ସୁନା ଚୋରା ଚାଲାଣରେ ଗିରଫ ବ୍ୟକ୍ତିଙ୍କ ସହ ଥରୁରଙ୍କ ଅଛି କି ସମ୍ପର୍କ? ମୁହଁ ଖୋଲିଲେ କଂଗ୍ରେସ ନେତା
ନୂଆଦିଲ୍ଲୀ ୩୦/୦୫: ସୁନା ଚୋରା ଚାଲାଣ ମାମଲାରେ ଗିରଫ ବ୍ୟକ୍ତିଙ୍କୁ ନେଇ ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ଶଶି ଥରରୁ । ଗିରଫ ବ୍ୟକ୍ତି ନିଜକୁ ଥରୁରଙ୍କ ଆସିଷ୍ଟାଣ୍ଟ (ସହକାରୀ) ବୋଲି ଦାବି କରୁଥିବା ବେଳେ ଏହାକୁ ଥରୁର କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି । ଏଥିସହ ଯାଞ୍ଚ ପ୍ରକ୍ରିୟାରେ ତଦନ୍ତକାରୀ ସଂସ୍ଥାକୁ ପୂର୍ଣ୍ଣ ସହାୟତା କରିବେ ବୋଲି କହିଛନ୍ତି । ସାଂସଦ ଥରୁର ଏନେଇ ଏକ ସୋସିଆଲ ମିଡିଆରେ ପୋଷ୍ଟ କରି ପ୍ରତିକ୍ରିୟା ରଖିଛନ୍ତି । ମୁଁ ନିର୍ବାଚନୀ ପ୍ରଚାର ପାଇଁ ଧର୍ମଶାଳାରେ ଥିବାବେଳେ ମୋର ଜଣେ ପୂର୍ବତନ କର୍ମଚାରୀ ସୁନା ଚୋରା ଚୋଲାଣରେ ଗିରଫ ହୋଇଛନ୍ତି । ଯାହା ଶୁଣିବା ପରେ ମୋତେ ଆଶ୍ଚର୍ଯ୍ୟ ଲାଗିଥିଲା । କହିବାକୁ ଗଲେ ସେ ମୋର ବର୍ତ୍ତମାନ କର୍ମଚାରୀ ନୁହଁନ୍ତି। ଉକ୍ତ ବ୍ୟକ୍ତି ପୂର୍ବରୁ ବିମାନବନ୍ଦରରେ ସହାୟତା ପ୍ରଦାନକାରୀ ଭାବେ କାର୍ଯ୍ୟ କରୁଥିଲେ । ସେ ଆହୁରି କହିଛନ୍ତି, ଗିରଫ ଶିବ କୁମାର ଜଣେ ୭୨ ବର୍ଷୀୟ ଅବସରପ୍ରାପ୍ତ ବ୍ୟକ୍ତି। ତାଙ୍କର ଡାଏଲିସିସ୍ ଦରକାର ପଡୁଥିବାରୁ ସହାୟତା ଦୃଷ୍ଟିରୁ ତାଙ୍କୁ ପାର୍ଟ ଟାଇମ୍ ଆଧାରରେ ନିଯୁକ୍ତି ଦିଆଯାଇଥିଲା।ସୂଚନା ଥାଉକି, ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରୁ ସୁନା ଚୋରା ଚାଲାଣ ଅଭିଯୋଗରେ ଅବକାରୀ ବିଭାଗ ଦୁଇ ଜଣଙ୍କୁ ଗିରଫ କରିଥିଲା । ଏମାନଙ୍କ ନିକଟରୁ ୫୦୦ ଗ୍ରାମର ସୁନା ଜବତ ହୋଇଥିଲା । ଯାହାର ମୂଲ୍ୟ ଭାରତୀୟ ବଜାରରେ ୩୦ ଲକ୍ଷ ଟ
