ସୁନ୍ଦରୀ ହର୍ଷାଙ୍କ ପ୍ରେମରେ IIT ବାବା! ଇନଷ୍ଟାରେ ବଡ଼ ଖୁଲାସା
ନୂଆଦିଲ୍ଲୀ,୧୭।୧: ମହାକୁମ୍ଭକୁ ନେଇ ଖବର ଏବେ ହେଡଲାଇନରେ ରହିଛି। ବିଶ୍ୱର କୋଣ ଅନୁକୋଣରୁ ଆସୁଥିବା ସାଧୁସନ୍ଥ ଏବଂ ସାଧ୍ୱୀଙ୍କ ଖବର ମଧ୍ୟ ବେଶ ଚର୍ଚ୍ଚାରେ ରହିଛି। ତେବେ ଏହି ଭିତରେ ସବୁଠାରୁ ବେଶୀ ଚର୍ଚ୍ଚାରେ ଅଛନ୍ତି ଦୁଇ ବାବା ଓ ମାତା। ସେମାନେ ହେଲେ IIT ବାବା ଅଭୟ ସିଂ, ଓ ଅନ୍ୟଜଣେ ସୁନ୍ଦରୀ ମାତା ହର୍ଷ ରିଚାରିୟା। ଦୁଇଜଣ ଭିନ୍ନ ଭିନ୍ନ ରାଜ୍ୟର ହୋଇଥିଲେ ସୁଦ୍ଧା ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି। […] The post ସୁନ୍ଦରୀ ହର୍ଷାଙ୍କ ପ୍ରେମରେ IIT ବାବା! ଇନଷ୍ଟାରେ ବଡ଼ ଖୁଲାସା appeared first on Dharitri Odia News.
ନୂଆଦିଲ୍ଲୀ,୧୭।୧: ମହାକୁମ୍ଭକୁ ନେଇ ଖବର ଏବେ ହେଡଲାଇନରେ ରହିଛି। ବିଶ୍ୱର କୋଣ ଅନୁକୋଣରୁ ଆସୁଥିବା ସାଧୁସନ୍ଥ ଏବଂ ସାଧ୍ୱୀଙ୍କ ଖବର ମଧ୍ୟ ବେଶ ଚର୍ଚ୍ଚାରେ ରହିଛି। ତେବେ ଏହି ଭିତରେ ସବୁଠାରୁ ବେଶୀ ଚର୍ଚ୍ଚାରେ ଅଛନ୍ତି ଦୁଇ ବାବା ଓ ମାତା। ସେମାନେ ହେଲେ IIT ବାବା ଅଭୟ ସିଂ, ଓ ଅନ୍ୟଜଣେ ସୁନ୍ଦରୀ ମାତା ହର୍ଷ ରିଚାରିୟା।
ଦୁଇଜଣ ଭିନ୍ନ ଭିନ୍ନ ରାଜ୍ୟର ହୋଇଥିଲେ ସୁଦ୍ଧା ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି। ପୂର୍ବରୁ ସେମାନେ ନିଜ କାର୍ଯ୍ୟପାଇଁ ଲୋକଲୋଚନକୁ ଆସିଥିଲେ। ହେଲେ ଏବେ ସୁନ୍ଦରୀ ମାତାଙ୍କୁ ଇନଷ୍ଟାଗ୍ରାମରେ ଫଲୋ କରି ଭାଇରାଲ IIT ବାବା।
ଏନେଇ ଫ୍ୟାନ୍ସ କହିଲେଣି ମାତାଙ୍କ ପ୍ରେମରେ ଆଇଆଇଟି ବାବା। ବାବା ଅଭୟ ଦୁନିଆର ମୋହ ମାୟା ଛାଡି ସନ୍ୟାସକୁ ଆପଣାଇ ନେଇଛନ୍ତି। ଏହାଛଡ଼ା ନିଜ ସୁନ୍ଦରତା ପାଇଁ ମଧ୍ୟ ହର୍ଷ ରିଚାରିୟା ବେଶ ଲୋକପ୍ରିୟ ହୋଇଛନ୍ତି। ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହା ଯେ, ଏବେ ବାବା ଅଭୟ ଏହି ସୁନ୍ଦରୀ ମାତାଙ୍କୁ ଇନଷ୍ଟାଗ୍ରାମରେ ଫଲୋ କରୁଛନ୍ତି। ବିଶେଷ କଥା ଏହା କି ଯେତେବେଳେ ବାବା ଅଭୟଙ୍କର ଇନଷ୍ଟାଗ୍ରାମରେ ଏକ ଲକ୍ଷ ୬୦ ହଜାର ଫଲୋଅର ରହିଛନ୍ତି। ସେତେବେଳେ ସେ ମାତ୍ର ୪୦ ଜଣଙ୍କୁ ଫଲୋ କରିଛନ୍ତି। ଆଉ ସେହି ୪୦ ଜଣଙ୍କ ମଧ୍ୟରେ ସୁନ୍ଦରୀ ହର୍ଷା ମଧ୍ୟ ରହିଛନ୍ତି।
ଅଭୟ ସିଂ ହରିୟାଣାର ଝାଜ୍ଜରର ସାସରୌଲି ଗାଁରେ ଜନ୍ମଗ୍ରହଣ କରିଥିଲେ। ସେ IIT ବମ୍ବେରେ ନିଜ ପାଠପଢା ସମାପ୍ତ କରିଥିଲେ। ସେ ବିଟେକ ମଧ୍ୟ କରିଛନ୍ତି। ପରେ ସେ ବାବା ହୋଇଛନ୍ତି । ସେ ପାଠପଢା ସମୟରେ ଦର୍ଶନଶାସ୍ତ୍ର ପ୍ରତି ରୁଚି ରଖୁଥିଲେ। ଆଉ ଏବେ ସେ ସମ୍ପୂର୍ଣରୂପେ ବାବା ହୋଇଯାଇଛନ୍ତି।
ସେହିପରି ସୁନ୍ଦରୀ ହର୍ଷାଙ୍କ ରିଚାରିୟାଙ୍କ ବୟସ ମାତ୍ର ୩୧ ବର୍ଷ। ଏହି ଭାଇରାଲ ସାଧ୍ୱୀ ଜଣକ ଉତ୍ତରାଖଣ୍ଡର ବାସିନ୍ଦା। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ସେ ମଧ୍ୟ ରହିଆସୁଛନ୍ତି। ପାଖାପାଖି ୨ ବର୍ଷ ତଳେ ସେ ଆଧ୍ୟାତ୍ମିକ ରାସ୍ତାକୁ ଆପଣାଇଥିଲେ। କିନ୍ତୁ ସେ ଏପର୍ଯ୍ୟନ୍ତ ସନ୍ୟାସୀ ହୋଇନାହାନ୍ତି। ସୋସିଆଲ ମିଡିଆରେ ହର୍ଷା ଜଣେ ଆଙ୍କର ଓ ଇନଫ୍ଲୁଏନସର। ତାହାସହ ଏହି ଭାଇରାଲ ସୁନ୍ଦରୀ ଜଣେ ମେକଅପ ଆର୍ଟିଷ୍ଟ ।
The post ସୁନ୍ଦରୀ ହର୍ଷାଙ୍କ ପ୍ରେମରେ IIT ବାବା! ଇନଷ୍ଟାରେ ବଡ଼ ଖୁଲାସା appeared first on Dharitri Odia News.