ସୁନା ବ୍ୟବସାୟୀଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ: ଛଡାଇ ନେଲେ ଅଳଙ୍କାର ବ୍ୟାଗ୍‌

କଟକ: ସୁନା ବ୍ୟବସାୟୀଙ୍କୁ ଆକ୍ରମଣ କରି ଫେରାର ହୋଇଗଲେ ଦୁର୍ବୃତ୍ତ । ଲୁଟ ଉଦ୍ଦେଶ୍ୟରେ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ସୁନା ବ୍ୟବସାୟୀ ଜଣକ ଯାଜପୁର ଅଞ୍ଚଳ ବୋଲି ପ୍ରାଥମିକ ଭାବରେ ଜଣାପଡିଛି। ଦୁର୍ବୁତ୍ତ ମାନେ ଏକ ଲୁହା ରଡ୍‌ରେ ବ୍ୟବସାୟୀଙ୍କ ବାମ ଗୋଡ଼କୁ ଶକ୍ତ ଆଘାତ ଦେଇ ତାଙ୍କ ହାତରେ ଥିବା ସୁନା ଅଳଙ୍କାର ବ୍ୟାଗକୁ ଛଡାଇ ନେଇଥିବା ଜଣାପଡିଛି। ରକ୍ତ ଜୁଡୁବୁଡୁ ହୋଇ ରାସ୍ତାରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକ ଓ ପୋଲିସ ବ୍ୟବସାୟୀଙ୍କୁ ଚିକିତ୍ସା ପାଇଁ ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ପଠାଇଛନ୍ତି। ଘଟଣାସ୍ଥଳରେ କମିଶନରେଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ବ୍ୟବସାୟୀଙ୍କ ଚପଲ, ବ୍ୟାଗର ଦୁଇଟି ହାଣ୍ଡେଲ ପଡିଛି।

ସୁନା ବ୍ୟବସାୟୀଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ: ଛଡାଇ ନେଲେ ଅଳଙ୍କାର ବ୍ୟାଗ୍‌

କଟକ: ସୁନା ବ୍ୟବସାୟୀଙ୍କୁ ଆକ୍ରମଣ କରି ଫେରାର ହୋଇଗଲେ ଦୁର୍ବୃତ୍ତ । ଲୁଟ ଉଦ୍ଦେଶ୍ୟରେ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ସୁନା ବ୍ୟବସାୟୀ ଜଣକ ଯାଜପୁର ଅଞ୍ଚଳ ବୋଲି ପ୍ରାଥମିକ ଭାବରେ ଜଣାପଡିଛି। ଦୁର୍ବୁତ୍ତ ମାନେ ଏକ ଲୁହା ରଡ୍‌ରେ ବ୍ୟବସାୟୀଙ୍କ ବାମ ଗୋଡ଼କୁ ଶକ୍ତ ଆଘାତ ଦେଇ ତାଙ୍କ ହାତରେ ଥିବା ସୁନା ଅଳଙ୍କାର ବ୍ୟାଗକୁ ଛଡାଇ ନେଇଥିବା ଜଣାପଡିଛି। 

ରକ୍ତ ଜୁଡୁବୁଡୁ ହୋଇ ରାସ୍ତାରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକ ଓ ପୋଲିସ ବ୍ୟବସାୟୀଙ୍କୁ ଚିକିତ୍ସା ପାଇଁ ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ପଠାଇଛନ୍ତି। ଘଟଣାସ୍ଥଳରେ କମିଶନରେଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ବ୍ୟବସାୟୀଙ୍କ ଚପଲ, ବ୍ୟାଗର ଦୁଇଟି ହାଣ୍ଡେଲ ପଡିଛି।