ସୁପର ବିଳାସପୂର୍ଣ୍ଣ ଘରର ଚାହିଦା ବଢ଼ୁଛି
ନୂଆଦିଲ୍ଲୀ,୨୮।୭: କ୍ରମାଗତ ଭାବେ ଭାରତରେ ବିଳାସପୂର୍ଣ୍ଣ ରିଅଲ ଇଷ୍ଟେଟର ସଂଖ୍ୟା ବଢୁଥିବାବେଳେ ସୁପର ବିଳାସପୂର୍ଣ୍ଣ ଘରଗୁଡ଼ିକର ଚାହିଦା ମଧ୍ୟ ଅସାଧାରଣ ବୃଦ୍ଧି ଘଟିଛି। ଏପରିକି ଧନିକ ଶ୍ରେଣୀର କ୍ରେତାମାନେ ସଫଳତା ଓ ଆକାଂକ୍ଷାକୁ ପ୍ରତିଫଳିତ କରୁଥିବା ସମ୍ପତ୍ତି ପ୍ରତି ଆକର୍ଷିତ ହେଉଛନ୍ତି। ବିଶେଷକରି ଆମେ ଯଦି କୋଲକାତା ବଜାର ସମ୍ପର୍କରେ କଥା ହେବା ତେବେ ଜାଣିବାକୁ ପାଇବା ଯେ ଫୋରମ ଆଟ୍ମୋସ୍ପିୟର ଓ ଚୌରଙ୍ଗୀ ରୋଡ୍ଠାରେ ଥିବା ୪୨ ନଂ. ଭଳି ପ୍ରକଳ୍ପ ଗତ ଦଶନ୍ଧିରେ ସୁପର […] The post ସୁପର ବିଳାସପୂର୍ଣ୍ଣ ଘରର ଚାହିଦା ବଢ଼ୁଛି appeared first on Dharitri Odia News.
ନୂଆଦିଲ୍ଲୀ,୨୮।୭: କ୍ରମାଗତ ଭାବେ ଭାରତରେ ବିଳାସପୂର୍ଣ୍ଣ ରିଅଲ ଇଷ୍ଟେଟର ସଂଖ୍ୟା ବଢୁଥିବାବେଳେ ସୁପର ବିଳାସପୂର୍ଣ୍ଣ ଘରଗୁଡ଼ିକର ଚାହିଦା ମଧ୍ୟ ଅସାଧାରଣ ବୃଦ୍ଧି ଘଟିଛି। ଏପରିକି ଧନିକ ଶ୍ରେଣୀର କ୍ରେତାମାନେ ସଫଳତା ଓ ଆକାଂକ୍ଷାକୁ ପ୍ରତିଫଳିତ କରୁଥିବା ସମ୍ପତ୍ତି ପ୍ରତି ଆକର୍ଷିତ ହେଉଛନ୍ତି। ବିଶେଷକରି ଆମେ ଯଦି କୋଲକାତା ବଜାର ସମ୍ପର୍କରେ କଥା ହେବା ତେବେ ଜାଣିବାକୁ ପାଇବା ଯେ ଫୋରମ ଆଟ୍ମୋସ୍ପିୟର ଓ ଚୌରଙ୍ଗୀ ରୋଡ୍ଠାରେ ଥିବା ୪୨ ନଂ. ଭଳି ପ୍ରକଳ୍ପ ଗତ ଦଶନ୍ଧିରେ ସୁପର ବିଳାସପୂର୍ଣ୍ଣ ଜୀବନଯାପନ ଲାଗି ସହରର ପ୍ରମୁଖ ହବ୍ରେ ପରିଣତ ହୋଇଛି। ଏପରିକି ଏହି ବିକାଶ ଗୁଡ଼ିକ ବିଶ୍ୱର ପ୍ରଥମ ଆବାସିକ ଭାସମାନ ଓ ସହରର ଉଚ୍ଚତମ ଆବାସିକ ଟାୱାର ପରି ଉଲ୍ଲେଖନୀୟ ବୈଶିଷ୍ଟ୍ୟ ସହ ଜୀବନଶୈଳୀକୁ ମଧ୍ୟ ନୂଆ ରୂପ ଦେଉଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ କୋଲକାତାଠାରେ ୧.୫କୋଟିରୁ ଅଧିକ ମୂଲ୍ୟର ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟର ବିକ୍ରି ଦ୍ୱିଗୁଣିତ ହୋଇଛି। ସେହିଭଳି ୨୦୧୯ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ୧୫୦ଟି ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ବିକ୍ରିକରି କୋଲକାତାଠାରେ ପ୍ରିମିୟମ ଡେଭଲପରମାନେ ଚଳିତ ବର୍ଷରେ ୩୮୦ ୟୁନିଟ୍ରୁ ୧୫୩% ଅଭିବୃଦ୍ଧି ହାସଲ କରିଛନ୍ତି।
