ସୁପ୍ରିମକୋର୍ଟ କଲେଜିୟମ ସାମ୍ନାରେ ଉଠିଲା ଏହି ପ୍ରଶ୍ନ, ଜାଣନ୍ତୁ କ’ଣ ପଦକ୍ଷେପ ନେଲେ CJI?
ନୂଆଦିଲ୍ଲୀ ୩୦।୧୨: ସୁପ୍ରିମକୋର୍ଟଙ୍କ ପ୍ରଧାନବିଚାରପତି (ସିଜେଆଇ)ଜଷ୍ଟିସ୍ ସଞ୍ଜୀବ ଖନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ ନିକଟରେ ହାଇକୋର୍ଟ ଜଜ୍ ହେବାକୁ ଥିବା ସମ୍ଭାବିତ ଓକିଲ ଓ ଜୁନିୟର ଜଜ୍ ମାନଙ୍କ ସହ କଥାବାର୍ତ୍ତା ହୋଇଛନ୍ତି। ତେବେ ହାଇକୋର୍ଟ କଲେଜିୟମ ଦ୍ୱାରା ସୁପାରିଶ କରାଯାଇଥିବା ଜଜ୍ ଏବଂ ଓକିଲଙ୍କ ସହିତ ସୁପ୍ରିମକୋର୍ଟ କଲେଜିୟମ କଥାବାର୍ତ୍ତା କରିବାର ଏହା ପ୍ରଥମ ଘଟଣା। ଏହି କଥାବାର୍ତ୍ତା କାଳରେ ଜନୈକ ଓକିଲ କଲେଜିୟମ ସମ୍ମୁଖରେ ଏକ ଦାବି ରଖିଥିଲେ, ଯାହାକୁ ଅନ୍ୟ ଓକିଲମାନେ ସମର୍ଥନ କରିଛନ୍ତି। ଓକିଲ ତାଙ୍କ ଦାବିରେ ଏପରି ଓକିଲଙ୍କୁ ଜଜ୍ କରିବା ପାଇଁ ସୁପାରିଶ କରା ନଯାଉ ଯେଉଁମାନଙ୍କ ମାତା,ପିତା ଅଥବା ସମ୍ପର୍କୀୟ ପୂର୍ବରୁ ସୁପ୍ରିମକୋର୍ଟ ଅଥବା ହାଇକୋର୍ଟରେ ଜଜ୍ ଥିଲେ ବୋଲି କହିଛନ୍ତି। ଏହି କଲେଜିୟମରେ ସିଜେଆଇଙ୍କ ବ୍ୟତୀତ ଜଷ୍ଟିସ୍ ବି.ଆର.ଗଭଇ, ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ହୃଷିକେଶ ରାୟ ଓ ଜଷ୍ଟିସ୍ ଏ.ଏସ୍. ଓକା ମଧ୍ୟ ଥିଲେ। ସିଜେଆଇ ପ୍ରଥମ ଥର ହାଇକୋର୍ଟ କଲେଜିୟମ ଦ୍ୱାରା ଜଜ୍ ନିଯୁକ୍ତି ନିମନ୍ତେ ସୁପାରିଶ କରିଥିବା ଓକିଲ ଏବଂ ଜିଲ୍ଲା ଜଜ୍ ମାନଙ୍କ ସହିତ ସିଧାଶଳଖ କଥାବାର୍ତ୍ତା ହୋଇଛନ୍ତି। ସୁପ୍ରିମକୋର୍ଟ ସେମାନଙ୍କ ସ୍ୱିଟେବିଲିଟି ସହିତ କ୍ଷମତାର ଆକଳନ କରିଛନ୍ତି। ଦେଶର ଟପ୍ କୋର୍ଟଙ୍କ ଜଜମାନେ ଏଲହାବାଦ, ବମ୍ବେ ଓ ରାଜସ୍ଥାନ ହାଇକୋର୍ଟଙ୍କ ଜଜ୍ ରୂପେ ନିଯୁକ୍ତି ନିମନ୍ତେ
