ସୁନା-ଚାନ୍ଦିର ଗୁପ୍ଚୁପ୍, ଖଟା ମିଠା ପାଣି ବଦଳରେ ଦିଆହୁଏ ଏହି ଜିନିଷ
ନୂଆଦିଲ୍ଲୀ ୧୫/୦୪: ପାନିପୁରୀ ବା ଗୁପ୍ଚୁପ୍ । ନାଁ ଶୁମିଲେ ପାଟିରୁ ବୋହିଆସେ ଲାଳ । ପିଲାଠୁ ବୁଢା ସଭିଁଙ୍କର ପ୍ରଥମ ପସନ୍ଦ । ବିବାହ ହେଉ ବା ଭୋଜା ଭାତ ସବୁଠି ଏହାକର ଡିମାଣ୍ଡ । ଏମିତିକି ରାସ୍ତା କଡ ଦୋକାନରେ ବି ଲୋକଟିଏ ଦେଖିଲେ ଗଢିଏ ଅଟକିଯାଏ । ଖଟା ମିଠା ପାଣି ଆଉ ଚଟଣୀ ସହ ଏହାକୁ ଖାଇବାକୁ ମଜ୍ଜା ଲାଗେ । View this post on InstagramA post shared by Khushbu Parmar | Manan | CTT (@cherishing_the_taste_)କିନ୍ତୁ ଗୁଜୁରାଟ ଅହମଦାବାଦରେ ବହୁତ ନିଆରା ଗୁପ୍ଚୁପ୍ ଦେଖିବାକୁ ମିଳିଛି । ଯେଉଁଥିରେ ସୁନା ଓ ଚାନ୍ଦିର କୋଟିଂ ଦିଆଯାଏ । ଏହାସହ ଏଥିରେ ଡ୍ରାଏଫ୍ଟୁଟ୍ସ ଏବଂ ଥଣ୍ଡାଇ ବି ଦିଆଯାଏ । କାରଣ ଏହି ଗୁପ୍ଚୁପ୍ ଅନ୍ୟ ସବୁ ଗୁପ୍ଚୁପ୍ ଠାରୁ ବହୁତ ଭିନ୍ନ । ସୋସିଆଲ ମିଡିଆରେ ଏହାର ଭିଡ୍ଓ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଲୋକେ ଏହି ଭିଡିଓରେ କମେଣ୍ଟ ବି ପୋଷ୍ଟ କରୁଛନ୍ତି । କିଛି ଲୋକ ଏହାକୁ ଭଲ କହୁଥିବାବେଳେ ଆଉ କିଛି କହୁଛନ୍ତି ଏହା ସଂପୂର୍ଣ୍ଣ ଭୁଲ୍ । ଭିଡିଓକୁ ଜଣେ ଇନଷ୍ଟାଗ୍ରାମ ହୋଲଡର Chershining_the_taste ନାମକ ଆକାଉଣ୍ଟ ସେୟାର କରିଛନ୍ତି । ତେବେ କିଛି ଲୋକ ଭିଡିଓରେ କ୍ରିଏଟିଭିଟିକୁ ଖୁବ୍ ତାରିଫ୍ କରିଛନ୍ତି । ଆଉ କେହି କହୁଛନ୍ତି ମନ ପସନ୍ଦର ଜିନିଷକୁ ଏମିତି କରିବା ଠିକ୍ ନୁହେଁ । ଭିଡିଓରେ କ୍ୟାପସନରେ ଲେଖାଯାଇଛି ସୁନା ଓ ଚାନ୍ଦିର ଗୁପ୍ଚୁପ୍ । ଏହା ଭ
ନୂଆଦିଲ୍ଲୀ ୧୫/୦୪: ପାନିପୁରୀ ବା ଗୁପ୍ଚୁପ୍ । ନାଁ ଶୁମିଲେ ପାଟିରୁ ବୋହିଆସେ ଲାଳ । ପିଲାଠୁ ବୁଢା ସଭିଁଙ୍କର ପ୍ରଥମ ପସନ୍ଦ । ବିବାହ ହେଉ ବା ଭୋଜା ଭାତ ସବୁଠି ଏହାକର ଡିମାଣ୍ଡ । ଏମିତିକି ରାସ୍ତା କଡ ଦୋକାନରେ ବି ଲୋକଟିଏ ଦେଖିଲେ ଗଢିଏ ଅଟକିଯାଏ । ଖଟା ମିଠା ପାଣି ଆଉ ଚଟଣୀ ସହ ଏହାକୁ ଖାଇବାକୁ ମଜ୍ଜା ଲାଗେ ।
କିନ୍ତୁ ଗୁଜୁରାଟ ଅହମଦାବାଦରେ ବହୁତ ନିଆରା ଗୁପ୍ଚୁପ୍ ଦେଖିବାକୁ ମିଳିଛି । ଯେଉଁଥିରେ ସୁନା ଓ ଚାନ୍ଦିର କୋଟିଂ ଦିଆଯାଏ । ଏହାସହ ଏଥିରେ ଡ୍ରାଏଫ୍ଟୁଟ୍ସ ଏବଂ ଥଣ୍ଡାଇ ବି ଦିଆଯାଏ । କାରଣ ଏହି ଗୁପ୍ଚୁପ୍ ଅନ୍ୟ ସବୁ ଗୁପ୍ଚୁପ୍ ଠାରୁ ବହୁତ ଭିନ୍ନ । ସୋସିଆଲ ମିଡିଆରେ ଏହାର ଭିଡ୍ଓ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଲୋକେ ଏହି ଭିଡିଓରେ କମେଣ୍ଟ ବି ପୋଷ୍ଟ କରୁଛନ୍ତି ।
କିଛି ଲୋକ ଏହାକୁ ଭଲ କହୁଥିବାବେଳେ ଆଉ କିଛି କହୁଛନ୍ତି ଏହା ସଂପୂର୍ଣ୍ଣ ଭୁଲ୍ । ଭିଡିଓକୁ ଜଣେ ଇନଷ୍ଟାଗ୍ରାମ ହୋଲଡର Chershining_the_taste ନାମକ ଆକାଉଣ୍ଟ ସେୟାର କରିଛନ୍ତି । ତେବେ କିଛି ଲୋକ ଭିଡିଓରେ କ୍ରିଏଟିଭିଟିକୁ ଖୁବ୍ ତାରିଫ୍ କରିଛନ୍ତି । ଆଉ କେହି କହୁଛନ୍ତି ମନ ପସନ୍ଦର ଜିନିଷକୁ ଏମିତି କରିବା ଠିକ୍ ନୁହେଁ । ଭିଡିଓରେ କ୍ୟାପସନରେ ଲେଖାଯାଇଛି ସୁନା ଓ ଚାନ୍ଦିର ଗୁପ୍ଚୁପ୍ । ଏହା ଭାରତର ପ୍ରଥମ ହାଇଜେନିକ୍ ଗୁପ୍ଚୁପ୍ ଅଟେ ।