ସୁନା ବ୍ୟବସାୟୀଙ୍କୁ ମାଡ଼ ମାରି ଗହଣା ବ୍ୟାଗ୍‌ ଲୁଟିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଟାଉନ ଥାନା ଅନ୍ତର୍ଗତ ନରଣପୁରଠାରେ ସାହୁ ଜୁଏଲାରୀ ଓ୍ବର୍କସପ୍‌ ମାଲିକ ଦୀପକ ସାହୁଙ୍କୁ ମାଡ଼ ମାରି ୫ ଲକ୍ଷରୁ ଊଦ୍ଧର୍‌ବ ଟଙ୍କାର ସୁନା ରୁପା ଲୁଟି ନେଇ ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ। ଦୀପକଙ୍କ କହିବାନୁଯାୟୀ, ରବିବାର ସନ୍ଧ୍ୟାରେ ସେ ଦୋକାନ ବନ୍ଦ କରି ନିଜ ମୋଟର ସାଇକେଲରେ ସୁନା ଓ ରୁପା ଗହଣା ବ୍ୟାଗ୍‌ ଧରି ଘରକୁ ଫେରୁଥିବା ସମୟରେ ଘର ନିକଟରେ ୨ଟି ମୋଟର ସାଇକେଲରେ ୫ ଜଣ ଦୁର୍ବୃତ୍ତ ପିଛା […] The post ସୁନା ବ୍ୟବସାୟୀଙ୍କୁ ମାଡ଼ ମାରି ଗହଣା ବ୍ୟାଗ୍‌ ଲୁଟିନେଲେ ଦୁର୍ବୃତ୍ତ appeared first on Dharitri Odia News.

ସୁନା ବ୍ୟବସାୟୀଙ୍କୁ ମାଡ଼ ମାରି ଗହଣା ବ୍ୟାଗ୍‌ ଲୁଟିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଟାଉନ ଥାନା ଅନ୍ତର୍ଗତ ନରଣପୁରଠାରେ ସାହୁ ଜୁଏଲାରୀ ଓ୍ବର୍କସପ୍‌ ମାଲିକ ଦୀପକ ସାହୁଙ୍କୁ ମାଡ଼ ମାରି ୫ ଲକ୍ଷରୁ ଊଦ୍ଧର୍‌ବ ଟଙ୍କାର ସୁନା ରୁପା ଲୁଟି ନେଇ ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ।

ଦୀପକଙ୍କ କହିବାନୁଯାୟୀ, ରବିବାର ସନ୍ଧ୍ୟାରେ ସେ ଦୋକାନ ବନ୍ଦ କରି ନିଜ ମୋଟର ସାଇକେଲରେ ସୁନା ଓ ରୁପା ଗହଣା ବ୍ୟାଗ୍‌ ଧରି ଘରକୁ ଫେରୁଥିବା ସମୟରେ ଘର ନିକଟରେ ୨ଟି ମୋଟର ସାଇକେଲରେ ୫ ଜଣ ଦୁର୍ବୃତ୍ତ ପିଛା କରିଥିଲେ। ସେ ଖସି ପଳାଇବାକୁ ଉଦ୍ୟମ କରିବାରୁ ଗାଡ଼ି ସହ ପଡ଼ି ଯାଇଥିଲେ। ସେମାନେ ଆସି ତାଙ୍କ ମୁଣ୍ଡକୁ ଓ ହାତକୁ ବାଡ଼ିରେ ଆକ୍ରମଣ କରି ତାଙ୍କ ମୋଟରସାଇକେଲ ଡିକିରୁ ସୁନା ରୂପା ଭର୍ତ୍ତି ବ୍ୟାଗ୍‌ ନେଇ ଆଖି ପିଛୁଳାକେ ପଳାଇ ଯାଇଥିଲେ। ଖବର ପାଇ ଟାଉନ ପୋଲିସ ପହଞ୍ଚି ଘଟଣାର ଅନୁଧ୍ୟାନ ଆରମ୍ଭ କରିଛି। ପାଖରେ ଥିବା ତାରିଣୀ ଗେଷ୍ଟ ହାଉସ୍‌ରେ ଲାଗିଥିବା ସିସିଟିଭି ଫୁଟେଜ୍‌ ସଂଗ୍ରହ କରିବା ସହ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ପୂର୍ବରୁ ମଧ୍ୟ ଉକ୍ତ ବ୍ୟବସାୟୀଙ୍କଠାରୁ ଲୁଟ ହୋଇଥିବା ବେଳେ କେହି ଧରା ପଡ଼ି ନ ଥିବା ବେଳେ ପୁଣି ଲୁଟ୍‌ ତାଙ୍କର ଚିନ୍ତା ବଢାଇଦେଇଛି।

କେନ୍ଦୁଝର ଭଳି ଛୋଟ ସହର ଭିତରେ ସେଭଳି ଆବଶ୍ୟକତା ନ ଥିଲେ ମଧ୍ୟ ଏକାଧିକ ସଂଖ୍ୟାରେ ବାଇକ୍‌ ପାଟ୍ରୋଲିଂକୁ ଜୋର୍‌ଦାର୍‌ କରାଯାଉଥିବା ବେଳେ ସହର ଆଖପାଖ ଅଞ୍ଚଳରେ ପାଟ୍ରୋଲିଂ ହେଉ ନ ଥିବାରୁ ସ୍ଥାନୀୟ ଲୋକେ ଉଦ୍‌ବେଗ ପ୍ରକାଶ କରିଛନ୍ତି।

୧୨ ଘଣ୍ଟା ପରେ ମଧ୍ୟ ପୋଲିସ କୌଣସି ଲୁଟେରାଙ୍କ କୌଣସି ସୁରାଗ ପାଇ ପାରି ନ ଥିବା ବେଳେ ଲୁଟ ସାମଗ୍ରୀ ଜବତ ହୋଇ ନାହିଁ। ଫଳରେ ଲୋକମାନେ ଭୟଭୀତ ହୋଇପଡିଛନ୍ତି।

The post ସୁନା ବ୍ୟବସାୟୀଙ୍କୁ ମାଡ଼ ମାରି ଗହଣା ବ୍ୟାଗ୍‌ ଲୁଟିନେଲେ ଦୁର୍ବୃତ୍ତ appeared first on Dharitri Odia News.