ସୁନା ଗହଣା ଲୁଟ୍ ନେଇ ଥାନାରେ ହୋଇଥିଲା ଅଭିଯୋଗ : ହେଲେ ଘରେ ଥିଲା ଚୋର

କନକ ବ୍ୟୁରୋ : ଆପଣ ରାଜଧାନୀରେ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଚାକରାଣୀ ରଖୁଛନ୍ତି କି ? ଯଦି ଚାକରାଣୀ ରଖୁଛନ୍ତି ତାହେଲେ ଏବେଠୁ ଟିକେ ସାବଧାନ ହୋଇଯାନ୍ତୁ । କାରଣ କେତବେଳେ ବି ଆପଣଙ୍କୁ ଚୁନା ଲଗାଇଦେଇ ଛୁ ମାରିପାରେ ଏହି ଚାକରାଣୀ । ଏଭଳି ଏକ ଘଟଣା ରାଜଧାନୀ ଉପକଣ୍ଠ ପାହାଳ ଥାନା ଅଞ୍ଚଳରେ ଘଟିଛି । ଅଭିଯୋଗ ମୁତାବକ ଗତ ଡିସେମ୍ବର ୧ ତାରିଖରେ ଦେବିଶ୍ରୀ ଦାସ ନାମ୍ନୀ ଜଣେ ମହିଳାଙ୍କ ସର୍ବସ୍ବ ସୁନା ଗହଣା ଚୋରି ହୋଇଥିବା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପାହାଳ ଥାନା ପୋଲିସ ସ୍ପେଶାଲ ସ୍କ୍ବାଡ଼ ସାହାଯୋଗରେ ଆରମ୍ଭ କରିଥିଲା ବିଭିନ୍ନ ସ୍ଥାନରେ ଚଢ଼ାଉ । ପୋଲିସ ବାହାରେ ଧରପଗଡ଼ କରୁଥିଲା ସିନା କିନ୍ତୁ ଘରେ ଥିଲା ଚୋର । ଚାକରଣୀ ହିଁ ଲୁଟି ନେଇଥିଲା ସବୁକିଛି । ତଦନ୍ତ ସମୟରେ ସ୍ପେଶାଲ ସ୍କ୍ବାଡ଼ ଏ ନେଇ ସୁରାକ ପାଇବା ପରେ ମୋଟ ୧୩୦ ଗ୍ରାମର ସୁନା ଅଳଙ୍କାର ଓ ଦୁଇଟି ହୀରା ମୁଦି ଜବତ କରିଛି । ଚାକରାଣୀ ପୁଷ୍ପା ବେହେରାଙ୍କୁ ଗିରଫ କରାଯାଇଛି । ପୁଷ୍ପାଙ୍କ ଘର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ହୋଇଥିବା ବେଳେ ସେ ଲିଙ୍ଗରାଜ ଥାନା ଅଧିନ ଭୀମଟାଙ୍ଗିରେ ଭଡାଘରେ ରହୁଥିଲେ । ଚୋରି ସାମଗ୍ରୀ ମଧ୍ୟରେ ରହିଛି ହୀରା ମୁଦି ୨ ହଳ କାନଫୁଲ, ୫ଟି ସୁନା ଚେନ, ଲକେଟ ଓ ସୁନା ଚୁଡି । ଅଭିଯୁକ୍ତ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।

ସୁନା ଗହଣା ଲୁଟ୍ ନେଇ ଥାନାରେ ହୋଇଥିଲା ଅଭିଯୋଗ : ହେଲେ ଘରେ ଥିଲା ଚୋର

କନକ ବ୍ୟୁରୋ : ଆପଣ ରାଜଧାନୀରେ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଚାକରାଣୀ ରଖୁଛନ୍ତି କି ? ଯଦି ଚାକରାଣୀ ରଖୁଛନ୍ତି ତାହେଲେ ଏବେଠୁ ଟିକେ ସାବଧାନ ହୋଇଯାନ୍ତୁ । କାରଣ କେତବେଳେ ବି ଆପଣଙ୍କୁ ଚୁନା ଲଗାଇଦେଇ ଛୁ ମାରିପାରେ ଏହି ଚାକରାଣୀ । ଏଭଳି ଏକ ଘଟଣା ରାଜଧାନୀ ଉପକଣ୍ଠ ପାହାଳ ଥାନା ଅଞ୍ଚଳରେ ଘଟିଛି । ଅଭିଯୋଗ ମୁତାବକ ଗତ ଡିସେମ୍ବର ୧ ତାରିଖରେ ଦେବିଶ୍ରୀ ଦାସ ନାମ୍ନୀ ଜଣେ ମହିଳାଙ୍କ ସର୍ବସ୍ବ ସୁନା ଗହଣା ଚୋରି ହୋଇଥିବା ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ପାଇବା ପରେ ପାହାଳ ଥାନା ପୋଲିସ ସ୍ପେଶାଲ ସ୍କ୍ବାଡ଼ ସାହାଯୋଗରେ ଆରମ୍ଭ କରିଥିଲା ବିଭିନ୍ନ ସ୍ଥାନରେ ଚଢ଼ାଉ । ପୋଲିସ ବାହାରେ ଧରପଗଡ଼ କରୁଥିଲା ସିନା କିନ୍ତୁ ଘରେ ଥିଲା ଚୋର । ଚାକରଣୀ ହିଁ ଲୁଟି ନେଇଥିଲା ସବୁକିଛି । ତଦନ୍ତ ସମୟରେ ସ୍ପେଶାଲ ସ୍କ୍ବାଡ଼ ଏ ନେଇ ସୁରାକ ପାଇବା ପରେ ମୋଟ ୧୩୦ ଗ୍ରାମର ସୁନା ଅଳଙ୍କାର ଓ ଦୁଇଟି ହୀରା ମୁଦି ଜବତ କରିଛି । ଚାକରାଣୀ ପୁଷ୍ପା ବେହେରାଙ୍କୁ ଗିରଫ କରାଯାଇଛି । ପୁଷ୍ପାଙ୍କ ଘର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ହୋଇଥିବା ବେଳେ ସେ ଲିଙ୍ଗରାଜ ଥାନା ଅଧିନ ଭୀମଟାଙ୍ଗିରେ ଭଡାଘରେ ରହୁଥିଲେ । ଚୋରି ସାମଗ୍ରୀ ମଧ୍ୟରେ ରହିଛି ହୀରା ମୁଦି ୨ ହଳ କାନଫୁଲ, ୫ଟି ସୁନା ଚେନ, ଲକେଟ ଓ ସୁନା ଚୁଡି । ଅଭିଯୁକ୍ତ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।