ସୁନ୍ଦରଗଡ ବଣାଇରେ ଅଘଟଣ: ଦଳିଦେଲା ଦନ୍ତା ଚାଲିଗଲା ଜୀବନ,୨ଶିଶୁ ମୃତ୍ୟୁ

କନକ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଅଭାବନୀୟ ଘଟଣା। ଘରୁ ଟାଣି ଆଣି ଦୁଇ ପିଲାଙ୍କୁ ଦଳିଦେଲା ଦନ୍ତା ହାତୀ।  ୧୨ ବର୍ଷ ଓ ୩ ବର୍ଷ ପିଲାର ମୃତ୍ୟୁ ହୋଇଛି । ବଣାଇ ତାମଡ଼ା ରେଞ୍ଜ କଣ୍ଟାପାଲି ଗାଁରେ ଏହି ଅଘଟଣ ଘଟିଛି। ଦୁଇ ପିଲା ହେଉଛନ୍ତି କଣ୍ଟାପାଲି ଗାଁ ମୁଣ୍ଡାସାହିର। ରାତିରେ ଶୋଇଥିବା ବେଳେ ଘରୁ ଟାଣି ଆଣି ଦଳି ଦେଇଥିଲା ହାତୀ ।