ସୁନ୍ଦରଗଡ଼ ବିସ୍ଫୋରକ ଲୁଟ୍‌ ଘଟଣାରେ SIT ତଦନ୍ତ, ଇତ୍‌ମା ବିସ୍ଫୋରକ ଗୋଦାମରେ ଟିମ୍‌ର ଖୋଳତାଡ଼

ସୁନ୍ଦରଗଡ଼ ୩୧।୫: ସୁନ୍ଦରଗଡ଼ ବିସ୍ଫୋରକ ଗୋଦାମରେ ଏସଆଇଟି । ବଡ଼ଗାଁ ଥାନା ଇତମାରେ ଥିବା ବିସ୍ଫୋରକ ଗୋଦାମରେ ପହଞ୍ଚିଛି ଏସଆଇଟି ଟିମ୍ । ଗତ ୨୭ ତାରିଖରେ କେ.ବଲାଙ୍ଗ ଥାନା ବାଙ୍କୋ ପଥର ଖଣିକୁ ବିସ୍ଫୋରକ ଯାଉଥିବା ବେଳେ ଲୁଟ୍ ହୋଇଥିଲା । ବିସ୍ଫୋରକ ଲୁଟ୍‌ର ତଦନ୍ତ ପାଇଁ ଏସଆଇଟି ଗଠନ ହୋଇଛି । ଶୁକ୍ରବାର ସର୍ଚ୍ଚ ଅପରେସନ ସମୟରେ କିଛି ବିସ୍ଫୋରକ ଉଦ୍ଧାର ହୋଇଥିବା ବେଳେ ଶନିବାର ମଧ୍ୟ ସର୍ଚ୍ଚ ଅପରେସନ ଚାଲିଛି ।ଗତ ୨୭ ତାରିଖରେ ବିସ୍ଫୋରକ ଲୁଟ ହେବା ପରେ ମିନିଟ୍ରକ ଡ଼୍ରାଇଭରଙ୍କ ଅଭିଯୋଗ ଆଧାରରେ ସରଣ୍ଡା ଜଙ୍ଗଲରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ୪ ଦିନର ସର୍ଚ୍ଚ ଅପରେସନ ପରେ ଶୁକ୍ରବାର ଅପରାହ୍ନରେ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲର ତିଲିରିପୋଷିରେ ମାଟି ତଳୁ ପାଖାପାଖି ୭୦ ପ୍ରତିଶତ ଲୁଟ୍ ବିସ୍ଫୋରକ ଜବତ ହୋଇଛି । ବାକି ବିସ୍ଫୋରକ କେଉଁଠି ରହିଛି ତାର ଖାନତଲାସୀ ଚଳାଇଛି ସିଆଇପିଏଫ, ଡ଼ିଭିଏଫ, କୋବ୍ରା , ଝାଡ଼ଖଣ୍ଡ ଜାଗୁଆର ବାହିନୀ । ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନରେ ଚାଲିଥିବା ବେଳେ ଶନିବାର ସାମିଲ ହୋଇଛି ଏସ୍‌ଓଜି । କୁହାଯାଉଛି ଯେଉଁ ମାଓବାଦୀ ଏହି ବିସ୍ଫୋରକ ଟ୍ରକ୍‌ ଲୁଟିନେଇଥିଲେ ସେମାନଙ୍କ ମଧ୍ୟରେ ଥିଲେ ୮ରୁ ୧୦ ମହିଳା ବନ୍ଧୁକଧାରୀ ମାଓବାଦୀ । ସେପଟେ ଟ୍ରକ୍ ଡ୍ରାଇଭର ସହ ବିସ୍ଫୋରକ ଗୋଦାମ ମାଲିକଙ୍କୁ ମାରାଥନ ଜେରା ଚାଲିଛି । ବଡର୍ଗା ଇତମାରେ ଥିବା ବିସ୍ଫୋରକ ଗୋଦାମ ଉପରେ ଛାପା ମାରିଛି ଏସଆଇଟି

