ସୁନା ବ୍ୟବସାୟୀଙ୍କ ପ୍ରେମରେ ଉବୁଟୁବୁ ସଞ୍ଜୟ କପୁରଙ୍କ ଝିଅ, ଜାଣନ୍ତୁ କିଏ ତାଙ୍କ ମିଷ୍ଟ୍ରି ମ୍ୟାନ ?
ମୁମ୍ଵାଇ ୩୧।୦୩; ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁର। ବର୍ତ୍ତମାନ ସେ ବଲିଉଡରେ ପାଦ ଦେବାକୁ ଯାଉଛନ୍ତି। ଶନାୟା କପୁର ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। ପ୍ରଶଂସକମାନେ ଉତ୍ସାହର ସହିତ ତାଙ୍କ ଡେବ୍ୟୁକୁ ଅପେକ୍ଷା କରିଛନ୍ତି। ଡେବ୍ୟୁ ପୂର୍ବରୁ ମଧ୍ୟ ଶନାୟାଙ୍କୁ ନେଇ ଖୁବ ଚର୍ଚ୍ଚା।ଶନାୟା ଜଣେ ସୁନା ବ୍ୟବସାୟୀ କରଣ କୋଠାରୀଙ୍କୁ ଡେଟ୍ କରୁଛନ୍ତି। କୁହାଯାଏ ଯେ ଦୁହେଁ କଲେଜ ସମୟରୁ ଲଭବାର୍ଡ ଥିଲେ ଏବଂ ଏବେ ବି ପରସ୍ପରର ବହୁତ ନିକଟତର; ତଥାପି, ସେମାନଙ୍କ ମଧ୍ୟରୁ କେହି ବି ସେମାନଙ୍କ ସମ୍ପର୍କକୁ ନିଶ୍ଚିତ କରିନାହାଁନ୍ତି। ନିକଟରେ ସେ ତାଙ୍କ ଡେବ୍ୟୁ ଫିଲ୍ମ ଘୋଷଣା କରିଥିଲେ । ଯେଉଁ ପୋଷ୍ଟରେ କରଣ ପ୍ରତିକ୍ରିୟା ଦେଇଛନ୍ତି। କରଣ ଲେଖିଛନ୍ତ-ବର୍ଷ ବର୍ଷ ଧରି ଦେଖୁଥିବା ସ୍ଵପ୍ନ ପୁରା କରିବାର ସମୟ ଆସିଛି । ସେ ଏବେ ନିଜ ସ୍ଵପ୍ନକୁ ବାସ୍ତବରେ ପରିଣତ କରୁଛନ୍ତି। କରଣଙ୍କ ଏହି କମେଣ୍ଟ ପରେ, ଦୁହେଁ ସମ୍ପର୍କରେ ଥିବା ନେଇ କଳ୍ପନାଜଳ୍ପନା ଚାଲିଛି।କହିବାକୁ ଗଲେ କରଣ ଓ ଶନାୟ ଏକାଠି ପାଠ ପଢୁଥିଲେ । ତାହା ପୁଣି ଗୋଟିଏ କଲେଜରେ । କରଣ ସୁନା ବ୍ୟବସାୟରେ ତାଙ୍କ ବାପାଙ୍କୁ ମଧ୍ୟ ସହଯୋଗ କରନ୍ତି। କରଣଙ୍କ ସୁନା ବ୍ରାଣ୍ଡ ପାଇଁ ଶନାୟା କପୁର ଏକ ଫଟୋସୁଟ୍ ମଧ୍ୟ କରିଛନ୍ତି । ତାଙ୍କର ଏହି ଫଟୋ ମଧ୍ୟ ଖୁବ୍ ଭାଇରାଲ ହୋଇଥିଲା।ଏହି ବର୍ଷ ଶନୟାଙ୍କ ପାଇଁ ବହୁତ ବ୍ୟସ୍ତବହୁଳ ହେବ ।
ମୁମ୍ଵାଇ ୩୧।୦୩; ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁର। ବର୍ତ୍ତମାନ ସେ ବଲିଉଡରେ ପାଦ ଦେବାକୁ ଯାଉଛନ୍ତି। ଶନାୟା କପୁର ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। ପ୍ରଶଂସକମାନେ ଉତ୍ସାହର ସହିତ ତାଙ୍କ ଡେବ୍ୟୁକୁ ଅପେକ୍ଷା କରିଛନ୍ତି। ଡେବ୍ୟୁ ପୂର୍ବରୁ ମଧ୍ୟ ଶନାୟାଙ୍କୁ ନେଇ ଖୁବ ଚର୍ଚ୍ଚା।

