ସୁନା ଚୋରା ଚାଲାଣ ମାମଲାରେ ରାନ୍ୟାଙ୍କ ଜାମିନ ଆବେଦନ ପୁଣି ଖାରଜ: ଏବେ ହାଇକୋର୍ଟ ଯିବେ

ନୂଆଦିଲ୍ଲୀ: ସୁନା ଚୋରା ଚାଲାଣ ମାମଲାରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିବା ରାନ୍ୟ ରାଓଙ୍କ ଜାମିନ ଆବେଦନ ପୁଣିଥରେ ଖାରଜ ହୋଇଛି। ଏକ ସେସନ କୋର୍ଟ ଗୁରୁବାର ତାଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ରାନ୍ୟଙ୍କର ଜାମିନ ଆବେଦନ ଖାରଜ ହୋଇ ସାରିଛି। ମାର୍ଚ୍ଚ ୧୪ ତାରିଖରେ ଅର୍ଥନୈତିକ ଅପରାଧର ଏକ ସ୍ୱତନ୍ତ୍ର କୋର୍ଟ ରାନ୍ୟାଙ୍କ ଜାମିନ ଖାରଜ କରିଥିଲେ। ନିମ୍ନ ଅଦାଲତରେ ଦୁଇଥର ଜାମିନ ଖାରଜ ହେବା ପରେ ଏବେ ରାଓଙ୍କ ଲିଗାଲ ଟିମ୍ ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ପ୍ରସ୍ତୁତ କରୁଛନ୍ତି ବୋଲି ସୂଚନା ମିଳିଛି। କୋର୍ଟ ତାଙ୍କ ଆଦେଶରେ ତାଙ୍କ ଜାମିନ ନାମଞ୍ଜୁର କରିବାର ଅନେକ କାରଣ ଉଲ୍ଲେଖ କରିଛନ୍ତି। ତଦନ୍ତକାରୀ ଅଧିକାରୀମାନେ କୋର୍ଟକୁ କହିଥିଲେ ଯେ ରାନ୍ୟାଙ୍କ ମାମଲାର ଅନ୍ତର୍ଜାତୀୟ ଲିଙ୍କ୍ ଅଛି। ତେଣୁ ଏହା ସୀମାପାର ପ୍ରଭାବ ନେଇ ଚିନ୍ତା ସୃଷ୍ଟି କରୁଛି ବୋଲି କୋର୍ଟ କହିଛନ୍ତି।  ରାନ୍ୟାଙ୍କର ବାରମ୍ବାର ବିଦେଶ ଯାତ୍ରା ସମୟରେ ସେ କଷ୍ଟମ୍ସ ବ୍ୟାଗେଜ୍ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ରହିଛି। ରେକର୍ଡ ଅନୁଯାୟୀ ସେ ମାତ୍ର ଗୋଟିଏ ବର୍ଷ ମଧ୍ୟରେ ୨୭ ଥର ବିଦେଶ ଯାତ୍ରା କରିଥିଲେ।ଏଭଳି ସ୍ଥିତିରେ ଯଦି ତାଙ୍କୁ ଜାମିନ୍ ଦିଆଯାଏ, ତେବେ ସେ ପ୍ରମାଣକୁ ହେରଫେର କରିପାରିବେ କିମ୍ବା ତଦନ୍ତକୁ ବାଟବଣା କରିପାରନ୍ତି ବୋଲି କର୍ତ୍ତୃପକ୍ଷ ଯୁକ୍ତି ଦେଇଥିଲେ। କେବଳ ସେତିକି ନୁହେଁ, ୨୮ ପ୍ରତିଶତ କଷ୍ଟମ

