ସୁନ୍ଦରଗଡ଼ରେ ଝାଡ଼ାବାନ୍ତି,୩୦ ଆକ୍ରାନ୍ତ
ସୁନ୍ଦରଗଡ଼ : ପୁଣି ଥରେ ସୁନ୍ଦରଗଡ଼ରେ ବ୍ୟାପିଲା ଝାଡ଼ାବାନ୍ତି I ଗତ ୨ ଦିନ ଭିତରେ ୩୦ ଜଣ ଆକ୍ରାନ୍ତ ଡାକ୍ତରଖାନାରେ ଭର୍ତି ହେଲେଣି I କୁତ୍ରା ବ୍ଲକ ଅନ୍ତର୍ଗତ ନୂଆ ଗାଁ,ଜାଉରମୁଣ୍ଡା,ଏଲଗା,ଫଂନିଆବାହାଲ,ଝରେନ ଆଦି ଗାଁରେ ଝାଡ଼ାବାନ୍ତି ବ୍ୟାପିଥିବା ସୂଚନା ମିଳିଛି I ସେହିପରି ଅନେକ ଆକ୍ରାନ୍ତ ଘରେ ରହି ଚିକିତ୍ସିତ ହେଉଛନ୍ତି I ଅନେକ ସ୍ଥାନରେ ଝାଡ଼ାବାନ୍ତି ବ୍ୟାପୁଥିଲେ ମଧ୍ୟ ଝାଡ଼ାବାନ୍ତି ବ୍ୟାପିବାର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ I ତେବେ ସେଠାରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର […]

ସୁନ୍ଦରଗଡ଼ : ପୁଣି ଥରେ ସୁନ୍ଦରଗଡ଼ରେ ବ୍ୟାପିଲା ଝାଡ଼ାବାନ୍ତି I ଗତ ୨ ଦିନ ଭିତରେ ୩୦ ଜଣ ଆକ୍ରାନ୍ତ ଡାକ୍ତରଖାନାରେ ଭର୍ତି ହେଲେଣି I କୁତ୍ରା ବ୍ଲକ ଅନ୍ତର୍ଗତ ନୂଆ ଗାଁ,ଜାଉରମୁଣ୍ଡା,ଏଲଗା,ଫଂନିଆବାହାଲ,ଝରେନ ଆଦି ଗାଁରେ ଝାଡ଼ାବାନ୍ତି ବ୍ୟାପିଥିବା ସୂଚନା ମିଳିଛି I ସେହିପରି ଅନେକ ଆକ୍ରାନ୍ତ ଘରେ ରହି ଚିକିତ୍ସିତ ହେଉଛନ୍ତି I ଅନେକ ସ୍ଥାନରେ ଝାଡ଼ାବାନ୍ତି ବ୍ୟାପୁଥିଲେ ମଧ୍ୟ ଝାଡ଼ାବାନ୍ତି ବ୍ୟାପିବାର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ I ତେବେ ସେଠାରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଘଟଣା ଉପରେ ନଜର ରଖାଯିବା ସହିତ ବିଭିନ୍ନ ସ୍ଥାନରେ ଓଆରଏସ ପାଣି ବଣ୍ଟା ଯାଉଛି I ତେବେ ଝାଡ଼ାବାନ୍ତିର ପ୍ରକୋପ ନିୟନ୍ତ୍ରଣରେ ଥିବା ପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଶ୍ରୀକାନ୍ତ ଟପନୋ I