ସୁନୀତାଙ୍କୁ ଫେରାଇ ଆଣିବାକୁ ମସ୍କଙ୍କୁ କହିଲେ ଟ୍ରମ୍ପ୍‌: ଆଇଏସ୍‌ଏସ୍‌ରେ ଛାଡ଼ିଦେଇଛନ୍ତି ବାଇଡେନ୍‌

ଓ୍ବାଶିଂଟନ୍‌,୨୯ା୧: ୨୦୨୪ ଜୁନ୍‌ରୁ ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ୍‌ (ଆଇଏସ୍‌ଏସ୍‌)ରେ ଫସିରହିଥିବା ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସଙ୍କୁ ପୃଥିବୀ ପୃଷ୍ଠକୁ ଫେରାଇ ଆଣିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଟେକ୍‌ ଟାଇଟନ୍‌ ଏଲନ୍‌ ମସ୍କଙ୍କ ସହଯୋଗ ଲୋଡ଼ିଛନ୍ତି। ଟ୍ରମ୍ପ୍‌ ନିଜ ସୋସିଆଲ ମିଡିଆ ସାଇଟ୍‌ ଟ୍ରୁଥ୍‌ ସୋସିଆଲରେ ଏକ ପୋଷ୍ଟ କରି ଲେଖିଛନ୍ତି, ସୁନୀତା(୫୯) ଓ ତାଙ୍କ ସହଯାତ୍ରୀ ଓ୍ବିଲମୋର(୬୨)ଙ୍କୁ ବାଇଡେନ୍‌ ପ୍ରଶାସନ ଆଇଏସ୍‌ଏସ୍‌ରେ ଛାଡ଼ିଦେଇଛି। ସେମାନେ ୧୦ ଦିନିଆ ମିଶନରେ ଯାଇଥିଲେ। କିନ୍ତୁ ୭ […] The post ସୁନୀତାଙ୍କୁ ଫେରାଇ ଆଣିବାକୁ ମସ୍କଙ୍କୁ କହିଲେ ଟ୍ରମ୍ପ୍‌: ଆଇଏସ୍‌ଏସ୍‌ରେ ଛାଡ଼ିଦେଇଛନ୍ତି ବାଇଡେନ୍‌ appeared first on Dharitri Odia News.

ସୁନୀତାଙ୍କୁ ଫେରାଇ ଆଣିବାକୁ ମସ୍କଙ୍କୁ କହିଲେ ଟ୍ରମ୍ପ୍‌: ଆଇଏସ୍‌ଏସ୍‌ରେ ଛାଡ଼ିଦେଇଛନ୍ତି ବାଇଡେନ୍‌

ଓ୍ବାଶିଂଟନ୍‌,୨୯ା୧: ୨୦୨୪ ଜୁନ୍‌ରୁ ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ୍‌ (ଆଇଏସ୍‌ଏସ୍‌)ରେ ଫସିରହିଥିବା ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସଙ୍କୁ ପୃଥିବୀ ପୃଷ୍ଠକୁ ଫେରାଇ ଆଣିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଟେକ୍‌ ଟାଇଟନ୍‌ ଏଲନ୍‌ ମସ୍କଙ୍କ ସହଯୋଗ ଲୋଡ଼ିଛନ୍ତି।

ଟ୍ରମ୍ପ୍‌ ନିଜ ସୋସିଆଲ ମିଡିଆ ସାଇଟ୍‌ ଟ୍ରୁଥ୍‌ ସୋସିଆଲରେ ଏକ ପୋଷ୍ଟ କରି ଲେଖିଛନ୍ତି, ସୁନୀତା(୫୯) ଓ ତାଙ୍କ ସହଯାତ୍ରୀ ଓ୍ବିଲମୋର(୬୨)ଙ୍କୁ ବାଇଡେନ୍‌ ପ୍ରଶାସନ ଆଇଏସ୍‌ଏସ୍‌ରେ ଛାଡ଼ିଦେଇଛି। ସେମାନେ ୧୦ ଦିନିଆ ମିଶନରେ ଯାଇଥିଲେ। କିନ୍ତୁ ୭ ମାସ ପରେ ବି ଫେରିପାରି ନାହାନ୍ତି। ୨ ସାହସୀ ମହାକାଶଚାରୀଙ୍କୁ ଆଇଏସ୍‌ଏସ୍‌ରୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ଏଲନ୍‌ ମସ୍କ ବ୍ୟବସ୍ଥା କରିବେ।

ଟ୍ରମ୍ପ୍‌ଙ୍କଠାରୁ ଦାୟିତ୍ୱ ପାଇବା ପରେ ମସ୍କ ନିଜ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସ’ରେ ଲେଖିଛନ୍ତି, ମହାକାଶଯାତ୍ରୀ ଦ୍ୱୟଙ୍କ ଯଥାଶୀଘ୍ର ସମ୍ଭବ ପ୍ରତ୍ୟାବର୍ତ୍ତନ କରାଇବା ଲାଗି ରାଷ୍ଟ୍ରପତି ସ୍ପେସେକ୍ସକୁ ପରାମର୍ଶ ଦେଇଛନ୍ତି। ଆମେ ଉଭୟଙ୍କୁ ଫେରାଇ ଆଣିବୁ। ବାଇଡେନ୍‌ ପ୍ରଶାସନର ଅବହେଳା ଦୁର୍ଭାଗ୍ୟଜନକ ବୋଲି ସ୍ପେସେକ୍ସ ସିଇଓ କହିଛନ୍ତି।

The post ସୁନୀତାଙ୍କୁ ଫେରାଇ ଆଣିବାକୁ ମସ୍କଙ୍କୁ କହିଲେ ଟ୍ରମ୍ପ୍‌: ଆଇଏସ୍‌ଏସ୍‌ରେ ଛାଡ଼ିଦେଇଛନ୍ତି ବାଇଡେନ୍‌ appeared first on Dharitri Odia News.