୍ ଏଗ୍ରୀମେଣ୍ଟ ସହଯୋଗୀ ଦେଶ ୟୁନାଇଟେଡ୍ ଆରବ ଏମିରାଟ୍ସକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଦେଶରୁ ସୁନା ଅଳଂକାର ସମେତ ଅନ୍ୟ ସାମଗ୍ରୀ ଆମଦାନୀରେ ମଙ୍ଗଳବାର ପ୍ରତିବନ୍ଧକ ଲଗାଯାଇଛି। ସୁନା ଆମଦାନୀରେ ଅହେତୁକ ବୃଦ୍ଧି ଯୋଗୁ ଏହି ପ୍ରତିବନ୍ଧକ ଲଗାଯାଇଛି। 

ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ(ଡିଜିଏଫ୍‌ଟି) ପକ୍ଷରୁ ବିବୃତ୍ତି ଜାରି କରାଯାଇଛି। ଏଥିରେ କୁହାଯାଇଛି ସୁନା ଅଳଙ୍କାର, ମୋତି,ହୀରା, ଓ ମୂଲ୍ୟବାନ ପଥର ଖଚିତ ସୁନା ଏବଂ ଏହାର ଅନ୍ୟାନ୍ୟ ସାମଗ୍ରୀ ଆମଦାନୀ ଫ୍ରି କ୍ୟାଟେଗୋରୀରୁ ପ୍ରତିବନ୍ଧକ କ୍ୟାଟେଗୋରିରେ ରଖାଗଲା।
ସୁନା ଆମଦାନୀ ମଧ୍ୟରେ ଅଳଙ୍କାର ସାମଗ୍ରୀ ଆମଦାନୀ ୩୦ ଗୁଣା ବଢ଼ିଛି। ବର୍ଷକ ତଳେ ୫୧.୫୧ ମିଲିଅଲ ଡଲାର ସୁନା ସାମଗ୍ରୀ ଆମଦାନୀ ହୋଇଥିବା ବେଳେ ୨୦୨୪ରେ ଏହା ୩୦ ଗୁଣା ବଢ଼ି ୧.୫୫ ବିଲିଅନ ଡଲାର ହୋଇଛି। ଇଣ୍ଡୋନେସିଆ(୩୪୧.୯ ମିଲିଅନ), ତାଞ୍ଜାନିଆ(୧୦୭.୨ ମିଲିଅନ) ଏବଂ ଥାଇଲାଣ୍ଡ(୩୫.୯ ମିଲିଅନ)ରୁ ଅଧିକ ସୁନା ଅଳଙ୍କାର ସାମଗ୍ରୀ ଆମଦାନୀ ଅଧିକ କରାଯାଇଛି।

ପ୍ରତିବନ୍ଧକ ଲାଗିଥିବା ଅନ୍ୟ ୪ ସାମଗ୍ରୀ- ମୋତି ଖଚିତ ସୁନା, ହୀର ଖଚିତ ସୁନା, ଅନ୍ୟ ମୂଲ୍ୟବାନ ଓ ସେମି ମୂଲ୍ୟବାନ ଖଚିତ ସୁନା ଅଳଙ୍କାର ୨୦୨୪ରେ ମୋଟ ଆମଦାନୀ ୫୪୩.୪ ମିଲିଅନ ଡଲାର ହୋଇଛି। ବାଣିଜ୍ୟ ବିଭାଗ ୱେବ୍‌ସାଇଟ୍‌ରେ ୨୦୨୩ରେ ଡାଟା ଉପଲବ୍ଧ ନାହିଁ। 

ହୀରା ଖଚିତ ସୁନା ଅଳଙ୍କାର ମୋଟ ଆମଦାନୀ ୪୭୮.୪ ମିଲିଅନରୁ ଆମେରିକାରୁ ସର୍ବାଧିକ ୧୭୦.୪ ମିଲିଅନ ଆମଦାନୀ ହୋଇଛି। ଏହାପଛକୁ ୟୁନାଇଟେଡ୍ ଆରବ ଏମିରାଟ୍ସରୁ ୧୩୯.୩ ମିଲିଅନ ଡଲାର ଆମାଦାନୀ କରାଯାଇଛି। ଅହେତୁକ ଆମଦାନୀ ପରିଲଖିତ ହେବା ପରେ ଏହା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏବଂ କାହିଁକି ଆମଦାନୀ ଏତେ ବଢ଼ିଲା ତାର ସମୀକ୍ଷା କରାଯିଭ ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। 

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହିସବୁ ସାମଗ୍ରୀ ଆମଦାନୀକୁ ସମ୍ପୂର୍ଣ୍ଣ ବ୍ୟାନ କରାଯାଇ ନାହିଁ। ବରଂ ଆମଦାନୀକୁ ଅଧିକ ତଦନ୍ତ ସାପେକ୍ଷା କରାଯିବ। ଅଧିକ ତଦାରଖ କରି ଆମଦାନୀକୁ ଅନୁମତି ଦିଆଯିବ। ତେବେ ୟୁଏଇରୁ ଆମଦାନୀ ହେଉଥିବା ସୁନା ଅଳଙ୍କାର ଉପରେ ପ୍ରତିବନ୍ଧକ ଲଗାଯିବ ନାହିଁ। କାରଣ ଏହି ଦେଶ ସହିତ ଭାରତ ୨୦୨୨ ମେ ଠାରୁ ଫ୍ରି ଟ୍ରେଡ୍ ଏଗ୍ରୀମେଣ୍ଟରେ ଚୁକ୍ତିବଦ୍ଧ ବୋଲି ସରକାର କହିଛନ୍ତି।