ଶନାୟା ଜଣେ ସୁନା ବ୍ୟବସାୟୀ କରଣ କୋଠାରୀଙ୍କୁ ଡେଟ୍ କରୁଛନ୍ତି। କୁହାଯାଏ ଯେ ଦୁହେଁ କଲେଜ ସମୟରୁ ଲଭବାର୍ଡ ଥିଲେ ଏବଂ ଏବେ ବି ପରସ୍ପରର ବହୁତ ନିକଟତର; ତଥାପି, ସେମାନଙ୍କ ମଧ୍ୟରୁ କେହି ବି ସେମାନଙ୍କ ସମ୍ପର୍କକୁ ନିଶ୍ଚିତ କରିନାହାଁନ୍ତି। ନିକଟରେ ସେ ତାଙ୍କ ଡେବ୍ୟୁ ଫିଲ୍ମ ଘୋଷଣା କରିଥିଲେ । ଯେଉଁ ପୋଷ୍ଟରେ କରଣ ପ୍ରତିକ୍ରିୟା ଦେଇଛନ୍ତି। କରଣ ଲେଖିଛନ୍ତ-ବର୍ଷ ବର୍ଷ ଧରି ଦେଖୁଥିବା ସ୍ଵପ୍ନ ପୁରା କରିବାର ସମୟ ଆସିଛି । ସେ ଏବେ ନିଜ ସ୍ଵପ୍ନକୁ ବାସ୍ତବରେ ପରିଣତ କରୁଛନ୍ତି। କରଣଙ୍କ ଏହି କମେଣ୍ଟ ପରେ, ଦୁହେଁ ସମ୍ପର୍କରେ ଥିବା ନେଇ କଳ୍ପନାଜଳ୍ପନା ଚାଲିଛି।
କହିବାକୁ ଗଲେ କରଣ ଓ ଶନାୟ ଏକାଠି ପାଠ ପଢୁଥିଲେ । ତାହା ପୁଣି ଗୋଟିଏ କଲେଜରେ । କରଣ ସୁନା ବ୍ୟବସାୟରେ ତାଙ୍କ ବାପାଙ୍କୁ ମଧ୍ୟ ସହଯୋଗ କରନ୍ତି। କରଣଙ୍କ ସୁନା ବ୍ରାଣ୍ଡ ପାଇଁ ଶନାୟା କପୁର ଏକ ଫଟୋସୁଟ୍ ମଧ୍ୟ କରିଛନ୍ତି । ତାଙ୍କର ଏହି ଫଟୋ ମଧ୍ୟ ଖୁବ୍ ଭାଇରାଲ ହୋଇଥିଲା।

ଏହି ବର୍ଷ ଶନୟାଙ୍କ ପାଇଁ ବହୁତ ବ୍ୟସ୍ତବହୁଳ ହେବ । କାରଣ ସେ ତାଙ୍କର ବଲିଉଡ ଡେବ୍ୟୁ ଫିଲ୍ମ "ଆଙ୍ଖୋଁ କି ଗୁସ୍ତାଖିଆଁ" ପାଇଁ ପ୍ରସ୍ତୁତ ହେଉଛନ୍ତି। ଯେଉଁଥିରେ ସେ ବିକ୍ରାନ୍ତ ମେସିଙ୍କ ସହ ନଜର ଆସିବେ। ଫିଲ୍ମରେ ଶନାୟା ଜଣେ ଥିଏଟର ଅଭିନେତ୍ରୀ ଭୂମିକାରେ ଅଭିନୟ କରୁଥିବା ବେଳେ ବିକ୍ରାନ୍ତ ଜଣେ ଦୃଷ୍ଟିହୀନ ସଂଗୀତଜ୍ଞ ଭୂମିକାରେ ନଜର ଆସିବେ। ଏହି ଫିଲ୍ମଟି ୨୦୨୫ ମଧ୍ୟଭାଗରେ ମୁକ୍ତିଲାଭ କରିବାର ସମ୍ଭାବନା ଅଛି। ପ୍ରଶଂସକମାନେ ଶନାୟଙ୍କ ବଲିଉଡ ଡେବ୍ୟୁ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।