ନୂଆଦିଲ୍ଲୀ ୩୦/୦୫: ସୁନା ଚୋରା ଚାଲାଣ ମାମଲାରେ ଗିରଫ ବ୍ୟକ୍ତିଙ୍କୁ ନେଇ ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ଶଶି ଥରରୁ । ଗିରଫ ବ୍ୟକ୍ତି ନିଜକୁ ଥରୁରଙ୍କ ଆସିଷ୍ଟାଣ୍ଟ (ସହକାରୀ) ବୋଲି ଦାବି କରୁଥିବା ବେଳେ ଏହାକୁ ଥରୁର କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି । ଏଥିସହ ଯାଞ୍ଚ ପ୍ରକ୍ରିୟାରେ ତଦନ୍ତକାରୀ ସଂସ୍ଥାକୁ ପୂର୍ଣ୍ଣ ସହାୟତା କରିବେ ବୋଲି କହିଛନ୍ତି ।
ସାଂସଦ ଥରୁର ଏନେଇ ଏକ ସୋସିଆଲ ମିଡିଆରେ ପୋଷ୍ଟ କରି ପ୍ରତିକ୍ରିୟା ରଖିଛନ୍ତି । ମୁଁ ନିର୍ବାଚନୀ ପ୍ରଚାର ପାଇଁ ଧର୍ମଶାଳାରେ ଥିବାବେଳେ ମୋର ଜଣେ ପୂର୍ବତନ କର୍ମଚାରୀ ସୁନା ଚୋରା ଚୋଲାଣରେ ଗିରଫ ହୋଇଛନ୍ତି । ଯାହା ଶୁଣିବା ପରେ ମୋତେ ଆଶ୍ଚର୍ଯ୍ୟ ଲାଗିଥିଲା । କହିବାକୁ ଗଲେ ସେ ମୋର ବର୍ତ୍ତମାନ କର୍ମଚାରୀ ନୁହଁନ୍ତି।
ଉକ୍ତ ବ୍ୟକ୍ତି ପୂର୍ବରୁ ବିମାନବନ୍ଦରରେ ସହାୟତା ପ୍ରଦାନକାରୀ ଭାବେ କାର୍ଯ୍ୟ କରୁଥିଲେ । ସେ ଆହୁରି କହିଛନ୍ତି, ଗିରଫ ଶିବ କୁମାର ଜଣେ ୭୨ ବର୍ଷୀୟ ଅବସରପ୍ରାପ୍ତ ବ୍ୟକ୍ତି। ତାଙ୍କର ଡାଏଲିସିସ୍ ଦରକାର ପଡୁଥିବାରୁ ସହାୟତା ଦୃଷ୍ଟିରୁ ତାଙ୍କୁ ପାର୍ଟ ଟାଇମ୍ ଆଧାରରେ ନିଯୁକ୍ତି ଦିଆଯାଇଥିଲା।
ସୂଚନା ଥାଉକି, ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରୁ ସୁନା ଚୋରା ଚାଲାଣ ଅଭିଯୋଗରେ ଅବକାରୀ ବିଭାଗ ଦୁଇ ଜଣଙ୍କୁ ଗିରଫ କରିଥିଲା । ଏମାନଙ୍କ ନିକଟରୁ ୫୦୦ ଗ୍ରାମର ସୁନା ଜବତ ହୋଇଥିଲା । ଯାହାର ମୂଲ୍ୟ ଭାରତୀୟ ବଜାରରେ ୩୦ ଲକ୍ଷ ଟଙ୍କା ହେବ। ଏମାନେ ଦୁବାଇରୁ ସୁନା ଚୋରା ଚାଲଣ କରୁଥିଲେ ।
ପୋଲିସ କହିବା ଅନୁସାରେ, ଗିରଫଙ୍କ ମଧ୍ୟରେ ଥିବା ଶିବ କୁମାର ନିଜକୁ କଂଗ୍ରେସ ନେତା ତଥା କେରଳ ଥିରୁଅନନ୍ତପୁରମର ସାଂସଦ ଶଶି ଥରୁରଙ୍କ ସହକାରୀ ବୋଲି କହିଥିଲେ । ଏନେଇ ଖବର ପ୍ରଚାର ହେବା ପରେ ସାଂସଦ ଥରୁର ନିଜର ପ୍ରତିକ୍ରିୟା ରଖିବା ସହ ମାମଲାରେ ଯାଞ୍ଚ ପାଇଁ ପୋଲିସକୁ ପୂର୍ଣ୍ଣ ସହାୟତା ଯୋଗାଇ ଦେବେ ବୋଲି କହିଛନ୍ତି।