ଗଲ୍ଫ କୋର୍ସ ରୋଡ୍ଠାରେ ଥିବା ଗୁରୁଗ୍ରାମର କ୍ୟାମେଲିଆରେ ୧୧୦୦୦ ବର୍ଗଫୁଟ ବିଶିଷ୍ଟ ଏକ ଅତ୍ୟାଧୁନିକ ବିଳାସପୂର୍ଣ୍ଣ ଫ୍ଲାଟ୍ ୧୧୪ କୋଟିରେ ବିକ୍ରିହୋଇ ଗତ କିଛି କ୍ୱାର୍ଟରରେ ଏହିପରି କାରବାର ମଧ୍ୟରୁ ଗୋଟିଏକୁ ଦର୍ଶାଇଥିଲା। ୧ମାସ ଭିତରେ ଭାରତର ସର୍ବବୃହତ୍ ତାଲିକାଭୁକ୍ତ ରିଏଲ ଇଷ୍ଟେଟ ଡେଭଲପର ଡିଏଲ୍ଏଫ୍ ଦ୍ରୁତ ବିକଶିତ ହୋଇଛି ଓ ଏହା କ୍ୟାମେଲିଆରେ ୯୫ କୋଟିର ଏକ ବାସସ୍ଥାନ ଆଣିଥିଲା ଯାହା ଉବେର ଲକ୍ଜୁରି ହୋମ୍ ଭାବେ ପରିଚିତ।
ବିଳାସପୂର୍ଣ୍ଣ ଓ ସୁପର ବିଳାସପୂର୍ଣ୍ଣ ଘରଗୁଡ଼ିକର ଏହି ଚାହିଦାକୁ ଦୃଷ୍ଟିଦେଇ ଡିଏଲ୍ଏଫ୍ ଗୋଆ ଓ ଗୁରୁଗ୍ରାମଠାରେ ସୁପର ବିଳାସପୂର୍ଣ୍ଣ ପ୍ରକଳ୍ପ ଆରମ୍ଭ କରିବ ବୋଲି ଘୋଷଣା କରିଛି। ଗୋଆରେ ଏହା ୫୦ କୋଟି ଓ ଅଧିକ ମୂଲ୍ୟରେ ପ୍ରକଳ୍ପ ଲଞ୍ଚ କରିବ।
କିନ୍ତୁ ଏହି ବୃଦ୍ଧି ଗୁରୁଗ୍ରାମଠାରୁ ବିସ୍ତାର ହୋଇଛି, ଯେପରି ମୁମ୍ବାଇରେ ଦେଖାଯାଇଛି ଯେ ଅଗ୍ରଣୀ ଫ୍ୟାଶନ ଡିଜାଇନର ଭ୍ରାଟିକା ଗୁପ୍ତା ୧୧୬.୪୨କୋଟି ଟଙ୍କା ମୂଲ୍ୟରେ ଥ୍ରୀ ସିକ୍ସଟି ୱେଷ୍ଟ ଟାୱାରରେ ସମୁଦ୍ର ଦୃଶ୍ୟ ବିଳାସପୂର୍ଣ୍ଣ ଘର ହାସଲ କରିବା ସହ ହେଡ୍ଲାଇନ ପ୍ରସ୍ତୁତ କରିଥିଲେ।
ଏହି ସୁପର ବିଳାସପୂର୍ଣ୍ଣ ଘରଗୁଡ଼ିକ ଗୁରୁଗ୍ରାମର ଡିଏଲ୍ଏଫ୍ ଗଲ୍ଫ ଲିଙ୍କ୍ ମଧ୍ୟରେ ଅବସ୍ଥିତ ରହିଛି। କ୍ୟାମେଲିଆସ୍ ପ୍ରାୟ ୧୦ରୁ୧୫ ଷ୍ଟାର୍ଟଅପ୍ ପ୍ରତିଷ୍ଠାତା ଏବଂ ୪୨୯ ଅଭିଜାତ ପରିବାରର ଘର । ବିଳାସପୂର୍ଣ୍ଣ ସ୍ଥାନରେ ଏହି ପ୍ରକଳ୍ପକୁ ଏକ ହେଡ୍ ଟର୍ନର ଭାବେ ପରିଣତ କରିଛି। ଏହାର ୧୬୦,୦୦୦ ବର୍ଗଫୁଟର ବୃହତ୍ କ୍ଲବ୍ ହାଉସ, ଯାହା ଏହାକୁ ବିଶ୍ୱର ବୃହତମ ଘରୋଇ ଆବାସିକ କ୍ଲବ ମଧ୍ୟରୁ ଅନ୍ୟତମ ବୋଲି କୁହାଯାଉଛି।
The post ସୁପର ବିଳାସପୂର୍ଣ୍ଣ ଘରର ଚାହିଦା ବଢ଼ୁଛି appeared first on Dharitri Odia News.