ସୁନାବେଶରେ ଦର୍ଶନ ଦେଲେ ମହାପ୍ରଭୁ
ପୁରୀ,୧୪ା୧(ଅଜିତ୍ କୁମାର ମହାନ୍ତି): ପବିତ୍ର ପୌଷ ପୂର୍ଣ୍ଣମୀ ଅବସରରେ ସୋମବାର ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରତ୍ନସିଂହାସନରେ ଶ୍ରୀବିଗ୍ରହମାନେ ରାଜରାଜେଶ୍ୱର ବା ସୁନାବେଶରେ ସୁସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ବର୍ଷକ ଭିତରେ ମହାପ୍ରଭୁଙ୍କ ହେଉଥିବା ପାଞ୍ଚଥର ସୁନାବେଶ ମଧ୍ୟରୁ ଏହା ଅନ୍ୟତମ। ପରମ୍ପରା ଅନୁଯାୟୀ, ଅଭିଷେକ ପୂର୍ବଦିବସ ଅର୍ଥାତ ରବିବାର ମହାପ୍ରଭୁଙ୍କ ଚନ୍ଦନଲାଗି ନୀତି ପରେ ୮୭ ଗରା ଜଳ ଓ ୨୧ଗରା ଘିଅ ଭୋଗମଣ୍ଡପ ଘରେ ଅଧିବାସ ହୋଇରହିଥିଲା। ସୋମବାର […] The post ସୁନାବେଶରେ ଦର୍ଶନ ଦେଲେ ମହାପ୍ରଭୁ appeared first on Dharitri Odia News.
ପୁରୀ,୧୪ା୧(ଅଜିତ୍ କୁମାର ମହାନ୍ତି): ପବିତ୍ର ପୌଷ ପୂର୍ଣ୍ଣମୀ ଅବସରରେ ସୋମବାର ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରତ୍ନସିଂହାସନରେ ଶ୍ରୀବିଗ୍ରହମାନେ ରାଜରାଜେଶ୍ୱର ବା ସୁନାବେଶରେ ସୁସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ବର୍ଷକ ଭିତରେ ମହାପ୍ରଭୁଙ୍କ ହେଉଥିବା ପାଞ୍ଚଥର ସୁନାବେଶ ମଧ୍ୟରୁ ଏହା ଅନ୍ୟତମ। ପରମ୍ପରା ଅନୁଯାୟୀ, ଅଭିଷେକ ପୂର୍ବଦିବସ ଅର୍ଥାତ ରବିବାର ମହାପ୍ରଭୁଙ୍କ ଚନ୍ଦନଲାଗି ନୀତି ପରେ ୮୭ ଗରା ଜଳ ଓ ୨୧ଗରା ଘିଅ ଭୋଗମଣ୍ଡପ ଘରେ ଅଧିବାସ ହୋଇରହିଥିଲା।
ସୋମବାର ଶ୍ରୀମନ୍ଦିରରେ ସକାଳଧୂପ ବଢି ଅଭିଷେକ ନୀତି ଆରମ୍ଭ ହୋଇଥିଲା। ଅଧିବାସ ହୋଇ ରହିଥିବା ୧୦୮ ଗରା ଘିଅମିଶ୍ରିତ ଜଳରେ ଅଭିଷେକ ନୀତି କରାଯାଇଥିଲା। ସର୍ବାଙ୍ଗ ନୀତି ପରେ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ପାଇ ଶ୍ରୀଦେବୀ ପାଲିଙ୍କିରେ ବିଜେ ହୋଇ ମହାଲକ୍ଷ୍ମୀ ମନ୍ଦିର ଜଗମୋହନକୁ ବିଜେ କରିଥିଲେ। ସେଠାରେ ଶ୍ରୀଦେବୀଙ୍କ ମାଜଣା, ବନକଲାଗି ଏବଂ ବେଶ କରାଯାଇଥିଲା। ଶ୍ରୀମନ୍ଦିରରେ ଠାକୁରଙ୍କ ସୁବର୍ଣ୍ଣବେଶ ହୋଇଥିଲା। ଏହି ବେଶରେ ତିନିଠାକୁର ସୁବର୍ଣ୍ଣ କିରୀଟ, ଶ୍ରୀପୟର, ଶ୍ରୀଭୁଜ, ଆଡକାନି, ଚନ୍ଦ୍ର, ସୂର୍ଯ୍ୟ, ସେବତୀ ମାଳି, ଘାଗଡ଼ା ମାଳି, ମକର କୁଣ୍ଡଳ, ବାଘନଖି ପ୍ରଭୃତି ବିଭିନ୍ନ ସ୍ବର୍ଣ୍ଣ ଅଳଙ୍କାର ଧାରଣ କରିଥିଲେ।
The post ସୁନାବେଶରେ ଦର୍ଶନ ଦେଲେ ମହାପ୍ରଭୁ appeared first on Dharitri Odia News.