ସୁନା ଦୋକାନରୁ ଫେରୁଥିବାବେଳେ ଲୁଟ୍

ନନ୍ଦିଘୋଷ ବ୍ୟୁରୋ: ସୁନା ଦୋକାନ ବନ୍ଦ କରି ଯାଉଥିବା ବେଳେ ମଝି ରାସ୍ତାରେ ଅଟକାଇ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା... The post ସୁନା ଦୋକାନରୁ ଫେରୁଥିବାବେଳେ ଲୁଟ୍ appeared first on .

ସୁନା ଦୋକାନରୁ ଫେରୁଥିବାବେଳେ ଲୁଟ୍

ନନ୍ଦିଘୋଷ ବ୍ୟୁରୋ: ସୁନା ଦୋକାନ ବନ୍ଦ କରି ଯାଉଥିବା ବେଳେ ମଝି ରାସ୍ତାରେ ଅଟକାଇ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର। ନଗଦ ୩୯ ହଜାର ଟଙ୍କା ମଧ୍ୟ ଲୁଟି ନେଇଛନ୍ତି। ଘଟଣା ଘଟିଛି କଟକ ସାଲେପୁର ବ୍ଲକ ମହାଜନପୁରରେ। ସାଲେପୁର ବ୍ଲକ ଅଧିନସ୍ତ ପାଗା ବଜାରରେ ଥିବା ଅମରନାଥ ଜୁଏଲାରୀ ମାଲିକ  ଦୋକାନ କରି ଘରକୁ ଯିବା ସମୟରେ ଏହି ଲୁଟ୍ ହୋଇଛି। ତାଙ୍କଠାରୁ  ୭୦୦ ଗ୍ରାମ ଓଜନର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଲୁଟ୍ ସୁନାର ଆନୁମାନିକ ମୂଲ୍ୟ୫୦ ଲକ୍ଷ ଟଙ୍କା ହେବ । ସୁନା ଦୋକାନୀ ବଗୁଲା ସାହୁ ଓ ତାଙ୍କ ଭାଇ ମିଶି ସ୍କୁଟରରେ ଘରକୁ ଫେରୁଥିବା ସମୟରେ ହଠାତ ରାସ୍ତାରେ ୩ ଜଣ ଲୋକ ଆକ୍ରମଣ କରିଥିଲେ। ପାଗା ଫାଣ୍ଡିରେ ଅଭିଯୋଗ ପରେ ଜଗତପୁର ପୋଲିସ  ସିସିଟିଭି ଯାଞ୍ଚ କରିବା ସହ ଦୁର୍ବୁତ୍ତ ଛଡାଇ ନେଇଥିବା ସ୍କୁଟିକୁ ପାଟପୁର ଶିବ ମନ୍ଦିର ପାଖରୁ ଜବତ କରିଛି।ଅନ୍ୟପଟେ ବଗୁଲା ସାହୁ ମେଡିକାଲରୁ ଚିକିତ୍ସିତ ହୋଇ ଘରକୁ ଫେରିଥିବା ଜଣା ପଡ଼ିଛି।ଲୁଟେରାଙ୍କୁ ଧରିବାକୁ ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି।

The post ସୁନା ଦୋକାନରୁ ଫେରୁଥିବାବେଳେ ଲୁଟ୍ appeared first on .