ନୂଆଦିଲ୍ଲୀ ୩୦।୧୨: ସୁପ୍ରିମକୋର୍ଟଙ୍କ ପ୍ରଧାନବିଚାରପତି (ସିଜେଆଇ)ଜଷ୍ଟିସ୍ ସଞ୍ଜୀବ ଖନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ ନିକଟରେ ହାଇକୋର୍ଟ ଜଜ୍ ହେବାକୁ ଥିବା ସମ୍ଭାବିତ ଓକିଲ ଓ ଜୁନିୟର ଜଜ୍ ମାନଙ୍କ ସହ କଥାବାର୍ତ୍ତା ହୋଇଛନ୍ତି। ତେବେ ହାଇକୋର୍ଟ କଲେଜିୟମ ଦ୍ୱାରା ସୁପାରିଶ କରାଯାଇଥିବା ଜଜ୍ ଏବଂ ଓକିଲଙ୍କ ସହିତ ସୁପ୍ରିମକୋର୍ଟ କଲେଜିୟମ କଥାବାର୍ତ୍ତା କରିବାର ଏହା ପ୍ରଥମ ଘଟଣା। ଏହି କଥାବାର୍ତ୍ତା କାଳରେ ଜନୈକ ଓକିଲ କଲେଜିୟମ ସମ୍ମୁଖରେ ଏକ ଦାବି ରଖିଥିଲେ, ଯାହାକୁ ଅନ୍ୟ ଓକିଲମାନେ ସମର୍ଥନ କରିଛନ୍ତି।
ଓକିଲ ତାଙ୍କ ଦାବିରେ ଏପରି ଓକିଲଙ୍କୁ ଜଜ୍ କରିବା ପାଇଁ ସୁପାରିଶ କରା ନଯାଉ ଯେଉଁମାନଙ୍କ ମାତା,ପିତା ଅଥବା ସମ୍ପର୍କୀୟ ପୂର୍ବରୁ ସୁପ୍ରିମକୋର୍ଟ ଅଥବା ହାଇକୋର୍ଟରେ ଜଜ୍ ଥିଲେ ବୋଲି କହିଛନ୍ତି। ଏହି କଲେଜିୟମରେ ସିଜେଆଇଙ୍କ ବ୍ୟତୀତ ଜଷ୍ଟିସ୍ ବି.ଆର.ଗଭଇ, ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ହୃଷିକେଶ ରାୟ ଓ ଜଷ୍ଟିସ୍ ଏ.ଏସ୍. ଓକା ମଧ୍ୟ ଥିଲେ। ସିଜେଆଇ ପ୍ରଥମ ଥର ହାଇକୋର୍ଟ କଲେଜିୟମ ଦ୍ୱାରା ଜଜ୍ ନିଯୁକ୍ତି ନିମନ୍ତେ ସୁପାରିଶ କରିଥିବା ଓକିଲ ଏବଂ ଜିଲ୍ଲା ଜଜ୍ ମାନଙ୍କ ସହିତ ସିଧାଶଳଖ କଥାବାର୍ତ୍ତା ହୋଇଛନ୍ତି। ସୁପ୍ରିମକୋର୍ଟ ସେମାନଙ୍କ ସ୍ୱିଟେବିଲିଟି ସହିତ କ୍ଷମତାର ଆକଳନ କରିଛନ୍ତି।
ଦେଶର ଟପ୍ କୋର୍ଟଙ୍କ ଜଜମାନେ ଏଲହାବାଦ, ବମ୍ବେ ଓ ରାଜସ୍ଥାନ ହାଇକୋର୍ଟଙ୍କ ଜଜ୍ ରୂପେ ନିଯୁକ୍ତି ନିମନ୍ତେ ସୁପାରିଶ କରାଯାଇଥିବା ପ୍ରାର୍ଥୀଙ୍କ ସହିତ କଥାବାର୍ତ୍ତା ହୋଇଛନ୍ତି ଓ ଡିସେମ୍ବର ୨୨ ତାରିଖ ଦିନ କେନ୍ଦ୍ରକୁ ନିଯୁକ୍ତି ନିମନ୍ତେ ସେହିମାନଙ୍କ ନାମ ପଠାଇଛନ୍ତି ଯେଉଁମାନଙ୍କୁ ହାଇକୋର୍ଟଙ୍କ ଜଜ୍ ରୂପେ ଉପଯୁକ୍ତ ମନେ କରିଛନ୍ତି। ‘ଟାଇମସ୍ ଅଫ ଇଣ୍ଡିଆ’ ରିପୋର୍ଟ ମୁତାବକ ସୁପ୍ରିମକୋର୍ଟ କଲେଜିୟମରେ କେତେକ ଜଜ୍ ଏହା ବି କହିଛନ୍ତି ଯେ ହାଇକୋର୍ଟ ଜଜ୍ ହେବା ଲାଗି କିଛି ଏପରି ଯୋଗ୍ୟ ପ୍ରାର୍ଥୀ ବି ଅଛନ୍ତି ଯେଉଁମାନେ ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ବର୍ତ୍ତମାନ ଓ ପୂର୍ବ ଜଜ୍ ମାନଙ୍କ ନିକଟ ସମ୍ପର୍କୀୟ। ଯଦି ଏପରି ପ୍ରାର୍ଥୀଙ୍କୁ ଜଜ୍ ମନୋନୟନ ନ କରାଯାଏ ତା ଦ୍ୱାରା ସେମାନଙ୍କର କୌଣସି କ୍ଷତି ହେବ ନାହିଁ। କାରଣ ସେମାନେ ପେଷାରେ ଯଥେଷ୍ଟ ପ୍ରତିଷ୍ଠିତ ଓ ବେଶ ଆୟ ମଧ୍ୟ କରୁଛନ୍ତି।
ତେବେ ରିପୋର୍ଟରେ ପୂର୍ବତନ ଜଜ୍ ମାନଙ୍କ ସମ୍ପର୍କୀୟଙ୍କ ନାମ ନୂଆ ତାଲିକାରେ ସାମିଲ କରାଯାଇଛି କି ନାଁ ସେ ନେଇ କିଛି କୁହାଯାଇ ନାହିଁ। ହେଲେ କଲେଜିୟମ ପକ୍ଷରୁ ଚୟନ ପ୍ରକ୍ରିୟାରୁ ଏପରି ପ୍ରାର୍ଥୀଙ୍କୁ ବାହାରେ ରଖା ଗଲେ ପ୍ରଥମ ପିଢୀର ଅନେକ ଯୋଗ୍ୟ ଓକିଲଙ୍କୁ ସମ୍ବିଧାନିକ କୋର୍ଟରେ ପ୍ରବେଶ କରିବାର ସୁଯୋଗ ମିଳିବ ବୋଲି କୁହାଯାଇଛି। ଏପରି କରିବା ଦ୍ୱାରା ସୁପ୍ରିମକୋର୍ଟ ଓ ହାଇକୋର୍ଟମାନଙ୍କରେ ବିବିଧତା ମଧ୍ୟ ଆସିବ, ଏହା ଛଡା ଅଲଗା ଅଲଗା ସମୂଦାୟର ପ୍ରତିନିଧିତ୍ୱ କରୁଥିବା ଲୋକଙ୍କୁ ବିଚାରପତି ହେବାର ସୁଯୋଗ ମିଳିବ।
ତେବେ ଏହା ପୂର୍ବରୁ ସୁପ୍ରିମକୋର୍ଟ କଲେଜିୟମ ହାଇକୋର୍ଟ କଲେଜିୟମ ଦ୍ୱାରା ଉପସ୍ଥାପନ କରାଯାଇଥିବା ଓକିଲ ଓ ବିଚାରବିଭାଗୀୟ ଅଧିକାରୀମାନଙ୍କ ତାଲିକା, ବାୟୋଡାଟା, ସେମାନଙ୍କ ବିଗତ ଜୀବନର ଗୁଇନ୍ଦା ରିପୋର୍ଟ ଓ ରାଜ୍ୟମାନଙ୍କ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ବିଚାର ଆଧାରରେ କାମ କରୁଥିଲେ। ତେବେ ପ୍ରଥମ ଥର ସୁପ୍ରିମକୋର୍ଟ କଲେଜିୟମ ହାଇକୋର୍ଟ କଲେଜିୟମ ଦ୍ୱାରା ଉପସ୍ଥାପନ କରାଯାଇଥିବା ପ୍ରାର୍ଥୀଙ୍କ ସହ ସିଧାଶଳଖ କଥା ହୋଇଛନ୍ତି।