ସୁନା ଦୋକାନକୁ ପଶିଗଲା କାର୍: ନାବାଳିକା, ଦୁଇ ମହିଳା ଗୁରୁତର
ବୌଦ୍ଧ,୧୩।୯(ଅଜିତ ବାରିକ): ଚାରିଛକରୁ ବୌଦ୍ଧ ଆଡକୁ ଯାଉଥିବା ଏକ କାର୍ ପୁରୁଣା କଟକ ମାର୍କେଟ ରାସ୍ତାରେ ଭାରସାମ୍ୟ ହରାଇ ଏକ ସୁନା ଦୋକାନ ଭିତରକୁ ପଶି ଯାଇଥିଲା। ଏହି ଦୁର୍ଘଟଣାରେ ଜଣେ ନାବାଳିକା ଏବଂ ଦୁଇଜଣ ମହିଳା ଗୁରୁତର ହୋଇଛନ୍ତି। ସେମାନେ ହେଲେ ସସ୍ମିତା ବେହେରାୟ(୧୫), ଜୟନ୍ତୀ କହଁର(୪୫), ଦେବକୀ ବେହେରା(୨୨)। ସ୍ଥାନୀୟ ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୁରୁଣା କଟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ […] The post ସୁନା ଦୋକାନକୁ ପଶିଗଲା କାର୍: ନାବାଳିକା, ଦୁଇ ମହିଳା ଗୁରୁତର appeared first on Dharitri Odia News.
ବୌଦ୍ଧ,୧୩।୯(ଅଜିତ ବାରିକ): ଚାରିଛକରୁ ବୌଦ୍ଧ ଆଡକୁ ଯାଉଥିବା ଏକ କାର୍ ପୁରୁଣା କଟକ ମାର୍କେଟ ରାସ୍ତାରେ ଭାରସାମ୍ୟ ହରାଇ ଏକ ସୁନା ଦୋକାନ ଭିତରକୁ ପଶି ଯାଇଥିଲା। ଏହି ଦୁର୍ଘଟଣାରେ ଜଣେ ନାବାଳିକା ଏବଂ ଦୁଇଜଣ ମହିଳା ଗୁରୁତର ହୋଇଛନ୍ତି। ସେମାନେ ହେଲେ ସସ୍ମିତା ବେହେରାୟ(୧୫), ଜୟନ୍ତୀ କହଁର(୪୫), ଦେବକୀ ବେହେରା(୨୨)।
ସ୍ଥାନୀୟ ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୁରୁଣା କଟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ସୂଚନା ମିଳିଛି। ଖବର ପାଇ ପୁରୁଣାକଟକ ପୋଲିସ ଘଟଣାସ୍ଥଳରେ ପହଞ୍ଚି କାର୍ ଚାଳକକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।
The post ସୁନା ଦୋକାନକୁ ପଶିଗଲା କାର୍: ନାବାଳିକା, ଦୁଇ ମହିଳା ଗୁରୁତର appeared first on Dharitri Odia News.