ସୁନ୍ଦରଗଡ଼ରେ ପୁଣି ଫୁଟିଲା ଗୁଳି, ଆହତ ଯୁବକ ଚିକିତ୍ସାଳୟରେ ଭର୍ତ୍ତି
ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ପୁଣି ଫୁଟିଲା ଗୁଳି । ସୁନ୍ଦରଗଡ଼ ସଦର ଥାନା କରମଡିହିରେ ଯୁବକଙ୍କ ଉପରକୁ ଗୁଳି ମାଡ । ଏକ କଳା ସ୍କର୍ପିଓରେ ଆସି ୫ ରାଉଣ୍ଡ ଗୁଳି କରି ଫେରାର ହୋଇ ଯାଇଛନ୍ତି ଦୁର୍ବୃତ୍ତ । ଯୁବକଙ୍କ ପାଦରେ ବାଜିଛି ଗୁଳି । ଆହତ ଯୁବକଙ୍କୁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସା ଲୟରେ ଭର୍ତ୍ତି କରାଯାଇଛି । ତେବେ କିଏ ଓ କାହିଁକି ଗୁଳି କରିଛି ସ୍ପଷ୍ଟ ହୋଇ ନାହିଁ । ପୋଲିସ ତନାଘନା […] The post ସୁନ୍ଦରଗଡ଼ରେ ପୁଣି ଫୁଟିଲା ଗୁଳି, ଆହତ ଯୁବକ ଚିକିତ୍ସାଳୟରେ ଭର୍ତ୍ତି appeared first on KNews Odisha.

ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ପୁଣି ଫୁଟିଲା ଗୁଳି । ସୁନ୍ଦରଗଡ଼ ସଦର ଥାନା କରମଡିହିରେ ଯୁବକଙ୍କ ଉପରକୁ ଗୁଳି ମାଡ । ଏକ କଳା ସ୍କର୍ପିଓରେ ଆସି ୫ ରାଉଣ୍ଡ ଗୁଳି କରି ଫେରାର ହୋଇ ଯାଇଛନ୍ତି ଦୁର୍ବୃତ୍ତ । ଯୁବକଙ୍କ ପାଦରେ ବାଜିଛି ଗୁଳି । ଆହତ ଯୁବକଙ୍କୁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସା ଲୟରେ ଭର୍ତ୍ତି କରାଯାଇଛି । ତେବେ କିଏ ଓ କାହିଁକି ଗୁଳି କରିଛି ସ୍ପଷ୍ଟ ହୋଇ ନାହିଁ । ପୋଲିସ ତନାଘନା କରୁଛି। ତେବେ ସ୍ଥାନୀୟ ଲୋକଙ୍କ କହିବା କଥା ଗୋ ଚାଲାଣ କରୁଥିବା ଖବର ପାଇ କିଛି ଯୁବକ ଗୋରୁ ବୋଝେଇ ଗାଡ଼ିକୁ ପିଛା କରିଥିଲେ । ଗୋରୁ ବୋଝେଇ ଗାଡ଼ି ପଛେପଛେ ଯାଉଥିବା ଏକ ସ୍କର୍ପିଓରୁ ଗୁଳି ଚାଳନା କରିଥିଲେ ଦୁର୍ବୃତ୍ତ । ସେମାନେ ଗୋଚାଲାଣକାରୀ ବୋଲି ସୂଚନା ସଂଦେହ କରାଯାଉଛି । ଘଟଣା ସ୍ଥଳରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି ।
The post ସୁନ୍ଦରଗଡ଼ରେ ପୁଣି ଫୁଟିଲା ଗୁଳି, ଆହତ ଯୁବକ ଚିକିତ୍ସାଳୟରେ ଭର୍ତ୍ତି appeared first on KNews Odisha.