ସୁନା ଚୋରା ଚାଲାଣ ମାମଲାରେ ରାନ୍ୟାଙ୍କ ଜାମିନ ଆବେଦନ ପୁଣି ଖାରଜ: ଏବେ ହାଇକୋର୍ଟ ଯିବେ

ନୂଆଦିଲ୍ଲୀ: ସୁନା ଚୋରା ଚାଲାଣ ମାମଲାରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିବା ରାନ୍ୟ ରାଓଙ୍କ ଜାମିନ ଆବେଦନ ପୁଣିଥରେ ଖାରଜ ହୋଇଛି। ଏକ ସେସନ କୋର୍ଟ ଗୁରୁବାର ତାଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ରାନ୍ୟଙ୍କର ଜାମିନ ଆବେଦନ ଖାରଜ ହୋଇ ସାରିଛି। ମାର୍ଚ୍ଚ ୧୪ ତାରିଖରେ ଅର୍ଥନୈତିକ ଅପରାଧର ଏକ ସ୍ୱତନ୍ତ୍ର କୋର୍ଟ ରାନ୍ୟାଙ୍କ ଜାମିନ ଖାରଜ କରିଥିଲେ। ନିମ୍ନ ଅଦାଲତରେ ଦୁଇଥର ଜାମିନ ଖାରଜ ହେବା ପରେ ଏବେ ରାଓଙ୍କ ଲିଗାଲ ଟିମ୍ ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ପ୍ରସ୍ତୁତ କରୁଛନ୍ତି ବୋଲି ସୂଚନା ମିଳିଛି। 
କୋର୍ଟ ତାଙ୍କ ଆଦେଶରେ ତାଙ୍କ ଜାମିନ ନାମଞ୍ଜୁର କରିବାର ଅନେକ କାରଣ ଉଲ୍ଲେଖ କରିଛନ୍ତି। ତଦନ୍ତକାରୀ ଅଧିକାରୀମାନେ କୋର୍ଟକୁ କହିଥିଲେ ଯେ ରାନ୍ୟାଙ୍କ ମାମଲାର ଅନ୍ତର୍ଜାତୀୟ ଲିଙ୍କ୍ ଅଛି। ତେଣୁ ଏହା ସୀମାପାର ପ୍ରଭାବ ନେଇ ଚିନ୍ତା ସୃଷ୍ଟି କରୁଛି ବୋଲି କୋର୍ଟ କହିଛନ୍ତି।  ରାନ୍ୟାଙ୍କର ବାରମ୍ବାର ବିଦେଶ ଯାତ୍ରା ସମୟରେ ସେ କଷ୍ଟମ୍ସ ବ୍ୟାଗେଜ୍ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ରହିଛି। ରେକର୍ଡ ଅନୁଯାୟୀ ସେ ମାତ୍ର ଗୋଟିଏ ବର୍ଷ ମଧ୍ୟରେ ୨୭ ଥର ବିଦେଶ ଯାତ୍ରା କରିଥିଲେ।
ଏଭଳି ସ୍ଥିତିରେ ଯଦି ତାଙ୍କୁ ଜାମିନ୍ ଦିଆଯାଏ, ତେବେ ସେ ପ୍ରମାଣକୁ ହେରଫେର କରିପାରିବେ କିମ୍ବା ତଦନ୍ତକୁ ବାଟବଣା କରିପାରନ୍ତି ବୋଲି କର୍ତ୍ତୃପକ୍ଷ ଯୁକ୍ତି ଦେଇଥିଲେ। କେବଳ ସେତିକି ନୁହେଁ, ୨୮ ପ୍ରତିଶତ କଷ୍ଟମ୍ସ ଡ୍ୟୁଟି ଠକେଇରେ ସେ ସମ୍ପୃକ୍ତ ଥିଲେ, ଯାହାଦ୍ୱାରା ରାଜକୋଷକୁ ମୋଟ ୪,୮୩,୭୨,୬୯୪ ଟଙ୍କା କ୍ଷତି ହୋଇଥିଲା। କୋର୍ଟ ଏହି ଯୁକ୍ତିକୁ ମଧ୍ୟ ଧ୍ୟାନରେ ରଖି ଜାମିନ ଆବେଦନ ଖାରଜ କରିଛନ୍ତି। 

କୋର୍ଟ ଯୁକ୍ତି ଦର୍ଶାଇଥିଲେ ଯେ ଯଦି ତାଙ୍କୁ ମୁକ୍ତ କରାଯାଏ, ତେବେ ସେ ଦେଶ ଛାଡ଼ି ପଳାଇ ଯାଇପାରିବେ। ସାକ୍ଷୀମାନଙ୍କୁ ପ୍ରଭାବିତ କରିପାରନ୍ତି କିମ୍ବା ତଦନ୍ତରେ ବାଧା ସୃଷ୍ଟି କରିପାରନ୍ତି ବୋଲି କୋର୍ଟ କହିଛନ୍ତି। 

ରାନ୍ୟାଙ୍କ ସୁନା ଚୋରା ଚାଲାଣ 

ମାର୍ଚ୍ଚ ୩ରେ ରାନ୍ୟା ରାଓ ଦୁବାଇରୁ ବେଙ୍ଗାଲୁରୁ କେମ୍ପାଗୌଡ଼ା ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ପହଞ୍ଚିଥିଲେ। ଭିଆଇପି ପ୍ରୋଟୋକଲ୍ ଅଧିନରେ ଗ୍ରୀନ୍ ଚ୍ୟାନେଲ୍ ଦେଇ ବାହାରିବାକୁ ଉଦ୍ୟମ କରିଥିଲେ। ତେବେ ଏହି ସମୟରେ ମେଟାଲ୍ ଡିଟେକ୍ଟରରେ ଯାଞ୍ଚ ବେଳେ ରାନ୍ୟା ସୁନା ଚୋରେଇ ନେଇଯାଉଥିବା ଜଣାପଡିଥିଲା। ତାଙ୍କ ଅଣ୍ଟା ଓ ଗୋଡ଼ରେ ବ୍ୟାଣ୍ଡେଜ ଓ ଟିସୁ ସାହାଯ୍ୟରେ ଲୁଚାଇ ରଖିଥିବା ସୁନା ବିସ୍କୁଟ୍ ଧରାପଡ଼ିଥିଲା। ଏହାଛଡ଼ା ତାଙ୍କ ଜୋତା ଓ ଜ୍ୟାକେଟର ପକେଟ୍‌ରେ ବି ସୁନା ଖଣ୍ଡ ମିଳିଥିଲା। ତଦନ୍ତରେ ଜଣାପଡ଼ିଥିଲା ଯେ ଜବତ ସୁନା ୨୪ କ୍ୟାରେଟ୍‌ର ଥିଲା ଓ ଏହାର ଓଜନ ୧୪.୨ ଜେଜି ଥିଲା। ଏହି ସୁନାର ମୂଲ୍ୟ ପ୍ରାୟ ୧୨.୫୬ କୋଟି ଟଙ୍କା ବୋଲି ଆକଳନ କରାଯାଇଥିଲା। ରାନ୍ୟାଙ୍କ ବାପା ଜଣେ ପୁଲିସ ଅଧିକାରୀ ହୋଇଥିବାରୁ ତାଙ୍କୁ ଭିଆଇପି ରାସ୍ତା ଦେଇ ବାହାରକୁ ଛଡ଼ାଯାଇଥିଲା।