ସୁନ୍ଦରଗଡ଼ ବିସ୍ଫୋରକ ଲୁଟ୍‌ ଘଟଣାରେ SIT ତଦନ୍ତ, ଇତ୍‌ମା ବିସ୍ଫୋରକ ଗୋଦାମରେ ଟିମ୍‌ର ଖୋଳତାଡ଼

ସୁନ୍ଦରଗଡ଼ ୩୧ସୁନ୍ଦରଗଡ଼ ବିସ୍ଫୋରକ ଗୋଦାମରେ ଏସଆଇଟି । ବଡ଼ଗାଁ ଥାନା ଇତମାରେ ଥିବା ବିସ୍ଫୋରକ ଗୋଦାମରେ ପହଞ୍ଚିଛି ଏସଆଇଟି ଟିମ୍ । ଗତ ୨୭ ତାରିଖରେ କେ.ବଲାଙ୍ଗ ଥାନା ବାଙ୍କୋ ପଥର ଖଣିକୁ ବିସ୍ଫୋରକ ଯାଉଥିବା ବେଳେ ଲୁଟ୍ ହୋଇଥିଲା । ବିସ୍ଫୋରକ ଲୁଟ୍‌ର ତଦନ୍ତ ପାଇଁ ଏସଆଇଟି ଗଠନ ହୋଇଛି । ଶୁକ୍ରବାର ସର୍ଚ୍ଚ ଅପରେସନ ସମୟରେ କିଛି ବିସ୍ଫୋରକ ଉଦ୍ଧାର ହୋଇଥିବା ବେଳେ ଶନିବାର ମଧ୍ୟ ସର୍ଚ୍ଚ ଅପରେସନ ଚାଲିଛି ।

ଗତ ୨୭ ତାରିଖରେ ବିସ୍ଫୋରକ ଲୁଟ ହେବା ପରେ ମିନିଟ୍ରକ ଡ଼୍ରାଇଭରଙ୍କ ଅଭିଯୋଗ ଆଧାରରେ ସରଣ୍ଡା ଜଙ୍ଗଲରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ୪ ଦିନର ସର୍ଚ୍ଚ ଅପରେସନ ପରେ ଶୁକ୍ରବାର ଅପରାହ୍ନରେ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲର ତିଲିରିପୋଷିରେ ମାଟି ତଳୁ ପାଖାପାଖି ୭୦ ପ୍ରତିଶତ ଲୁଟ୍ ବିସ୍ଫୋରକ ଜବତ ହୋଇଛି । ବାକି ବିସ୍ଫୋରକ କେଉଁଠି ରହିଛି ତାର ଖାନତଲାସୀ ଚଳାଇଛି ସିଆଇପିଏଫ, ଡ଼ିଭିଏଫ, କୋବ୍ରା , ଝାଡ଼ଖଣ୍ଡ ଜାଗୁଆର ବାହିନୀ । ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନରେ ଚାଲିଥିବା ବେଳେ ଶନିବାର ସାମିଲ ହୋଇଛି ଏସ୍‌ଓଜି । କୁହାଯାଉଛି ଯେଉଁ ମାଓବାଦୀ ଏହି ବିସ୍ଫୋରକ ଟ୍ରକ୍‌ ଲୁଟିନେଇଥିଲେ ସେମାନଙ୍କ ମଧ୍ୟରେ ଥିଲେ ୮ରୁ ୧୦ ମହିଳା ବନ୍ଧୁକଧାରୀ ମାଓବାଦୀ । ସେପଟେ ଟ୍ରକ୍ ଡ୍ରାଇଭର ସହ ବିସ୍ଫୋରକ ଗୋଦାମ ମାଲିକଙ୍କୁ ମାରାଥନ ଜେରା ଚାଲିଛି । ବଡର୍ଗା ଇତମାରେ ଥିବା ବିସ୍ଫୋରକ ଗୋଦାମ ଉପରେ ଛାପା ମାରିଛି ଏସଆଇଟି ଟିମ୍ ସହ ଖଣି ବିଭାଗ । 

You Can Read:

ସମ୍ପତ୍ତି ପାଇଁ ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକଙ୍କୁ ହତ୍ୟା : ଧରାପଡିଗଲା ମିଛ ନାଟକ, ଶେଷରେ ବନ୍ଧାହେଲେ ମହିଳା