ସୁନା କିଣୁଥିଲେ ସାବଧାନ୍.. ଓଜନ ମାପରେ ଠକୁଛନ୍ତି ଦୋକାନୀ
ଭୁବନେଶ୍ୱର ୧୯।୦୨: ସୁନା କିଣୁଥିଲେ ସାବଧାନ। ଓଜନ ମାପରେ ଠକୁଛନ୍ତି ଦୋକାନୀ। ଗତ ୫ ବର୍ଷ ରେ ୩୬ ଜଣ ବ୍ୟବସାୟୀ ଓଜନ ମାପ ଠକେଇରେ ଧରା ପଡ଼ିଛନ୍ତି। ୪ ଲକ୍ଷ ୯୭ ହଜାର ୫୦୦ ଟଙ୍କାର ଜରିମାନା ଆଦାୟ ହୋଇଛି। ସେହିପରି ୮ ଜଣ ବଡ଼ ବ୍ୟବସାୟୀ ନକଲି ହଲମାର୍କରେ ସୁନା ବିକ୍ରି କରୁଥିବା ଅଭିଯୋଗରେ ଧରାପଡିବା ପରେ ୭ ଜଣ ଙ୍କ ଲାଇସେନ୍ସ ବାତିଲ ଓ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି। ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।